ETV Bharat / bharat

ଏସବୁ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା... - ଭାରତୀୟ ପାଣିପାଗ ବିଭାଗ

ଭାରତୀୟ ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ ଆସନ୍ତା ଚାରିରୁ ପାଞ୍ଚ ଦିନ ମଧ୍ୟରେ ଉପକୂଳ ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, ମହାରାଷ୍ଟ୍ର, ଗୁଜୁରାଟ, କର୍ଣ୍ଣାଟକ ଏବଂ କେରଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।

ଆସନ୍ତା 4-5 ଦିନ ମଧ୍ୟରେ ଏହି ସବୁ ରାଜ୍ୟରେ ପ୍ରବଳ ବର୍ଷା

author img

By

Published : Sep 16, 2020, 11:14 AM IST

ନୂଆଦିଲ୍ଲୀ:ଭାରତୀୟ ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ ଆସନ୍ତା ଚାରିରୁ ପାଞ୍ଚ ଦିନ ମଧ୍ୟରେ ଉପକୂଳ ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, ମହାରାଷ୍ଟ୍ର, ଗୁଜୁରାଟ, କର୍ଣ୍ଣାଟକ ଏବଂ କେରଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏଥିସହିତ ଦିଲ୍ଲୀ ଏବଂ ଏହାର ଆଖପାଖ ଅଞ୍ଚଳରେ ସାମାନ୍ୟ ବୃଷ୍ଟିପାତ ହେବାର ସମ୍ଭାବନା ରହିଛି ।

ଉପ-ହିମାଳୟ ପଶ୍ଚିମବଙ୍ଗ, ସିକ୍କିମ୍ ଏବଂ ଉତ୍ତର ପୂର୍ବ ଭାରତର ଅନେକ ସ୍ଥାନରେ ମଧ୍ୟମରୁ ପ୍ରବଳ ବର୍ଷା ସମ୍ଭାବନା ରହିଛି । ବିଦର୍ଭ, ମରାଠୱାଡା, ତେଲେଙ୍ଗାନା ଏବଂ ଦକ୍ଷିଣ ଉପକୂଳ ଆନ୍ଧ୍ରପ୍ରଦେଶର ମଧ୍ୟ ଭାଗରେ ମଧ୍ୟ ମଧ୍ୟମରୁ ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି। ପୂର୍ବ ବିହାର, ତାମିଲନାଡୁ, ଉତ୍ତର ଆଭ୍ୟନ୍ତରୀଣ, ଉପକୂଳ କର୍ଣ୍ଣାଟକ, ଦକ୍ଷିଣ କୋଙ୍କଣ ଗୋଆ ଏବଂ ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜରେ ସ୍ବଳ୍ପ ବର୍ଷା ହେବାର ଆଶଙ୍କା ରହିଛି ।

କେରଳ, ଦକ୍ଷିଣ-ଆଭ୍ୟନ୍ତରୀଣ କର୍ଣ୍ଣାଟକ, ରାୟଲସିମା, ମଧ୍ୟପ୍ରଦେଶ, ଗୁଜୁରାଟ, ମଧ୍ୟପ୍ରଦେଶ, ଛତିଶଗଡ, ପୂର୍ବ ଉତ୍ତରପ୍ରଦେଶ, ବିହାର, ପଶ୍ଚିମବଙ୍ଗ ରାଜ୍ୟରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ହେବାର ଆଶଙ୍କା ରହିଛି। ସେହିପରି ଛତିଶଗଡ, ଓଡ଼ିଶା, ଦକ୍ଷିଣ-ପୂର୍ବ ରାଜସ୍ଥାନ, ଉତ୍ତରାଖଣ୍ଡ, ହିମାଚଳ ପ୍ରଦେଶ ଏବଂ ଲାକ୍ଷାଦ୍ବୀପରେ ସାମାନ୍ୟ ବର୍ଷା ହେବାର ସମ୍ଭାବନା ରହିଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.