ETV Bharat / bharat

ଡ୍ରେସ ଭିତରେ ପିନ୍ଧି ପାରିବେ ଏସି, ମିଳିବ ଗରମରୁ ମୁକ୍ତି - wearable air conditioner reon pocket from sony

ଗରମରୁ ମୁକ୍ତି ପାଇଁ ସମସ୍ତେ ଘରେ ଏସି ଲଗାଉଥିବାବେଳେ ଆମେ ଯେଉଁ ଏସି କଥା, କହୁଛୁ । ଏହାକୁ ଆପଣ ନିଜ ଟିସାର୍ଟ ଭିତରେ ବି ପିନ୍ଧି ପାରିବେ । ଅଧିକ ପଢନ୍ତୁ...

wearable air conditioner reon pocket from sony
ଗରମରେ କୁଲ କୁଲ ରଖିବ ପକେଟ ଏସି
author img

By

Published : Jul 10, 2020, 3:19 PM IST

ନୂଆଦିଲ୍ଲୀ: ଗରମରୁ ମୁକ୍ତି ପାଇବାକୁ ଆମେ କଣ କଣ ନକରନ୍ତି । ବେଳେବେଳେ ଏମିତି ବି ମନେ ହୁଏ, କାସ୍ ଏମିତି ସମ୍ଭବ ହୋଇପାରନ୍ତା, ମୁଁ ଯୁଆଡେ ଯାଆନ୍ତି ଏସିକୁ ନେଇ ମୋ ସାଥିରେ ଯାଇପାରନ୍ତି । ଆପଣଙ୍କର ଏହି ଇଚ୍ଛା ଏବେ ପୂରଣ ହୋଇପାରିବ । ଆପଣ କେବେ ଏମିତି ଏସି ବିଷୟରେ କେବେ ଶୁଣି ନଥିବେ ଯେ, ଏସିକୁ କପଡା ଭିତରେ ପିନ୍ଧିପାରିବେ । ହେଲେ ଏବେ ସୋନି(Sony) ଏହାକୁ ସତ କରି ଦେଖାଇଛି ।

wearable air conditioner reon pocket from sony
ଗରମରେ କୁଲ କୁଲ ରଖିବ ପକେଟ ଏସି

Sonyର ବିୟରେବଲ ଏୟାର କଣ୍ଡିସନର Reon Pocket ର ବିକ୍ରି ମଧ୍ୟ ଆରମ୍ଭ ହୋଇଗଲାଣି । ଗତବର୍ଷ ସୋନି କମ୍ପାନୀ ପକ୍ଷରୁ ଏହା ଉପରୁ ଏହା ଉପରେ ପରଦା ଉଠାଯାଇଥିଲା । ସୋନିର ଏହି ବିୟରେବଲ Reon Pocket ଏସିର ମୂଲ୍ୟ 13 ହଜାର ଜାପାନୀ ୟେନ ରଖାଯାଇଛି । ଯାହା ଭାରତୀୟ ମୁଦ୍ରାରେ ପାଖିପାଖି 9 ହଜାର ହେବ ।

ତେବେ ପିନ୍ଧା ହୋଇପାରୁଥିବା ଏସି ଏବେ କେବଳ ଜାପାନରେ ହିଁ କିଣି ହେବ । ଏବଂ ଏହାକୁ କିଣିବାକୁ ଇଚ୍ଛୁକ ଥିବା ବ୍ୟକ୍ତି ବାୟର୍ସ ସପିଙ୍ଗ ସାଇଟ ଆମାଜୋନ ବ୍ୟତୀତ ଏହାକୁ ସୋନିର ଅନଲାଇନ ଷ୍ଟୋରରୁ ମଧ୍ୟ କ୍ରୟ କରିପାରିବେ।

ଆକାରରେ ବହୁତ ଛୋଟ ଦେଖାଯାଉଥିବା ଏହି ପକେଟ ଏସି ଭିଷଣ ଗରମରେ ମଧ୍ୟ ଆପଣଙ୍କୁ କୁଲ କୁଲ ରଖିବ । ଏହାସହ ଏହି ବିୟରେବଲ ଏୟାର କଣ୍ଟିସନରର ଆକାର ଦେଖିବାକୁ ଆପଲ ମ୍ୟାଜିକ ମାଉସ ଭଳି । ଏହି ଏସି ଦେଖିବାକୁ ଏତେ ଛୋଟ ଯେ, ଏହା ପକେଟରେ ମଧ୍ୟ ଫିଟ ହୋଇପାରିବ । ଏହାକୁ ଏଭଳି ଡିଜାଇନ କରାଯାଇଛି ଯେ, ଆପଣ ନିଜ ଟି-ସାର୍ଟର ପଛପଟେ ଲଗାଇ ପାରିବେ । ଏହା ଧଳା ଓ ବିଜ ଦୁଇଟି କଲରରେ ଆସୁଛି । ଏହି ଏସି ଗରମରେ ମଧ୍ୟ ବଡିକୁ କୁଲ ରଖିବା କାମ କରେ ।

ଏହି ଏସିରେଟେ ଏକ ଛୋଟ ଫ୍ୟାନ ବି ଦିଆଯାଇଛି । ଯାହାକୁ ପିନ୍ଧିବା ଦ୍ବାରା ଏହା କପଡାରେ ଥିବା ଗରମ ପବନକୁ ବାହାର କରିଦିଏ । ଏହି ଏସିକୁ ଏକ ସ୍ମାର୍ଟଫୋନ ଆପ ଦ୍ବାରା ଲିଙ୍କ କରାଯାଇ ପାରିବ । ଯାହା ଆଣ୍ଡ୍ରୋଏଡ ଏବଂ iOS ଉଭୟ ଦୁଇଟି ରେ ଉପଲବ୍ଧ । ଏହା ଆପ ସାହାଯ୍ୟରେ ଏସିର ଅପରେଟର ଲେବଲ ମଧ୍ୟ କମ୍ ବେଶୀ କରିପାରିବେ । ଏଥିରେ ଅଟୋମେଟିକ ମୋଡ ମଧ୍ୟ ସିଲେକ୍ଟ କରାଯାଇ ପାରିବ ।

ତେବେ ଏହି ପକେଟ ଏସିର ବ୍ୟାଟେରୀ ସିଙ୍ଗଲ ଚାର୍ଜ କରିବାକୁ 2-4 ଘଣ୍ଟାର ବ୍ୟାକଅପ ଦେଇପାରିବ । ଥରୁଟିଏ ଚାର୍ଜ କଲେ ପାଖାପାଖି 2ଘଣ୍ଟାସମୟ ଲାଗିଥାଏ । ସବୁଠୁ ବଡ କଥା ହେଲା Reon Pocket ମଧ୍ୟ ଥଣ୍ଡାରେ ବି ହିଟର ଭଳି ବ୍ୟବହାର କରି ଶରୀରକୁ ଗରମ ରଖିବା କାମ ମଧ୍ୟ କରିପାରିବ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.