ETV Bharat / bharat

କୃଷକ ଆନ୍ଦୋଳନକୁ ନେଇ କେଜ୍ରିୱାଲଙ୍କ ବୟାନ, 9ଟି ଷ୍ଟାଡିୟମକୁ ଜେଲ କରିବାକୁ ପଡିଥିଲା ଚାପ

author img

By

Published : Dec 7, 2020, 12:00 PM IST

କୃଷକ ଆନ୍ଦୋଳନକୁ ନେଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ବୟାନ । 9ଟି ଷ୍ଟାଡିୟମକୁ ଜେଲ କରିବାକୁ ଚାପ ପଡୁଥିଲା ବୋଲି କହିଲେ କେଜ୍ରିୱାଲ । ଅଧିକ ପଢନ୍ତୁ...

କୃଷକ ଆନ୍ଦୋଳନ
କୃଷକ ଆନ୍ଦୋଳନ

ନୂଆଦିଲ୍ଲୀ: ଦିଲ୍ଲୀ ସୀମାରେ କୃଷକଙ୍କ ଆନ୍ଦୋଳନ ଚାଲିଥିବାବେଳେ ସେମାନଙ୍କୁ ଭେଟିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ସୀଙ୍ଘୁ ସୀମାରେ ଚାଷୀଙ୍କୁ ଭେଟି ସେମାନଙ୍କ ସହିତ ସେ ଥିବା ଜଣାଇଛନ୍ତି । ଏହାସହ ଚାଷୀଙ୍କ ସମସ୍ତ ଦାବିକୁ ସେ ସମର୍ଥନ କରୁଥିବା କହିଛନ୍ତି ।

ଆଜି(ସୋମବାର) ସକାଳେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଓ ତାଙ୍କର ସମସ୍ତ ମନ୍ତ୍ରୀ ସୀଙ୍ଘୁ ସୀମାକୁ ଯାଇଥିଲେ । ସେଠାରେ ଚାଷୀଙ୍କ ସହିତ ମିଶିବା ସହିତ ସେ ଓ ତାଙ୍କ ସରକାର ଚାଷୀଙ୍କ ସହ ଅଛନ୍ତି ବୋଲି ସେ କହିଛନ୍ତି । ମୁଁ ଏବଂ ମୋ ଦଳ ଆନ୍ଦୋଳନ ଆରମ୍ଭରୁ ଚାଷୀଙ୍କ ସହିତ ରହିଛୁ ବୋଲି ସେ କହିଛନ୍ତି ।

ସେହିପରି ଆନ୍ଦୋଳନ ଆରମ୍ଭରୁ ଦିଲ୍ଲୀ ପୋଲିସ 9ଟି ଷ୍ଟାଡିୟମକୁ ଜେଲରେ ପରିଣତ କରିବାକୁ ଚାହୁଁଥିଲା । ଏଥିପାଇଁ ଚାପ ମଧ୍ୟ ପକାଯାଉଥିଲା । ହେଲେ ଏହାକୁ ଅନୁମତି ଦିଆଯାଇନାହିଁ ବୋଲି ଦିଲ୍ଲୀ ମୁଖ୍ୟମନ୍ତ୍ରୀ କହିଛନ୍ତି ।

ଏହାସହ ଆମ ଦଳ, ବିଧାୟକ ଓ ନେତାମାନେ ଆରମ୍ଭରୁ ହିଁ ଚାଷୀଙ୍କ ସେବାଦାର ଭାବେ ସେବା କରିଆସୁଛନ୍ତି । ମୁଁ ମଧ୍ୟ ଆଜି ମୁଖ୍ୟମନ୍ତ୍ରୀ ହିସାବରେ ନୁହେଁ ବରଂ ସେବାଦାର ହିସାବରେ ଆସିଛି ବୋଲି ସେ କହିଛନ୍ତି । କୃଷକମାନେ ଏବେ ସମସ୍ୟାରେ ରହିଛନ୍ତି । ଆମେ ସେମାନଙ୍କ ସହିତ ଛିଡା ହେବା ଉଚିତ୍‌ ବୋଲି ସେ ଦର୍ଶାଇଛନ୍ତି।

ଭାରତ ବନ୍ଦକୁ ଆପ୍‌ର ସମର୍ଥନ

ଆପ୍‌(ଆମ୍‌ ଆଦମୀ ପାର୍ଟି) ଡିସେମ୍ବର 8 ତାରିଖରେ କୃଷକ ମାନେ ଡାକିଥିବା ଭାରତ ବନ୍ଦକୁ ସମର୍ଥନ କରିବ। ଏନେଇ ଚାଷୀଙ୍କୁ ଭେଟିବା ଅବସରରେ ସୂଚନା ଦେଇଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ । ଆମ କର୍ମୀମାନେ ସାରା ଦେଶରେ ଏହି ବନ୍ଦକୁ ପାଳନ କରିବେ ବୋଲି କେଜ୍ରିୱାଲ ଉଲ୍ଲେଖ କରିଛନ୍ତି ।

ସୂଚନାଥାଉକି, କୃଷି ସମ୍ବନ୍ଧୀୟ 3ଟି ଆଇନକୁ ଚାଷୀମାନେ ବିରୋଧ କରୁଛନ୍ତି । ଯାହାକୁ ନେଇ ଦିଲ୍ଲୀ ସୀମାରେ କୃଷକମାନେ ଧାରଣା ଦେଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.