ETV Bharat / bharat

ଆତ୍ମନିର୍ଭର ଭାରତ ପାଇଁ ଦିନରାତି ଏକ କରିବାକୁ ମୋଦିଙ୍କ ଆହ୍ବାନ - ମୋଦିଙ୍କ ଆହ୍ବାନ

କୋରୋନା ସଙ୍କଟ ମଧ୍ୟରେ ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମ୍ବୋଧନ । ଆତ୍ମନିର୍ଭର ଭାରତ ଗଠନ ପାଇଁ ସମସ୍ତଙ୍କ ଦିନରାତି ଏକ କରି ନିଜର ପ୍ରୟାସ ଜାରି ରଖିବାକୁ ପଡିବ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ । ଅଧିକ ପଢନ୍ତୁ...

ଆତ୍ମନିର୍ଭର ଭାରତ ପାଇଁ ଦିନରାତି ଏକ କରିବାକୁ ମୋଦିଙ୍କ ଆହ୍ବାନ

author img

By

Published : Jun 30, 2020, 6:23 PM IST

ନୂଆଦିଲ୍ଲୀ: ଦେଶବାସୀଙ୍କୁ ସମ୍ବୋଧନ ସମୟରେ କୋରୋନା ଭାଇରସକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ସମ୍ବୋଧନରେ ଅନେକ ବିଷୟ ଉପରେ ନିଜର ବକ୍ତବ୍ୟ ରଖିଛନ୍ତି ପ୍ରଧାନମନ୍ତ୍ରୀ ।

ଅନଲକ-1 ପରେ ବଢିଛି ଅସାବଧାନତା

ପ୍ରଧାନମନ୍ତ୍ରୀ ନିଜ ସମ୍ବୋଧନରେ କହିଛନ୍ତି, ଦେଶରୁ ଲକଡାଉନ ଉଠିବା ପରେ ଅସାବଧାନତା ବଢୁଛି । ପୂର୍ବରୁ ଜନସାଧାରଣ ସତର୍କ ଥିଲେ । କୋରୋନା କାରଣରୁ ମୃତ୍ୟୁହାରକୁ ଯଦି ଦେଖାଯାଏ, ତାହାଲେ ଆନ୍ୟ ଦେଶ ତୁଳନାରେ ଭାରତର ସ୍ଥିତି ଭଲ ରହିଛି । ଠିକ ସମୟରେ ଲକଡାଉନ ଜାରି କରାଯିବା ଫଲରେ ଅନେକ ଲୋକଙ୍କ ଜୀବନ ବଞ୍ଚାଯାଇପାରିଲା । ହେଲେ ଯେବେ ଦେଶରେ ଅନଲକ-1 ହେଲା, ସେତେବେଳେ ବ୍ୟକ୍ତିଗତ ଓ ସାମାଜିକ ବ୍ୟବହାରରେ ଅସାବଧାନତା ବଢିଚାଲିଥିବା ଦେଖିବାକୁ ମିଳୁଛି । ଏହା ଚିନ୍ତାର କାରଣ ବୋଲି ମୋଦି କହିଛନ୍ତି ।

କେହିବି ଆଇନରୁ ଉର୍ଦ୍ଧ୍ବରେ ନୁହନ୍ତି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, ଲକଡାଉନ ସମୟରେ ଗମ୍ଭୀରତାର ସହ ନିୟମର ପାଳନ କରାଯାଉଥିଲା । ଏବେ ମଧ୍ୟ ସେହିଭଳି ସତର୍କତା ଦେଖାଇବା ଜରୁରୀ । ଯେଉଁମାନେ ନିୟମର ପାଳନ କରୁନାହାନ୍ତି ସେମାନଙ୍କୁ ରୋକିବାକୁ ପଡିବ । ଦେଶର ସ୍ଥାନୀୟ ପ୍ରଶାସନକୁ କୋଠର ହେବାକୁ ପଡିବ । ଗାଁର ପ୍ରଧାନ ହୁଅନ୍ତୁ କି ଦେଶର ପ୍ରଧାନମନ୍ତ୍ରୀ, କେହିବି ନିୟମଠାରୁ ଉପରେ ନୁହେଁ ବୋଲି ପ୍ରଧାନମନ୍ତ୍ରୀ ଜୋର ଦେଇ କହିଛନ୍ତି ।

'ଆତ୍ମ ନିର୍ଭର ପାଇଁ ଆମକୁ ଏକ ହେବାକୁ ପଡିବ'

ସଙ୍କଟ ସମୟରେ ଦେଶକୁ ଆତ୍ମ ନିର୍ଭର କରାଇବା ପାଇଁ ନିଜ ପ୍ରୟାସକୁ ଆହୁରି ଗତି ଦେବାର ଆବଶ୍ୟକତା ଥିବା କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସମସ୍ତଙ୍କୁ ସଶକ୍ତ କରିବା ପାଇଁ ପ୍ରୟାସ ଜାରି ରଖିବା ଜରୁରୀ । ଆମେ ଆତ୍ମନିର୍ଭର ଭାରତ ପାଇଁ ଦିନରାତି ଏକ କରିବା । ଲୋକାଲ ଠୁ ଭୋକାଲ ହେବା । 130 କୋଟି ଲୋକଙ୍କୁ ମିଳିମିଶି କାମ କରି ଆଗକୁ ବଢିବା । ଶେଶରେ ଦୁଇ ଗଜ ଦୂରତା ପାଳନ କରିବା ସହ ମାସ୍କ ବ୍ୟବହାରକୁ ଗୁରୁତ୍ବ ଦେବା ପାଇଁ ଜନସାଧାରଣଙ୍କୁ ଅନୁରୋଧ କରିଛନ୍ତି ପ୍ରଧାନମନ୍ତ୍ରୀ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.