ETV Bharat / bharat

‘ଭୋକାଲ ଫର ଲୋକାଲ’ ହେବାକୁ ନିବେଦନ କଲେ ଶାହ - କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ‘ଭୋକାଲ ଫର ଲୋକାଲ’ର ଦୃଷ୍ଟିକୁ ଦୋହରାଇଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ଲୋକମାନେ ବର୍ତ୍ତମାନ ଏହାକୁ ନିଜ ଜୀବନର ମନ୍ତ୍ର କରିବାକୁ ହେବ । ଯାହା ଦ୍ବାରା ମେକ ଇନ ଇଣ୍ଡିଆ ହେବା ସହ ମେକ ଫର୍ ୱାର୍ଲ୍ଡ ଆଡକୁ ଅଗ୍ରଗତି ହୋଇପାରିବ ବୋଲି ଗୃହମନ୍ତ୍ରୀ ପ୍ରକାଶ କରିଛନ୍ତି । ଅଧିକ ପଢନ୍ତୁ...

‘ଭୋକାଲ ଫର ଲୋକାଲ’ ହେବାକୁ ନିବେଦନ କଲେ ଶାହ
‘ଭୋକାଲ ଫର ଲୋକାଲ’ ହେବାକୁ ନିବେଦନ କଲେ ଶାହ
author img

By

Published : Aug 15, 2020, 10:20 PM IST

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ‘ଭୋକାଲ ଫର ଲୋକାଲ’ର ଦୃଷ୍ଟିକୁ ଦୋହରାଇଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ଲୋକମାନେ ବର୍ତ୍ତମାନ ଏହାକୁ ନିଜ ଜୀବନର ମନ୍ତ୍ର କରିବାକୁ ହେବ । ଯାହା ଦ୍ବାରା ମେକ ଇନ ଇଣ୍ଡିଆ ହେବା ସହ ମେକ ଫର୍ ୱାର୍ଲ୍ଡ ଆଡକୁ ଅଗ୍ରଗତି ହୋଇପାରିବ ବୋଲି ଗୃହମନ୍ତ୍ରୀ ପ୍ରକାଶ କରିଛନ୍ତି ।

ଟ୍ୱିଟରରେ ଶାହ ପ୍ରକାଶ କରିଛନ୍ତି, ‘ଆଜି ଭାରତରେ ଏପରି ଏକ ନେତୃତ୍ୱ ଅଛି ଯାହାର ଜୀବନରେ ଏକମାତ୍ର ଲକ୍ଷ୍ୟ ଏବଂ ସଂକଳ୍ପ ହେଉଛି ଭାରତକୁ ପୁଣିଥରେ ବିଶ୍ୱ ନେତା ଭାବରେ ପରିଚିତ କରିବା । ବର୍ତ୍ତମାନ ଆମକୁ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଭୋକାଲ୍ ଫୋର ଲୋକାଲକୁ ଆମ ଜୀବନର ମନ୍ତ୍ର କରିବାକୁ ପଡିବ ।’

‘ରେଡ୍ ଫୋର୍ଟରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ଆତ୍ମନିର୍ଭରଶୀଳ ଭାରତ ପ୍ରତି ନିଜର ସଂକଳ୍ପ ପ୍ରକାଶ କରିଥିଲେ। 130 କୋଟି ଭାରତୀୟଙ୍କ ଶକ୍ତି ଉପରେ ନିଜର ଆସ୍ଥା ଦୋହରାଇଛନ୍ତି। ବର୍ତ୍ତମାନ ସମୟ ଆସିଛି ଭାରତ ନିଜର ଦକ୍ଷତା, ସୃଜନଶୀଳତା ଏବଂ ଦକ୍ଷତା ସହିତ ବିଶ୍ୱକୁ ଆଗେଇ ନେବ । ସେ ମଧ୍ୟ ‘ଆତ୍ମନିର୍ଭର ଭାରତ’କଥା ଉଲ୍ଲେଖ କରିଛନ୍ତି ବୋଲି ଗୃହମନ୍ତ୍ରୀ କହିଛନ୍ତି ।

ଜାତୀୟ ଡିଜିଟାଲ ସ୍ୱାସ୍ଥ୍ୟ ମିଶନ ଏକ ଦୂରଦୃଷ୍ଟି ସମ୍ପନ୍ନ ନିଷ୍ପତ୍ତି, ଯାହା ଏକ ସୁସ୍ଥ ଭାରତ ସୃଷ୍ଟି କରି ସ୍ୱାସ୍ଥ୍ୟ କ୍ଷେତ୍ରରେ ପରିବର୍ତ୍ତନ ଆଣିବ ବୋଲି କେନ୍ଦ୍ର ଗୃହମନ୍ତ୍ରୀ କହିଛନ୍ତି । ଏହି ନିଷ୍ପତ୍ତି ପାଇଁ ସେ ନରେନ୍ଦ୍ର ମୋଦିଙ୍କୁ କୃତଜ୍ଞତା ଜଣାଇଛନ୍ତି।

ଶାହ କହିଛନ୍ତି ଯେ, ଏଥିରେ ପ୍ରତ୍ୟେକ ନାଗରିକଙ୍କୁ ସ୍ୱାସ୍ଥ୍ୟ ପରିଚୟ ଦିଆଯିବ, ଯାହା ସେମାନଙ୍କର ସମସ୍ତ ଚିକିତ୍ସା ରେକର୍ଡର ସବିଶେଷ ତଥ୍ୟ ସଂରକ୍ଷଣ କରିବ ।

ଏହା ସହ 173ଟି ସୀମା ଏବଂ ଉପକୂଳବର୍ତ୍ତୀ ଜିଲ୍ଲାରେ ଏନସିସିର ସମ୍ପ୍ରସାରଣ ଏକ ଐତିହାସିକ ନିଷ୍ପତ୍ତି । ଏହା ଅଧୀନରେ 1 ଲକ୍ଷ ଯୁବକ ଏନସିସିରେ ଯୋଦଦେବେ । ସେମାନଙ୍କୁ ସଠିକ୍ ତାଲିମ ଏବଂ କୌଶଳ ଯୋଗାଇ ଦିଆଯିବ । ଯାହା ଯୁବବର୍ଗଙ୍କ ପ୍ରତିଭା ବିକାଶ କରିବ ଏବଂ ସେମାନେ ନୂତନ ସୁଯୋଗ ପାଇବେ, ଏଥିପାଇଁ ମୁଁ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ ଦେଉଛି ବୋଲି ସେ କହିଛନ୍ତି।

ଦୀର୍ଘ ଦଶନ୍ଧି ଧରି ବିକାଶରୁ ବଞ୍ଚିତ ଭାରତର ସୁଦୂର ଦ୍ୱୀପପୁଞ୍ଜର ବିକାଶ ପାଇଁ ମୋଦୀଙ୍କ ପ୍ରତିବଦ୍ଧତା ରହିଛି । ଆଣ୍ଡାମାନ ଓ ନିକୋବର ପରେ, ଆଗାମୀ 1000 ଦିନରେ ଲାକ୍ଷାଦ୍ବୀପକୁ ଅପ୍ଟିକାଲ ଫାଇବର କେବୁଲ ସହିତ ସଂଯୋଗ କରିବାକୁ ସେ ଯୋଜନା କରିଛନ୍ତି । ଯାହା ଲାକ୍ଷାଦ୍ବୀପରେ ହାଇ ସ୍ପିଡ୍ ଇଣ୍ଟରନେଟ୍ ଉପଲବ୍ଧ କରାଇବା ସହ ରୋଜଗାର ବୃଦ୍ଧିରେ ସାହାଯ୍ୟ କରିବ ବୋଲି ଶାହ ଅନ୍ୟ ଏକ ଟ୍ବିଟରେ ଲେଖିଛନ୍ତି ।

ଦେଶରେ 74 ତମ ସ୍ୱାଧୀନତା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜାତୀୟ ଡିଜିଟାଲ ସ୍ୱାସ୍ଥ୍ୟ ମିଶନ ଘୋଷଣା କରିଛନ୍ତି । ଏହା ଦ୍ବାରା ପ୍ରତ୍ୟେକ ନାଗରିକଙ୍କୁ ଏକ ସ୍ୱତନ୍ତ୍ର ସ୍ୱାସ୍ଥ୍ୟ ପରିଚୟ ପ୍ରଦାନ କରାଯିବ । ଯେଉଁଥିରେ ରୋଗ, ନିରାକରଣ ରିପୋର୍ଟ, ଔଷଧ ଇତ୍ୟାଦିର ବିବରଣୀ ରହିବ।

@ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.