ETV Bharat / bharat

ଦେଶକୁ କୋରୋନାର ତୃତୀୟ ପର୍ଯ୍ୟାୟରେ ପ୍ରବେଶ କରିବାରୁ ରକ୍ଷା କରିଛୁ: କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ

author img

By

Published : Apr 24, 2020, 10:07 PM IST

ଭାରତକୁ କୋରୋନାର ତୃତୀୟ ପର୍ଯ୍ୟାୟରେ ପହଞ୍ଚାଇବାକୁ ଦେବନାହିଁ ବୋଲି କହିଛନ୍ତି କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଦନ । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

ଭାରତକୁ କୋରୋନାର ତୃତୀୟ ପର୍ଯ୍ୟାୟଠାରୁ ରକ୍ଷା କରିଛୁ

ନୂଆଦିଲ୍ଲୀ: ଭାରତକୁ କୋରୋନାର ତୃତୀୟ ପର୍ଯ୍ୟାୟରେ ପହଞ୍ଚାଇବାକୁ ଦେବେନାହିଁ ବୋଲି କହିଛନ୍ତି କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଦନ । ଏହାସହ କୋରୋନା ବିପକ୍ଷରେ ଲଢିବା ପାଇଁ ବହୁ ଦେଶ ଅପେକ୍ଷା ଆମ ଦେଶ ଭଲ ପ୍ରଦର୍ଶନ କରିଛି । ଯେପରିକି ଦେଶରେ ଯାଞ୍ଚକୁ ମଜବୁତ କରାଗଲା । ଏପରିକି ଦିନକୁ 5.5 ଲକ୍ଷ ଯାଞ୍ଚ ସମ୍ପୂର୍ଣ୍ଣ କରାଗଲା । କୋରୋନା ଟେଷ୍ଟ ପ୍ରକିୟା ବଢିବା ଦ୍ବାରା ପଜିଟିଭ ମାମଲା ଆଗ ଅପେକ୍ଷା ଏବେ ବହୁତ କମ ଆସିଛି ।

ସ୍ବାସ୍ଥ୍ୟମନ୍ତ୍ରୀ କହିଛନ୍ତି, ‘ପଜିଟିଭ ମାମଲା 4 ପ୍ରତିଶତରୁ ଅଧିକ ବଢିନାହିଁ । ଯଦି ଆମେ ତୃତୀୟ ପର୍ଯ୍ୟାୟରେ ଥାନ୍ତୁ ତେବେ ଆମେ ସଭିଏଁ ଚିନ୍ତିତ ହୋଇଥାନ୍ତେ । କିନ୍ତୁ ଆମେ ଆମ ଦେଶକୁ ଏହି ବଡ଼ ପର୍ଯ୍ୟାୟକୁ ଯିବାକୁ ଦେଇ ନାହୁଁ । ଆମ ପାଖରେ ହଟସ୍ପଟ ସମ୍ବନ୍ଧିତ ସମସ୍ତ ସୂଚନା ରହିଛି ।’

ସେପଟେ କିଛିମାସ ତଳେ ବାହାର ଦେଶରୁ କୋରୋନା ପରୀକ୍ଷଣ ପାଇଁ କିଛି କିଟ୍ ଆମ ଦେଶକୁ ଅଣାଯାଇଥିଲା । କିନ୍ତୁ ତାହା ଖରାପ ବାହାରିଥିଲା । ଏନେଇ ସ୍ବାସ୍ଥ୍ୟମନ୍ତ୍ରୀ ଏବେ କହିଛନ୍ତି, ‘ଚୀନ ଭଳି ଅନ୍ୟାନ୍ୟ ଦେଶକୁ ଆମେ କୋଭିଡ-19 ପରୀକ୍ଷଣ କିଟ ଆଣିଥିଲୁ । ତାହା ଖରାପ ଥିବାରୁ ପୁଣି ଆମେ ତାହା ଫେରସ୍ତ କରିଛୁ । ଜାନୁଆରୀ 8 ତାରିଖରେ ଆମେ ପ୍ରଥମେ ଏକ ବୈଠକ କରିଥିଲୁ । ଆଉ ଅନ୍ୟଦେଶ ତୁଳନାର କୋଭିଡ-19 ସହ ମୁକାବିଲା କରିବାରେ ଆମ ଦେଶ ବହୁତ ଭଲ ପ୍ରଦର୍ଶନ କରିଛି । ଆମ ଦେଶରେ ପ୍ରତି 10 ଲକ୍ଷ ଜନତାଙ୍କ ମଧ୍ୟରେ 3 ପ୍ରତିଶତ ମୃତ୍ୟୁସଂଖ୍ୟା ରହିଛି । ସାରା ଦେଶରେ ଯେଉଁଠି ବି କୋରୋନା ସଂକ୍ରମିତ ଚିହ୍ନଟ ହେଉଛନ୍ତି ତାହାର ସମସ୍ତ ରିପୋର୍ଟ ଏବଂ ସୂଚନା ଆମ ପାଖରେ ପହଞ୍ଚିଯାଉଛି ।’

@IANS

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.