ETV Bharat / bharat

କୃଷି ଆଇନ ରଦ୍ଦ ପାଇଁ ଗାନ୍ଧୀ ଜୟନ୍ତୀ ପର୍ଯ୍ୟନ୍ତ ଡେଡଲାଇନ୍ ଦେଲେ ଚାଷୀ

author img

By

Published : Feb 6, 2021, 5:21 PM IST

ଆସନ୍ତା 2 ଅକ୍ଟୋବର ତଥା ଗାନ୍ଧୀ ଜୟନ୍ତୀ ପର୍ଯ୍ୟନ୍ତ ନୂତନ କୃଷି ଆଇନ ପ୍ରତ୍ୟାହାର କରିବା ପାଇଁ ସରକାରକୁ ସମୟ ଦେଲା ଭାରତୀୟ କିଷାନ ୟୁନିୟନ । କେନ୍ଦ୍ର ସରକାର ଆଣିଥିବା ନୂତନ କୃଷି ଆଇନକୁ ପ୍ରତ୍ୟାହାର ନ କରିବା ପର୍ଯ୍ୟନ୍ତ ସରକାରଙ୍କ ସହ କୌଣସି ଆଲୋଚନା କରିବୁ ନାହିଁ ବୋଲି ବିକେୟୁ ନେତା ରାକେଶ ଟିକାୟତ କହିଛନ୍ତି । ଅଧିକ ପଢନ୍ତୁ...

rakesh tikayat
ଗାନ୍ଧୀ ଜୟନ୍ତୀ ପର୍ଯ୍ୟନ୍ତ କୃଷି ଆଇନକୁ ପ୍ରତ୍ୟାହାର ପାଇଁ କେନ୍ଦ୍ର ସରକାରକୁ ସମୟସୀମା ଦେଲେ ରାକେଶ ଟିକାୟତ

ନୂଆଦିଲ୍ଲୀ: 2 ଅକ୍ଟୋବର ତଥା ଗାନ୍ଧୀ ଜୟନ୍ତୀ ପର୍ଯ୍ୟନ୍ତ କୃଷି ଆଇନକୁ ପ୍ରତ୍ୟାହାର ପାଇଁ ସରକାରଙ୍କୁ ସମୟସୀମା ଦେଲେ କୃଷିକ ନେତା ରାକେଶ ଟିକାୟତ । କୌଣସି ଚାପର ବଶବର୍ତ୍ତୀ କିମ୍ବା ବାଧ୍ୟବାଧ୍ୟକତାରେ ଆମେ କେନ୍ଦ୍ର ସରକାରଙ୍କ ସହ ଆଲୋଚନା କରିବୁ ନାହିଁ ବୋଲି କହିଛନ୍ତି ।

ଆଜି ସାରା ଭାରତରେ କୃଷକ ମାନେ ନୂତନ କୃଷି ଆଇନକୁ ବିରୋଧ କରି 3 ଘଣ୍ଟା ଚକା ଜାମ ଡାକରା ଦେଇଛନ୍ତି । ଦିଲ୍ଲୀ ପଞ୍ଜାବ, ହରିୟାଣା ସମେତ ସାରା ଭାରତରେ କୃଷକଙ୍କ ଏହି ଆନ୍ଦୋଳନ ଚାଲିଛି । 2 ଅକ୍ଟୋବର ତଥା ଗାନ୍ଧୀ ଜୟନ୍ତୀ ପର୍ଯ୍ୟନ୍ତ କୃଷି ଆଇନକୁ ପ୍ରତ୍ୟାହାର କରିବା ପାଇଁ କେନ୍ଦ୍ର ସରକାରକୁ ସମୟସୀମା ଦେଇଛି ଭାରତୀୟ କିଷାନ ୟୁନିୟନ । ଭାରତ କିଷାନ ୟୁନିୟନ ନେତା ତଥା କୃଷକ ନେତା ରାକେଶ ଟିକାୟତ କହିଛନ୍ତି ଯେ କେନ୍ଦ୍ର ସରକାର ଆଣିଥିବା ଏହି ତିନୋଟି ନୂତନ କୃଷି ଆଇନକୁ ପ୍ରତ୍ୟାହାର ନ କରିବା ପର୍ଯ୍ୟନ୍ତ ସରକାରଙ୍କ ସହ କୌଣସି ଆଲୋଚନା କରିବୁ ନାହିଁ। ଆମେ ସରକାରଙ୍କ କୌଣସି ଚାପର ବଶବର୍ତ୍ତୀ କିମ୍ବା ବାଧ୍ୟବାଧକତାରେ ଆଲୋଚନା କରିବୁ ନାହିଁ । ଯଦି ସରକାର ଆଇନ ପ୍ରତ୍ୟାହାର ନ କରନ୍ତି ତେବେ ଆମେ ଅନ୍ୟ କାର୍ଯ୍ୟପନ୍ଥା ଅବଲମ୍ବନ କରିବୁ ବୋଲି ଚାଷୀ ନେତା ରାକେଶ ଟିକାୟତ କହିଛନ୍ତି ।

କେନ୍ଦ୍ର ସରକାରି ଆଣିଥିବା ନୂତନ କୃଷି ଆଇନକୁ ନେଇ ଦୀର୍ଘ 71 ଦିନ ହେଲା ଦିଲ୍ଲୀର ବିଭିନ୍ନ ବୋର୍ଡର ଅଞ୍ଚଳରେ କୃଷକମାନେ ଆନ୍ଦୋଳନ ଜାରି ରଖିଛନ୍ତି । ଏହି ଆଇନକୁ ପ୍ରତ୍ୟାହାର କରିବା ପାଇଁ ଚାଷୀମାନେ ସରକାରଙ୍କ ଆଗରେ ଅଡି ବସିଛନ୍ତି । ଗଣତନ୍ତ୍ର ଦିବସ ଦିନ ତଥା ଜାନୁୟାରୀ 26 ତାରିଖ ଦିନ ଟ୍ରାକ୍ଟର ପରେଡ କରି ନୂଆଦିଲ୍ଲୀରେ ହିଂସା ସୃଷ୍ଟି ହୋଇଥିଲା । ଦେଶର ଐତିହ୍ୟସ୍ଥଳ ଲାଲକିଲ୍ଲାରେ ହିଂସା ସୃଷ୍ଟି କରିଥିଲେ । ଏହା ପରେ ସରକାର ଚାଷୀ ଆନ୍ଦୋଳନକୁ ନେଇ ପୋଲିସ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରିଛନ୍ତି ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.