ETV Bharat / bharat

କୋରୋନା ସଙ୍କଟ ବେଳେ କେନ୍ଦ୍ରକୁ ମମତାଙ୍କ ଟାର୍ଗେଟ, ଆଣିଲେ ଅବହେଳା ଅଭିଯୋଗ

author img

By

Published : Jul 21, 2020, 4:33 PM IST

ମହାମାରୀର ଏପରି ସଙ୍କଟ ସ୍ଥିତିରେ ରାଜ୍ୟର ସ୍ଥିତିକୁ ସମ୍ଭାଳିବା ପରିବର୍ତ୍ତେ କେନ୍ଦ୍ର ଉପରେ ବର୍ଷିଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । କେନ୍ଦ୍ର ସରକାର ରାଜ୍ୟକୁ ଅଣଦେଖା କରୁଥିବା କହିଛନ୍ତି ମମତା । ଅଧିକ ପଢନ୍ତୁ...

କୋରୋନା ସଙ୍କଟ ବେଳେ କେନ୍ଦ୍ରକୁ ମମତାଙ୍କ ଟାର୍ଗେଟ, ଅବହେଳାର ଆଣିଲେ ଅଭିଯୋଗ

କୋଲକାତା: ପଶ୍ଚିମବଙ୍ଗରେ ଅଣାୟତ ହୋଇପଡିଛି କୋରୋନା । ମହାମାରୀର ଏପରି ସଙ୍କଟ ସ୍ଥିତିରେ ରାଜ୍ୟର ସ୍ଥିତିକୁ ସମ୍ଭାଳିବା ପରିବର୍ତ୍ତେ କେନ୍ଦ୍ର ଉପରେ ବର୍ଷିଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । କେନ୍ଦ୍ର ସରକାର ରାଜ୍ୟକୁ ଅଣଦେଖା କରୁଥିବା କହିଛନ୍ତି ମମତା ।

ମୁଖ୍ୟମନ୍ତ୍ରୀ ମୋଦି ସରକାରଙ୍କୁ ଟାର୍ଗେଟ କରି କହିଛନ୍ତି ଯେ ପଶ୍ଚିମବଙ୍ଗର ଜନତା ମୋଦି ସରକାରକୁ ଦୃଢ ଜବାବ ଦେବ । କୌଣସି ବାହାର ଲୋକ ରାଜ୍ୟରେ ଶାସନ ଚଳାଇପାରିବେ ନାହିଁ । କିଛି ଲୋକ ରହିଛନ୍ତି ଯେଉଁମାନଙ୍କ ପାଖରେ କୌଣସି ରାଜନୈତିକ ଦକ୍ଷତା ନାହିଁ ।

ପଶ୍ଚିମବାଙ୍ଗରେ ବିଜେପି ବିଧାୟକ ଓ କର୍ମୀଙ୍କ ହତ୍ୟାରେ ତୃଣମୂଳ କଂଗ୍ରେସର ଲୋକଙ୍କ ହାତ ଥିବାନେଇ ଚର୍ଚ୍ଚା ହେଉଥିବାବେଳେ ଏହାକୁ ଏଡାଇବା ପାଇଁ ପାଲଟା ଜବାବ ଦେଇଛନ୍ତି ମମତା । ଉତ୍ତରପ୍ରଦେଶରେ କଣ ହେଉଛି ବୋଲି ସେ ପ୍ରଶ୍ନ କରିଛନ୍ତି । ମମତା କହିଛନ୍ତି ଉତ୍ତରପ୍ରଦେଶରେ ଲୋକେ ଏତଲା ଦାଏର କରିବାକୁ ମଧ୍ୟ ଡରୁଛନ୍ତି । ଗୋଟିଏ ନିର୍ଦ୍ଧିଷ୍ଟ ଘଟଣାରେ ଅନେକ ପୋଲିସ କର୍ମୀଙ୍କୁ ଗୁଳିକରି ମାରିଦିଆଗଲା । ତେବେ ସେଠାକାର ଆଇନବ୍ୟବସ୍ଥା ଉପରେ ଆଙ୍ଗୁଠି ଉଠାଇଛନ୍ତି ପଶ୍ଚମବଙ୍ଗ ମୁଖ୍ୟମନ୍ତ୍ରୀ ।

ଅନ୍ୟପକ୍ଷେ ଆଗାମୀ 2021 ନିର୍ବାଚନରେ ବିଜେପିକୁ ରାଜ୍ୟରୁ ଫିଙ୍ଗିଦେବାକୁ ଧମକ ଦେଇଛନ୍ତି ମମତା । ତୃଣମୂଳ କଂଗ୍ରେସ ରାଜ୍ୟରେ ପୂନର୍ବାର ସରକାର ଗଠନ କରିବ ବୋଲି ସେ ଦୃଢ ଦାବି କରିଛନ୍ତି ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.