ETV Bharat / bharat

ଥିରୁଅନନ୍ତପୁରମରେ ପ୍ରବଳ ବର୍ଷା, ଜନଜୀବନ ପ୍ରଭାବିତ - ଥିରୁବନନ୍ତପୁରମରେ ପ୍ରବଳ ବର୍ଷା

ଥିରୁଅନନ୍ତପୁରମରେ ପ୍ରବଳ ବର୍ଷା, ଜନଜୀବନ ପ୍ରଭାବିତ । ଜଳମଗ୍ନ ହେଲା ସହରର ବିଭିନ୍ନ ରାସ୍ତା । ଅଧିକ ପଢନ୍ତୁ....

waterlogging-in-parts-of-thiruvananthapuram-following-heavy-rainfall
ଥିରୁଅନନ୍ତପୁରମରେ ପ୍ରବଳ ବର୍ଷା , ଜନଜୀବନ ପ୍ରଭାବିତ
author img

By

Published : Jun 2, 2020, 10:30 AM IST

ଥିରୁଅନନ୍ତପୁରମ: କେରଳ ଛୁଇଁଲା ମୌସୁମୀ । ଦକ୍ଷିଣ ପଶ୍ଚିମ ମୌସୁମୀବାୟୁ କେରଳରେ ପହଞ୍ଚିଛି । ଯାହାର ପ୍ରଭାବରେ କେରଳରେ ପ୍ରବଳ ବର୍ଷା ହୋଇଛି । ଏପରିକି, ଥିରୁଅନନ୍ତପୁରମରେ ପ୍ରବଳ ବର୍ଷା ଯୋଗୁଁ ରାସ୍ତାଘାଟରେ ପାଣି ଜମି ରହିଥିଲା । ସହରରେ ଗାଡି ଚଳାଚଳ ଏକପ୍ରକାର ବ୍ୟାହତ ହୋଇଥିଲା । କେତେକ ସ୍ଥାନରେ ବର୍ଷାର ପରିମାଣ ଅଧିକ ରହିଥିଲା । ରାସ୍ତା ଗୁଡିକ ଜଳମଗ୍ନ ହୋଇଥିବାରୁ ଘଣ୍ଟା ଘଣ୍ଟା ଧରି ଟ୍ରାଫିକ ଜାମ ରହିଥିବା ଦେଖିବାକୁ ମିଳିଥିଲା ।

ସୋମବାର କେରଳରେ ପ୍ରବଳ ବର୍ଷା ସାଙ୍ଗକୁ 9ଟି ଜିଲ୍ଲା ପାଇଁ ୟେଲୋ ଓ୍ବାର୍ଣ୍ଣିଂ ଜାରି କରିଥିଲା ଆଇଏମଡି । ଥିରୁଅନନ୍ତପୁରମ, କୋଲାମ, ପଠାନମଥିଟ୍ଟା,ଏନାକୁଲମ, ଆନ୍ନାପୂଜା ,ଇଡୁକି,କନନୁର,ମାଲାପୁରମ ଓ କୋଟ୍ଟାୟମକୁ ଓ୍ବାର୍ଣ୍ଣିଂ ଜାରି କରିଥିଲା ବିଭାଗ ।

ସୌଜନ୍ୟ@ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.