ETV Bharat / bharat

ଲକଡାଉନ 2.0: ଶରୀର ପାଇଁ ପାଣି ଅତ୍ୟନ୍ତ ଆବଶ୍ୟକ

author img

By

Published : Apr 17, 2020, 6:57 AM IST

ପ୍ରଥମେ କିଛି ଫଳ ଭଲ ଭାବେ ଧୋଇ ପାଣି ସହ ଫ୍ରିଜରେ ରଖିଦିଅନ୍ତୁ । ପରେ ଏହାକୁ କାଢି ଏଥିରୁ କେବଳ ପାଣି ପିଅନ୍ତୁ । ଦେଖିବେ ଏହା ଏକ ନୂଆ ସ୍ବାଦ ଦେବ । ଅଧିକ ପଢନ୍ତୁ...

ଲକଡାଉନ 2.0: ଶରୀର ପାଇଁ ପାଣି ଅତ୍ୟନ୍ତ ଆବଶ୍ୟକ
ଲକଡାଉନ 2.0: ଶରୀର ପାଇଁ ପାଣି ଅତ୍ୟନ୍ତ ଆବଶ୍ୟକ

ହାଇଦ୍ରାବାଦ: ପୁଣି ଘୋଷଣା ହୋଇଛି ଲକଡାଉନ । ମେ 3 ଯାଏଁ ସାରା ଦେଶରେ ତାଲାବନ୍ଦୀ ଲାଗୁ ହୋଇଛି । ଫଳରେ ସମସ୍ତଙ୍କୁ ଏବେ ପୁଣି ଆହୁରି 3 ସପ୍ତାହ ଘରେ ରହିବାକୁ ପଡିବ । ତେବେ ଏପରି ସମୟରେ ଆମକୁ ନିଜ ସ୍ବାସ୍ଥ୍ୟ ପ୍ରତି ଧ୍ୟାନ ଦେବାକୁ ପଡିବ । କାରଣ ଆଗକୁ ଗରମ ଦିନ ଆସୁଛି । ଏପରି ସମୟରେ ଆମ ଶରୀରକୁ ଅଧିକ ପ୍ରତିଷେଧକ ବ୍ୟବସ୍ଥାର ଆବଶ୍ୟକତା ରହିଛି ।

ତେବେ ଏହି ସମୟରେ ଆମକୁ ସବୁଦିନ ପ୍ରଚୁର ପାଣି ପିଇବାର ଆବଶ୍ୟକ ଅଛି । କାରଣ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବଢାଇବାରେ ଏହା ମଧ୍ୟ ଏକ ଉତ୍ତମ ଉପାଦାନ । ପ୍ରତିଦିନ ଆମ ଶରୀରକୁ 3 ଲିଟର ପାଣିର ଆବଶ୍ୟକ ରହିଛି । ପାଣି ପିଇବା ଦ୍ବାରା ଆମ ଶରୀରରୁ ସମସ୍ତ ଅପରିଷ୍କାର ପଦାର୍ଥ ଦୂର ହୋଇ ଏକ ନୂଆ ଶକ୍ତି ମିଳିଥାଏ । ତେବେ ଆପଣ ସାଧାରଣ ପାଣି ଛଡା ବିଭିନ୍ନ ଉପାୟରେ ପାଣି ପିଇପାରିବେ ।

ଫଳର ଭିଟାମିନ ପାଣି ସହ ମିଶାଇ ପିଇବା ଏକ ନୂଆ ଉପାୟ । ପ୍ରଥମେ କିଛି ଫଳ ଭଲ ଭାବେ ଧୋଇ ପାଣି ସହ ଫ୍ରିଜରେ ରଖିଦିଅନ୍ତୁ । ପରେ ଏହାକୁ କାଢି ଏଥିରୁ କେବଳ ପାଣି ପିଅନ୍ତୁ । ଦେଖିବେ ଏହା ଏକ ନୂଆ ସ୍ବାଦ ଦେବ । ସେହିପରି ଗୋଟିଏ ଗ୍ଲାସ ପାଣିରେ ଫାଳେ ଲେମ୍ବୁ ଚିପୁଡି ଏକ ଘଣ୍ଟା ରଖିଦିଅନ୍ତୁ । ଏଥିରେ ମହୁ କିମ୍ବା ଜଲଜିରା ମିଶାଇ ପିଅନ୍ତୁ ।

ଶରୀରକୁ ଶକ୍ତି ଦେବାରେ ଆୟୁର୍ବେଦିକ ଦ୍ରବ୍ୟ ଗୁରୁତ୍ବପୂର୍ଣ ଭୂମିକା ନେଇଥାଏ । ଏଥିପାଇଁ ତୁଳସୀ, ପୁଦିନା ପତ୍ର ମୁଖ୍ୟ ଔଷଧ କହିଲେ ଅତ୍ୟୁକ୍ତି ହେବନି । କିଛି ତାଜା ତୁଳସୀ ଓ ପୁଦିନା ପତ୍ରରେ ଛୋଟ ଛୋଟ ଅଦା ଖଣ୍ଡ ମିଶାଇ 2 ଲିଟର ପାଣିରେ ରଖିଦିଅନ୍ତୁ । ଏହା ଭଲ ଭାବେ ମିଶ୍ରଣ ହେବା ପରେ ଏହାକୁ ପିଇବେ । ସେହିପରି 2 କପ ଗରମ ପାଣିରେ 7ଟି ହର୍ବାଲ ଚା’ ବ୍ୟାଗ ମିଶାଇ କିଛି ସମୟ ଫ୍ରିଜରେ ରଖି ପିଇପାରିବେ । କମଳା ଓ ଲେମ୍ବୁକୁ ଛଡାଇ ଏହାର ଚୋପାକୁ ଛୋଟ ଛୋଟ ଖଣ୍ଡ କରି ରାତିସାରା ଭିଜାଇ ସକାଳେ ଏହି ପାଣି ପିଅନ୍ତୁ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.