ETV Bharat / bharat

ହାତ ଚିହ୍ନରେ ଭୋଟ ଦେବାକୁ କହିଲେ ସିନ୍ଧିଆ - ହାତ ଚିହ୍ନ ବଟନ ଦାବିକୁ କହିଲେ ସିନ୍ଧିଆ

ଦଳୀୟ ପ୍ରାର୍ଥୀଙ୍କ ବଦଳରେ ବିରୋଧୀଙ୍କ ପାଇଁ ଭୋଟ ମାଗିଲେ ବିଜେପି ରାଜ୍ୟସଭା ଜ୍ୟୋତିରାଦିତ୍ୟ ସିନ୍ଧିଆ । ନିର୍ବାଚନୀ ମୈଦାନରେ ଦେଖିବାକୁ ମିଳିଲା ସିନ୍ଧିଆଙ୍କ କଂଗ୍ରେସ ପ୍ରେମ । ଅଧିକ ପଢନ୍ତୁ...

ହାତ ଚିହ୍ନରେ ବଟନ ଦାବିକୁ କହିଲେ ସିନ୍ଧିଆ
ହାତ ଚିହ୍ନରେ ବଟନ ଦାବିକୁ କହିଲେ ସିନ୍ଧିଆ
author img

By

Published : Nov 1, 2020, 1:32 PM IST

Updated : Nov 1, 2020, 1:37 PM IST

ଗ୍ବାଲିୟର: ପାର୍ଟି ଛାଡିଛନ୍ତି ହେଲେ ଦଳ ପ୍ରତି ଏବେ ବି ରହିଛି ଆବେଗ । ନିର୍ବାଚନୀ ମୈଦାନରେ ଦେଖିବାକୁ ମିଳିଲା ସିନ୍ଧିଆଙ୍କ କଂଗ୍ରେସ ପ୍ରେମ । ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିବାକୁ ଯାଇ ବିରୋଧୀଙ୍କ ପାଇଁ ମାଗିଲେ ମତଦାନ ।

ମଧ୍ୟପ୍ରଦେଶ ଉପନିର୍ବାଚନକୁ ନେଇ ଜୋରସୋର ଆରମ୍ଭ ହୋଇଯାଇଛି ନିର୍ବାଚନୀ ପ୍ରଚାର । ନିଜ ନିଜ ଦଳୀୟ ପ୍ରାର୍ଥୀଙ୍କୁ ଭୋଟ ଦେବାକୁ ଷ୍ଟାର ପ୍ରଚାରକ ଜ୍ୟୋତିରାଦିତ୍ୟ ସିନ୍ଧିଆ ମଧ୍ୟ ବିଜେପି ପାଇଁ କରୁଛନ୍ତି କ୍ୟାମ୍ପେନିଂ। ଦେବ୍ରାରେ ଇମର୍ତୀ ଦେବୀଙ୍କ ପାଇଁ ଭୋଟ ମାଗିବାକୁ ଯାଇ ବିଜେପି ରାଜ୍ୟସଭା ସାଂସଦ ତଥା ନେତା ଜ୍ୟୋତିରାଦିତ୍ୟ ସିନ୍ଧିଆ ଭୁଲବଶତଃ ପାଟିରୁ ହାତ ଚିହ୍ନ କଂଗ୍ରେସରେ ଭୋଟ ଦେବାକୁ ଲୋକଙ୍କୁ ଅପିଲ କରିଥିଲେ ।

ହାତ ଚିହ୍ନରେ ବଟନ ଦାବିକୁ କହିଲେ ସିନ୍ଧିଆ

ନଭେମ୍ବର 3 ତାରିଖରେ ନିର୍ବାଚନରେ ହାତ ମୁଠା କରି ହାତ ଚିହ୍ନରେ ଭୋଟ ଦେବାକୁ କହିଥିଲେ । ହେଲେ ପରବର୍ତ୍ତୀ ସମୟରେ ସେ ନିଜର ଭୁଲ ଜାଣିପାରି ତୁରନ୍ତ ନିଜର ବୟାନକୁ ବଦଳାଇଥିଲେ । ଫୁଲ ବଟନ ଦବାଇ ହାତ ଚିହ୍ନକୁ ବସ୍ତାରେ ବାନ୍ଧି ବିଦା କରିବାକୁ ହେବ ।

ସୂଚନାଯୋଗ୍ୟ, କଂଗ୍ରେସ ସହିତ 18 ବର୍ଷର ସମ୍ପର୍କ ତୁଟାଇ ବିଜେପିରେ ସାମିଲ ହୋଇଛନ୍ତି ସିନ୍ଧିଆ । ମଧ୍ୟପ୍ରଦେଶ କଂଗ୍ରେସରୁ ୨୨ ବିଧାୟକଙ୍କ ସହ ବିଜେପିରେ ସାମିଲ ହୋଇଥିଲେ ସିନ୍ଧିଆ । ଏହା ପରେ ମଧ୍ୟପ୍ରଦେଶରେ କଂଗ୍ରେସ ସରକାର ଭାଙ୍ଗିବା ସହ କମଲନାଥଙ୍କୁ ମୁଖ୍ୟମନ୍ତ୍ରୀ ପଦବୀରୁ ଇସ୍ତଫା ଦେବାକୁ ପଡିଥିଲା । ପରବର୍ତ୍ତୀ ସମୟରେ ଚତୁର୍ଥ ଥର ପାଇଁ ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ହୋଇଛନ୍ତି ବିଜେପିର ଶିବରାଜ ସିଂ ଚୌହାନ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ହାତ ଚିହ୍ନରେ ଭୋଟ ଦେବାକୁ କହିଲେ ସିନ୍ଧିଆ

Last Updated : Nov 1, 2020, 1:37 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.