ETV Bharat / bharat

ହନୁମାନ ପୂଜାକୁ ନେଇ ଆପ୍‌-ବିଜେପି ମୁହାଁମୁହିଁ - ଆପ-ବିଜେପି ମୁହାଁମୁହିଁ

ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ମତଦାନ ପ୍ରକ୍ରିୟା ଜାରି ରହିଛି । ଇତି ମଧ୍ୟରେ ଶାସକ ଦଳ ଆମ ଆଦମୀ ପାର୍ଟି(ଆପ୍‌) ଏବଂ ବିଜେପି ମଧ୍ୟରେ ପ୍ରଭୁ ହନୁମାନଙ୍କୁ ନେଇ ଆରୋପ ପ୍ରତ୍ୟାରୋପ ଆରମ୍ଭ ହୋଇଯାଇଛି । ଅଧିକ ପଢନ୍ତୁ...

delhi assembly election
ଆପ-ବିଜେପି ମୁହାଁମୁହିଁ
author img

By

Published : Feb 8, 2020, 1:53 PM IST

ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ମତଦାନ ପ୍ରକ୍ରିୟା ଜାରି ରହିଛି । ଏନେଇ ମତଦାତା ଖୁବ ଉତ୍ସାହିତ ଥିବା ଦେଖିବାକୁ ମିଳିଛି । ଇତି ମଧ୍ୟରେ ଶାସକ ଦଳ ଆମ ଆଦମୀ ପାର୍ଟି(ଆପ୍‌) ଏବଂ ବିଜେପି ମଧ୍ୟରେ ପ୍ରଭୁ ହନୁମାନଙ୍କୁ ନେଇ ଆରୋପ ପ୍ରତ୍ୟାରୋପ ଆରମ୍ଭ ହୋଇଯାଇଛି ।

ମତଦାନ ପୂର୍ବରୁ ମଖ୍ୟମନ୍ତ୍ରୀ କେଜ୍ରିୱାଲଙ୍କ ହନୁମାନ ପୂଜାକୁ ନେଇ ଦିଲ୍ଲୀ ବିଜେପି ସଭାପତି ମନୋଜ ତିୱାରୀ ସମାଲୋଚନା କରିଛନ୍ତି । ଏନେଇ ସେ କହିଛନ୍ତି, 'କେଜ୍ରିୱାଲ ପୂଜା କରିବାକୁ ଯାଇଥିଲେ ନା ହନୁମାନଙ୍କୁ ଅପବିତ୍ର କରିବାକୁ ଯାଇଥିଲେ? ଯେଉଁ ହାତରେ ଜୋତା ଖୋଲିଥିଲେ ସେଇ ହାତରେ ପୂଜାର୍ଚ୍ଚନା କଲେ । ନକଲି ଭକ୍ତ ପୂଜା କରିବାକୁ ଗଲେ ଏପରି ହିଁ ହୋଇଥାଏ । '

delhi assembly election
ଆପ-ବିଜେପି ମୁହାଁମୁହିଁ

ସେପଟେ ଏନେଇ ବିଜେପିକୁ ପାଲଟା ଜବାବ ଦେଇଛନ୍ତି ଅରବିନ୍ଦ କେଜ୍ରିୱାଲ । ସେ ଟ୍ବିଟ କରି କହିଛନ୍ତି, 'ମୁଁ ମନ୍ଦିର ଯିବା ଦ୍ବାରା ମନ୍ଦିର ଅପବିତ୍ର ହୋଇଗଲା ବୋଲି ବିଜେପି ନେତା କହୁଛନ୍ତି । ଏହା କିଭଳି ରାଜନୀତି ? ଭଗବାନ ତ ସମସ୍ତଙ୍କର । ଭଗବାନ ସମସ୍ତଙ୍କୁ ଆଶୀର୍ବାଦ କରନ୍ତୁ । ବିଜେପିର ଲୋକଙ୍କୁ ମଧ୍ୟ ଆଶୀର୍ବାଦ କରନ୍ତୁ । '

ଦିଲ୍ଲୀ ବିଧାନସଭା ନିର୍ବାଚନର ଦିନକ ପୂର୍ବରୁ ମୁଖ୍ୟମନ୍ତ୍ରୀ କେଜ୍ରିୱାଲ ଶୁକ୍ରବାର ରାଜଧାନୀର କନାଟ ସ୍ଥିତ ପ୍ରାଚୀନ ହନୁମାନ ମନ୍ଦିର ଯାଇ ପୂଜାର୍ଚ୍ଚନା କରିଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.