ଲକ୍ଷ୍ନୌ: ଆକ୍ସନ ମୋଡରେ ଉତ୍ତରପ୍ରଦେଶ ପୋଲିସ । ମୋଷ୍ଟ ୱାଡେଣ୍ଟ ବିକାଶ ଦୁବେ ପରେ ପୁଣି ଜଣେ ଅପରାଧିକୁ ଏନକାଉଣ୍ଟର କଲା ୟୁପି ପୋଲିସ । ଅପରାଧି ମୁଣ୍ଡରେ ଥିଲା 1 ଲକ୍ଷ ଟଙ୍କାର ପୁରସ୍କାର ରାଶି ।
ଶୁକ୍ରବାର ବିଳମ୍ବିତ ରାତିରେ ସ୍ବତନ୍ତ୍ର ଟାକ୍ସ ଫୋର୍ସ ସହିତ ଉତ୍ତରପ୍ରଦେଶର ପୋଲିସ ଏହି ଏନକାଉଣ୍ଟର କରିଥିଲା । ଅପରାଧି ଜଣକ ହେଲା ଟିଙ୍କୁ କାପାଲା । ଏନକାଉଣ୍ଟରରେ ଗୁରୁତର ଆହତ ହେବା ପରେ ହସ୍ପିଟାଲରେ ତାର ମୃତ୍ୟୁ ହୋଇଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ