ETV Bharat / bharat

ଆସୁଛନ୍ତି ଟ୍ରମ୍ପ: ଗେରୁଆ ରଙ୍ଗରେ ରଙ୍ଗୀନ ହେଲା ଆଗ୍ରା - ଗେରୁଆ ରଙ୍ଗରେ ରଙ୍ଗିତ ହେଲା ଆଗ୍ରା

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଆଗ୍ରା ଗସ୍ତକୁ ସ୍ମରଣୀୟ କରିବା ପାଇଁ ଅଗ୍ରାକୁ କରାଯାଉଛି ରଙ୍ଗାରଙ୍ଗ । ସହରର ସମସ୍ତ କାନ୍ଥରେ ଅଙ୍କାଯାଇଛି ଟ୍ରମ୍ପ ଓ ମୋଦିଙ୍କ ଚିତ୍ର । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

ଟ୍ରମ୍ପଙ୍କ ଆଗମନରେ ଗେରୁଆ ରଙ୍ଗରେ ରଙ୍ଗିତ ହେଲା ଆଗ୍ରା ସହର

author img

By

Published : Feb 21, 2020, 11:43 PM IST

ଆଗ୍ରା: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଆଗ୍ରା ଗସ୍ତକୁ ସ୍ମରଣୀୟ କରିବା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ଜୋରସୋର ପ୍ରସ୍ତୁତି ଚଳାଇଛି । ଭିଭିଆଇପି ଗେଟ ପାଇଁ ଆଗ୍ରା ଏୟାରପୋର୍ଟଠାରୁ ଶିଳ୍ପଗ୍ରାମ ପର୍ଯ୍ୟନ୍ତ ରାସ୍ତା କଡ଼ରେ ଥିବା ସମସ୍ତ କାନ୍ଥ ଗୁଡିକୁ ଗେରୁଆ ରଙ୍ଗରେ ରଙ୍ଗିତ କରାଯାଇଛି । କାନ୍ଥରେ ପେଣ୍ଟିଂ ଏବଂ କଳାସଂସ୍କୃତି ଛାପ ଦେଖିବାକୁ ମିଳିଛି । ସେହିପିର ତାଜନଗରୀରେ ୱାଲ ପେଣ୍ଟିଂରେ ପିଏମ ମୋଦି, ଟ୍ରମ୍ପ, ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ମହାତ୍ମା ଗାନ୍ଧୀଙ୍କ ଚିତ୍ର ବନାଯାଇଛି ।

ଟ୍ରମ୍ପଙ୍କ ଆଗମନରେ ଗେରୁଆ ରଙ୍ଗରେ ରଙ୍ଗିତ ହେଲା ଆଗ୍ରା ସହର

ସୂଚନା ଥାଉକି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଫେବୃଆରୀ 24 ତାରିଖରେ ନିଜ ଧର୍ମପତ୍ନୀ ମେଲାନିୟାଙ୍କ ସହ ଆଗ୍ରା ଆସିବେ । ଏଠାରେ ଥିବା ପ୍ରସିଦ୍ଧ ତାଜମହଲର ଉପଭୋଗ କରିବେ । ଆମେରିକା ରାଷ୍ଟ୍ରପତିଙ୍କ ଆଗମନକୁ ଦୃଷ୍ଟିରେ ରଖି ଆଗ୍ରାକୁ ଚାକଚକ୍ୟ କରାଯାଉଛି । ସେହିପରି ସଫାସୁତୁରାଠାରୁ ଆରମ୍ଭ କରି ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି ।

ମୈନପୁରୀରୁ ଆସିଥିବା ପେଣ୍ଟର କହ୍ନୈୟା, ଲଳୀତ କଳା ଆକାଡମୀରୁ ଡ଼. ମନୋଜ କୁମାର ସିଂହଙ୍କ ସମେତ ବହୁ ଜଣାଶୁଣା କଳାକାରଙ୍କୁ ଏହି ଦାୟିତ୍ବ ଦିଆଯାଇଛି । ପାଖାପାଖି 35 ରୁ ଊର୍ଦ୍ଧ୍ବ କଳାକାରଙ୍କୁ ଲଗାତାର ଭିନ୍ନ-ଭିନ୍ନ ସ୍ଥାନରେ କାମ କରିଚାଲିଛନ୍ତି । ସେପଟେ ସ୍ବଚ୍ଛତାକୁ ମଧ୍ୟ ଗୁରୁତ୍ବ ଦିଆଯାଉଛି । ପାଖାପାଖି 14 କିମି ଦୂର ଯାଏଁ ଚମକାଯାଉଛି ରାସ୍ତା ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.