ଭୋପାଳ: ମଧ୍ୟପ୍ରଦେଶର ପୋଲିସ କନେଷ୍ଟବଳ ନିଯୁକ୍ତି ଦୁର୍ନୀତି ଘୋଟାଲା(ବ୍ୟାପମ)ରେ ଦୋଷୀ ସାବ୍ୟସ୍ତ ଅଭିଯୁକ୍ତଙ୍କୁ ଦଣ୍ଡ ପ୍ରଦାନ କରାଯାଇଛି । ବର୍ଷ ୨୦୧୩ରେ ଏହି ବ୍ୟାପମ୍ ଦୁର୍ନୀତିରେ ୩୧ ଦୋଷୀଙ୍କୁ ଦଣ୍ଡବିଧାନ କରିଛନ୍ତି କୋର୍ଟ । ଜଣକୁ ୧୦ ବର୍ଷ ଓ ଅନ୍ୟ ୩୦ ଜଣଙ୍କୁ ୭ ବର୍ଷ ଲେଖାଏଁ ସଜା ଶୁଣାଇଛନ୍ତି କୋର୍ଟ ।
ଏହି ମାମଲାର ଶୁଣାଣି 2014ରୁ ଚାଲିଥିଲା । ସିବିଆଇର ସ୍ବତନ୍ତ୍ର ବିଚାରପତି ଏସବି ସାହୁ ସୋମବାର ଏହି ମାମଲାରେ ସଜା ଶୁଣାଇଛନ୍ତି । କୋର୍ଟ ସମସ୍ତ ଅଭିଯୁକ୍ତଙ୍କୁ ନଭେମ୍ବର 21 ତାରିଖରେ ଦୋଷୀ ସାବ୍ୟସ୍ତ କରିଥିଲେ ।
ଏଠାରେ ସୂଚନା ଯୋଗ୍ୟ ଯେ ବର୍ଷ ୨୦୦୦-୨୧ ମଧ୍ୟରେ ମଧ୍ୟ ପ୍ରଦେଶରେ ପ୍ରାୟ ୫୫ ମାମଲା ଦାୟର କରାଯାଇଥିଲା, ଯେଉଁଥିରେ ପ୍ରକୃତ ପରୀକ୍ଷାର୍ଥୀଙ୍କ ସ୍ଥାନରେ ଅନ୍ୟ ଜଣେ ବସି ପରୀକ୍ଷା ଦେଇଥିଲା। ୨୦୧୩ ଜୁଲାଇରେ ପ୍ରଥମ ଥର ଏହି ଘୋଟାଲା ମାମଲା ସାର୍ବଜନୀନ ଭାବେ ସାମ୍ନାକୁ ଆସିଥିଲା