ETV Bharat / bharat

ଭାରତରେ ପହଞ୍ଚିଲା VVIP ବିମାନ 'ଏୟାର ଇଣ୍ଡିଆ ୱାନ' - ଭିଭିଆଇପି ବିମାନ 'ଏୟାର ଇଣ୍ଡିଆ ୱାନ'

ଆମେରିକା ରାଷ୍ଟ୍ରପତିଙ୍କ ଏୟାରଫୋର୍ସ ୱାନ ଭଳି ଅତ୍ୟାଧୁନିକ କ୍ଷମତା ସମ୍ପନ୍ନ ଭିଭିଆଇପି ବିମାନ 'ଏୟାର ଇଣ୍ଡିଆ ୱାନ' ଦିଲ୍ଲୀ ଅନ୍ତରାଷ୍ଟ୍ରୀୟ ବିମାନ ବନ୍ଦରରେ ଅବତରଣ କରିଛି । ଅଧିକ ପଢନ୍ତୁ...

ଭାରତରେ ପଞ୍ଚିଲା ଭିଭିଆଇପି ବିମାନ 'ଏୟାର ଇଣ୍ଡିଆ ୱାନ'

author img

By

Published : Oct 1, 2020, 5:44 PM IST

ନୂଆଦିଲ୍ଲୀ: ଭାରତରେ ପହଞ୍ଚିସାରିଛି ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତିଙ୍କ ପାଇଁ ଆମେରିକାରେ ନିର୍ମିତ ସ୍ବତନ୍ତ୍ର ବିମାନ ବୋଇଙ୍ଗ 777 । ଆମେରିକା ରାଷ୍ଟ୍ରପତିଙ୍କ ଏୟାରଫୋର୍ସ ୱାନ ଭଳି ଅତ୍ୟାଧୁନିକ କ୍ଷମତା ସମ୍ପନ୍ନ ଭିଭିଆଇପି ବିମାନ 'ଏୟାର ଇଣ୍ଡିଆ ୱାନ' ଦିଲ୍ଲୀ ଅନ୍ତରାଷ୍ଟ୍ରୀୟ ବିମାନ ବନ୍ଦରରେ ଅବତରଣ କରିଛି ।

ପୂର୍ବରୁ ଏହି ବିମାନ 25 ଅଗଷ୍ଟରେ ଭାରତ ଆସିବାର ଥୁଲା, କିନ୍ତୁ ବୈଷୟିକ ତ୍ରୃଟି କାରଣରୁ ଏହା ନିର୍ଦ୍ଧାରିତ ସମୟରେ ପହଞ୍ଚିପାରିନଥିଲା । ଭାରତର ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ପାଇଁ ଦୁଇଟି ବୋଇଙ୍ଗ-777-300 ବିମାନ ଆମେରିକାଠୁ କଣାଯାଇଛି । ଏହି ବିମାନର ନିର୍ମାଣ ଆମେରିକାର ଡଲାସରେ ହୋଇଛି ।

ଭାରତରେ ପଞ୍ଚିଲା ଭିଭିଆଇପି ବିମାନ 'ଏୟାର ଇଣ୍ଡିଆ ୱାନ'

ଏୟାର ଇଣ୍ଡିଆ ୱାନ

ଏୟାର ଇଣ୍ଡିଆ ୱାନ (AI-1 କିମ୍ବା AIC001) ହେଉଛି ଭାରତର ରାଷ୍ଟ୍ରପତି କିମ୍ବା ପ୍ରଧାନମନ୍ତ୍ରୀଙ୍କ ଯେକୌଣସି ବିମାନର କଲ୍ ସଙ୍କେତ | ଏହି ବିମାନଟି ଭାରତୀୟ ବାୟୁସେନା ଦ୍ବାରା ଭିଭିଆଇପି ବିମାନ ପାଇଁ ପରିଚାଳିତ ହେଉଛି | ନୂଆଦିଲ୍ଲୀର ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରରେ ବାୟୁସେନା ମୁଖ୍ୟାଳୟ ଯୋଗାଯୋଗ ସ୍କ୍ବାଡ୍ରନ ଏହି ବିମାନଗୁଡିକର ପରିଚାଳନା ଦାୟିତ୍ବରେ ଅଛି।

ଅଭେଦ୍ୟ ସୁରକ୍ଷା

- B777 ବିମାନଗୁଡିକ ଅତ୍ୟାଧୁନିକ କ୍ଷେପଣାସ୍ତ୍ର ପ୍ରତିରକ୍ଷା ପ୍ରଣାଳୀ ସହିତ ସଜ୍ଜିତ

- ଥରେ ଇନ୍ଧନ ଭରିଲେ ଏହା ଆମେରିକାରୁ ଭାରତକୁ ଉଡିପାରେ

- ବୋଇଙ୍ଗ -777 ଏକ ସମୟରେ 6,800 ମାଇଲ ଅତିକ୍ରମ କରିପାରିବ

- ଉଭୟ ବିମାନର ମୂଲ୍ୟ ପ୍ରାୟ 8458 କୋଟି ବୋଲି କୁହାଯାଉଛି

- ଏହା ଆଧୁନିକ ଇମ୍ଫ୍ରାରେଡ ସିଗନାଲ୍ ଚାଳିତ କ୍ଷେପଣାସ୍ତ୍ରକୁ ଦ୍ବନ୍ଦ୍ବରେ ପକାଇପାରେ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.