ETV Bharat / bharat

କୋରୋନା ମୁକାବିଲା: ଉପରାଷ୍ଟ୍ରପତି ଦେଲେ ମାସକର ଦରମା

ପ୍ରଧାନମନ୍ତ୍ରୀ ରିଲିଫ ଫଣ୍ଡକୁ ଉପ ରାଷ୍ଟ୍ରପତି ଦେଲେ ମାସକର ଦରମା । କୋରୋନା ମୁକାବିଲା ନେଇ ପ୍ରଦାନ କଲେ ଦରମା । ଅଧକ ପଢନ୍ତୁ...

VP venkaiah naidu has donated a months salary to PMNRF
ଫାଇଲ ଫଟୋ
author img

By

Published : Mar 27, 2020, 11:43 PM IST

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ରିଲିଫ ଫଣ୍ଡକୁ ମାସକର ଦରମା ପ୍ରଦାନ କଲେ ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ । ସାରା ଦେଶରେ ଚିନ୍ତାର ବିଷୟ ପାଲଟିଥିବା କୋରୋନାର ମୁକାବିଲା ପାଇଁ ସମସ୍ତେ ସହାୟତାର ହାତ ବଢେଇଥିବା ବେଳେ ଉପରାଷ୍ଟ୍ରପତି ମଧ୍ୟ ତାଙ୍କର ଗୋଟିଏ ମାସର ଦରମା ପ୍ରଦାନ କରିଛନ୍ତି ।

ପିଏମ ମୋଦିଙ୍କ ଉଦ୍ଦେଶ୍ୟରେ ଉପ ରାଷ୍ଟ୍ରପତି ଲେଖିଛନ୍ତି ଯେ, ଏହା ଦେଶ ପାଇଁ ଏକ ବିପର୍ଯ୍ୟୟ ସଦୃଶ । ସାରା ବିଶ୍ବରେ ଏହା ନେଲାଣି ଅନେକ ଜୀବନ । ଏଭଳି ସ୍ଥିତିର ସାମ୍ନା କରିବାକୁ ପ୍ରଧାନମନ୍ତ୍ରୀ ନେଉଥିବା ପଦକ୍ଷେପ ସାମନାରେ ମୋର ଏକ ଛୋଟ ଅବଦାନ ।

ବର୍ତ୍ତମାନ ସୁଦ୍ଧା ଭାରତରେ 843 କୋଭିଡ-19 ପଜିଟିଭ ମାମଲା ରହିଥିବା ବେଳେ ସେମାନଙ୍କ ମଧ୍ୟରୁ 47 ଜଣ ବିଦେଶୀ ରହିଛନ୍ତି । ଏହାସହ ଏହି ମହାମାରୀ ଦେଶରେ 20ଜଣଙ୍କ ଜୀବନ ନେଲାଣି ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.