ETV Bharat / bharat

ବକେୟା ଏଜିଆର ଦେବାକୁ ମନା କଲା ଭୋଡାଫୋନ-ଆଇଡିଆ

author img

By

Published : Jun 19, 2020, 9:05 AM IST

ସରକାରଙ୍କ ନିକଟରେ କିଛି ପରିମାଣର ନିଜର ବକେୟା ଆଡଜଷ୍ଟଟେଡ୍ ଗ୍ରସ୍ ରେଭିନ୍ୟୁ(ଏଜିଆର) ଜମା କରିବାକୁ ଭୋଡାଫୋନ୍ ଆଇଡିଆକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ । ଏହି ନିଷ୍ପତ୍ତି ବେଳେ କୋର୍ଟ କହିଛନ୍ତି ଯେ, କୋରୋନା ସଙ୍କଟ ସମୟରେ ଏହି ଟଙ୍କାକୁ ବିଶେଷ କରି ଲୋକଙ୍କ ହିତ ପାଇଁ ବ୍ୟବହାର କରାଯିବା ଉଚିତ୍ ।

Voda-Idea refused to pay AGR, SC said - Government needs money in the corona period
ବକେୟା ଏଜିଆର ଦେବାକୁ ମନା କଲା ଭୋଡାଫୋନ-ଆଇଡିଆ

ନୂଆଦିଲ୍ଲୀ: ସରକାରଙ୍କ ନିକଟରେ କିଛି ପରିମାଣର ନିଜର ବକେୟା ଆଡଜଷ୍ଟଟେଡ୍ ଗ୍ରସ୍ ରେଭିନ୍ୟୁ(ଏଜିଆର) ଜମା କରିବାକୁ ଭୋଡାଫୋନ୍ ଆଇଡିଆକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ । ଗୁରୁବାର କୋର୍ଟ କମ୍ପାନୀକୁ ଏହି ନିର୍ଦ୍ଦେଶ ଦେଇଛନ୍ତି । ଏହି ନିଷ୍ପତ୍ତି ବେଳେ କୋର୍ଟ କହିଛନ୍ତି ଯେ, କୋରୋନା ସଙ୍କଟ ସମୟରେ ଏହି ଟଙ୍କାକୁ ବିଶେଷ କରି ଲୋକଙ୍କ ହିତ ପାଇଁ ବ୍ୟବହାର କରାଯିବା ଉଚିତ୍ ।

ଭୋଡାଫୋନ ଆଇଡିଆ ପକ୍ଷରୁ କେସ ଲଢୁଥିବା ବରିଷ୍ଠ ଓକିଲ ମୁକୁଲ ରୋହତଗୀ କହିଛନ୍ତି ଯେ, ବର୍ତ୍ତମାନ କମ୍ପାନୀର ସ୍ଥିତି ଅନିଶ୍ଚିତତା ଘେରରେ ରହିଛି । ଏପରିକି କମ୍ପାନୀ ବର୍ତ୍ତମାନ କୌଣସି ବ୍ୟାଙ୍କ ଗ୍ୟାରେଣ୍ଟି ଦେବା ସ୍ଥିତିରେ ନାହିଁ । ରୋହତଗୀ ଆହୁରି ମଧ୍ୟ କହିଛନ୍ତି ଯେ, ଯଦି ମୁଁ ଅଧିକ ଦେୟ ଦେବି, ତେବେ ମୋ ପାଖରେ କିଛି ରହିବ ନାହିଁ । ମୋ ପାଖରେ 11,000 କର୍ମଚାରୀ ଅଛନ୍ତି । ସେମାନଙ୍କୁ ଆଉ ଦରମା ଦେବା ସମ୍ଭବ ହେବନି । ଖୋଦ୍ ଭୋଡାଫୋନ୍ ଆଇଡିଆ ସ୍ବୀକାର କରିଛନ୍ତି ଯେ, ବର୍ତ୍ତମାନ କୌଣସି ବ୍ୟାଙ୍କ ସେମାନଙ୍କୁ ଲୋନ ଦେବ ନାହିଁ । ତେଣୁ କିସ୍ତିରେ ଦେୟ ଦେବା ସେମାନଙ୍କ ପାଖରେ ଏକମାତ୍ର ବିକଳ୍ପ ରହିଛି ।

ଗୁରୁବାର କେନ୍ଦ୍ର ସରକାରଙ୍କ ଟେଲିକମ ବିଭାଗ(ଡିଓଟି) ଖଣ୍ଡପୀଠକୁ ଏଜିଆର ଦେବା ନେଇ ଭାରତୀ ଏୟାରଟେଲ ଏବଂ ଭୋଡାଫୋନ୍ ଆଇଡିଆ ଲିମିଟେଡ୍ ସମେତ ଟେଲିକମ୍ କମ୍ପାନୀଗୁଡିକ ଦ୍ୱାରା ଦାଖଲ ହୋଇଥିବା ଆଫିଡେଭିଟ୍ ଉପରେ ଜବାବ ଦେବାକୁ ସମୟ ମାଗିଥିଲେ । ଗତବର୍ଷ ଅକ୍ଟୋବର 24 ରେ ସୁପ୍ରିମକୋର୍ଟ ଆଇନଗତ ବକେୟା ଅର୍ଥକୁ ନେଇ ଶୁଣାଣି କରିଥିଲେ । ଏହି ଶୁଣାଣିରେ ଟେଲିକମ କମ୍ପାନୀର ଏଜିଆରରେ ଅଣ-ଟେଲିକମ ରାଜସ୍ବକୁ ମିଶାଇ ମୋଟ ବକେୟା ଗଣତି କରାଯିବା ଉଚିତ୍ ବୋଲି କୋର୍ଟ କହିଥିଲେ ।

ପୀଠ ଆହୁରି ମଧ୍ୟ କହିଛି ଯେ, କୋଭିଡ-19 ମହାମାରୀ ସମୟରେ ଟେଲିକମ କମ୍ପାନୀ ଗୁଡିକ ଟଙ୍କା ରୋଜଗାର କରୁଛି । ଏମିତି ସ୍ଥିତିରେ ସରକାର କୋରୋନା ମୁକାବିଲା ପାଇଁ ଟଙ୍କା ଆବଶ୍ୟକ କରୁଥିବା ବେଳେ ସେମାନେ କିଛି ଟଙ୍କା ଜମା କରିବା ଉଚିତ ।

ପ୍ରକାଶ ଥାଉ କି, ଜୁନ୍ 11ରେ ମାମଲାର ଶୁଣାଣି ବେଳେ କୋର୍ଟ ଟେଲିକମ୍ ବିଭାଗକୁ ଗେଲ ଭଳି ଅଣ ଟେଲିକମ କମ୍ପାନୀକୁ ପିଏସୟୁରୁ 4 ଲକ୍ଷ କୋଟି ଟଙ୍କା ଦେବାର ଦାବି ଉପରେ ପୁନର୍ବିଚାର କରିବାକୁ କହିଥିଲେ । ଟେଲିକମ କମ୍ପାନୀ ମାମଲାରେ ଅକ୍ଟୋବର 2019ରେ ପୀଠ ଶୁଣାଇଥିବା ନିଷ୍ପତ୍ତି ଆଧାରରେ ଏଭଳି ଦାବି କରିବା ସମ୍ପୂର୍ଣ୍ଣ ଅନ୍ୟାୟ ଅଟେ ।

ଏହି ନିଷ୍ପତ୍ତି ପରେ କୋର୍ଟ ଏୟାରଟେଲ, ଭୋଡାଫୋନ୍ ଆଇଡିଆ ସମେତ ସମସ୍ତ ଟେଲିକମ କମ୍ପାନୀକୁ ଅକ୍ଟୋବର 2019 ନିଷ୍ପତ୍ତି ପରେ ସରକାରଙ୍କୁ ଦେୟ ଦେବାର ସମୟ ସମ୍ପର୍କରେ ସ୍ପଷ୍ଟୀକରଣ ସହିତ ଏକ ଆଫିଡେଭିଟ୍ ଦାଖଲ କରିବାକୁ କହିଥିଲେ । କେବଳ ସେତିକି ନୁହେଁ ପେମେଣ୍ଟ ସମୟ ସୀମା ନିଶ୍ଚିତ କରିବାକୁ ଏହି ଟେଲିକମ କମ୍ପାନୀ ଗୁଡିକରୁ ନିଆଯାଇଥିବା ଗ୍ୟାରେଣ୍ଟି ପ୍ରସଙ୍ଗରେ ବେଞ୍ଚ ମଧ୍ୟ ସରକାରଙ୍କ ଠାରୁ ଜବାବ ମାଗିଥିଲା ।

ଲାଇସେନ୍ସ ଶୁଳ୍କ ଏବଂ ସ୍ପେକ୍ଟ୍ରମ୍ ଚାର୍ଜ ପରି ସରକାରୀ ଦାୟିତ୍ବ ଗଣନା ପାଇଁ ସ୍ଥିର ମୋଟ ରାଜସ୍ୱ (ଏଜିଆର) ଉପରେ ଅକ୍ଟୋବର 2019ରେ ସୁପ୍ରିକୋର୍ଟଙ୍କ ରାୟ ପରେ ଡିଓଟି ଗ୍ୟାସ୍ ପ୍ରଦାନକାରୀ ଗେଲ ଇଣ୍ଡିଆ ଲିମିଟେଡ୍, ପାୱାର୍ ଟ୍ରାନ୍ସମିସନ୍ କମ୍ପାନୀ ପାୱାରଗ୍ରିଡ୍, ଅଏଲ୍ ଇଣ୍ଡିଆ ଲିମିଟେଡ୍, ଦିଲ୍ଲୀ ମେଟ୍ରୋ ଏବଂ ପୂର୍ବ ଦେୟ ପରି ଅନ୍ୟ ପିଏସୟୁରୁ 4 ଲକ୍ଷ କୋଟି ଟଙ୍କା ଦାବି କରିଥିଲା ।

ତେବେ ଏହି ସରକାରୀ ମାଲିକାନା ଉଦ୍ୟୋଗଗୁଡ଼ିକ ଟେଲିକମ୍ ବିଭାଗର ଚାହିଦାକୁ ଚ୍ୟାଲେଞ୍ଜ କରି କହିଥିଲେ ଯେ ଟେଲିକମ୍ ସେମାନଙ୍କର ମୁଖ୍ୟ ବ୍ୟବସାୟ ନୁହେଁ ଏବଂ ଲାଇସେନ୍ସରୁ ହେଉଥିବା ଆୟ ସେମାନଙ୍କ ଆୟର ମାତ୍ର ଛୋଟ ଅଂଶ ଅଟେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.