ଅମରାବତୀ: ଆର.ଆର ଭେଙ୍କଟାପୁରମରେ ଅବସ୍ଥିତ ବିଶାଖା ଏଲଜି ପଲିମର କମ୍ପାନୀରୁ ବିପଜ୍ଜନକ ବିଷାକ୍ତ ଗ୍ୟାସ ଲିକରେ 13 ମୃତ । 1 ହଜାରରୁ ଊର୍ଦ୍ଧ୍ବ ଲୋକ ଆହତ । ମୃତକଙ୍କ ପରିବାରକୁ କୋଟିଏ ଟଙ୍କା କ୍ଷତିପୂରଣ ନେଇ ଘୋଷଣା କରାଯାଇଛି । ଆହତଙ୍କ ଚିକିତ୍ସା ପାଇଁ 10 ଲକ୍ଷ ଟଙ୍କା ଏବଂ ସାମାନ୍ୟ ଆହତ ହୋଇଥିବା ଲୋକଙ୍କୁ 1 ଲକ୍ଷ ଲେଖାଏଁ ସହାୟତା ରାଶି ପ୍ରଦାନ କରିବା ନେଇ ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡି ।
ଏହି ବିଷାକ୍ତ ଗ୍ୟାସ ଯୋଗୁଁ କାରଖାନାର ତିନି କିଲୋମିଟର ପ୍ରଭାବିତ ହୋଇଛି । ଏହି ସମୟରେ ପାଞ୍ଚଟି ଗାଁକୁ ସ୍ଥାନାନ୍ତର କରାଯାଇଛି। 20 ଜଣଙ୍କ ଅବସ୍ଥା ଗୁରୁତର ଥିବା କୁହାଯାଉଛି। ଏଥିରେ ମୁଖ୍ୟତଃ ବୟସ୍କ ଓ ଶିଶୁ ରହିଛନ୍ତି । 150-170 ଜଣଙ୍କୁ ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏହା ବ୍ୟତୀତ ଅନେକ ଲୋକଙ୍କୁ ଗୋପାଳପୁରମର ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। 1500-2000 ଶଯ୍ୟା ବ୍ୟବସ୍ଥା କରାଯାଇଛି । ବର୍ତ୍ତମାନ ଏହି ଗ୍ୟାସ ଲିକକୁ ନିୟନ୍ତ୍ରଣକୁ ଅଣାଯାଇଛି। ତେବେ ପାଞ୍ଚ ଜଣିଆ ଟିମ ଏହି ଦୁର୍ଘଟଣାର ଯାଞ୍ଚ କରିବ ।