ବିଶାଖାପାଟନମ: ବିଷାକ୍ତ ଗ୍ୟାସ ଲିକ୍ ଦୁର୍ଘଟଣା ପରେ ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ବିଶାଖା ଏଲଜି ପଲିମର ୟୁନିଟକୁ ବନ୍ଦ କରିବାକୁ ଦାବି କରିଛନ୍ତି । ସେ କେନ୍ଦ୍ର ସରକାରଙ୍କୁ ଏକ ଚିଠି ଲେଖି ସମଗ୍ର ଦୁର୍ଘଟଣାର ତଦନ୍ତ ଦାବି କରିବା ସହ ଯାଞ୍ଚ ପରେ ସମଗ୍ର ୟୁନିଟକୁ ସ୍ୱତନ୍ତ୍ର ଅର୍ଥନୈତିକ ଜୋନକୁ ସ୍ଥାନାନ୍ତର କରିବା ପାଇଁ ମଧ୍ୟ ଦାବି କରିଛନ୍ତି ।
ଲକଡାଉନ ସମୟରେ ବିଶାଖାପାଟନମ ସ୍ଥିତ ଏଲଜି ପଲିମର କମ୍ପାନୀର ଏହି କାରଖାନା ବନ୍ଦ ରହିଥିଲା । ତୃତୀୟ ପର୍ଯ୍ୟାୟ ଲକଡାଉନ ସାମାନ୍ୟ କୋହଳ ହେବା ପରେ 3 ଦିନ ପୂର୍ବରୁ ପ୍ଲାଣ୍ଟରେ କାମ ଆରମ୍ଭ ହୋଇଥିଲା । ଗ୍ୟାସ୍ ଲିକ୍ ବିଳମ୍ବିତ ରାତି ପ୍ରାୟ 2.30ରେ ଆରମ୍ଭ ହୋଇଥିଲା । ତେବେ ଏହା ଉପରେ ରୋକ ଲକାଡଉନ ପୂର୍ବରୁ ଏହା ଦ୍ରୁତଗତି ସ୍ଥାନୀୟ ଅଞ୍ଚଳରେ ବ୍ୟାପିଯାଇଥିଲା ।
ସୂର୍ଯ୍ୟୋଦୟ ପୂର୍ବରୁ ବିଶାଖାପାଟନମରେ ଆତଙ୍କ ଖେଳିଯାଇଥିଲା । ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡି ତୁରନ୍ତ ଜିଲ୍ଲାର ଅଧିକାରୀଙ୍କ ସହ କଥାବାର୍ତ୍ତା କରି ଲୋକଙ୍କ ଜୀବନ ରକ୍ଷା ପାଇଁ ସମସ୍ତ ପ୍ରକାର ସାହାଯ୍ୟ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଇତିମଧ୍ୟରେ ପ୍ରଧାନମନ୍ତ୍ରୀ ମୋଦି ଜଗନମୋହନ ରେଡ୍ଡିଙ୍କ ସହ ଫୋନରେ କଥା ହୋଇ ସମସ୍ତ ସାହାଯ୍ୟ କରିବେ ବୋଲି କହିଥିଲେ । ପ୍ରକାଶ ଥାଉ କି, ଗ୍ୟାସ ଦୁର୍ଘଟଣାରେ ପ୍ରଧାନମନ୍ତ୍ରୀ ମୋଦି ଟ୍ୱିଟ୍ କରି ଗଭୀର ସମବେଦନା ଜଣାଇଛନ୍ତି ।