ETV Bharat / bharat

ବିବେକ ଯୋଶୀ; ନିଜ ସହ ଅନ୍ୟଙ୍କ ପାଇଁ ଲଢୁଥିବା ମଣିଷ - punjab news

ବିବେକ ଯୋଶୀ... ଏମିତି ଜଣେ ମଣିଷ ଯିଏ ନିଜ ସହ ଅନ୍ୟମାନଙ୍କ ଅଧିକାର ପାଇଁ ସ୍ବର ଉଠାଇଛନ୍ତି । ବିମାନ ବନ୍ଦରରେ ଦିବ୍ୟାଙ୍ଗ ଏବଂ ବରିଷ୍ଠ ନାଗରିକଙ୍କ ସୁବିଧା ପାଇଁ କରିଥିଲେ ସଂଘର୍ଷ । ଅଧିକ ପଢନ୍ତୁ...

ବିବେକ ଯୋଶୀ; ନିଜ ସହ ଅନ୍ୟଙ୍କ ପାଇଁ ଲଢୁଥିବା ମଣିଷ

author img

By

Published : Sep 26, 2020, 12:32 PM IST

ଜଲନ୍ଧର(ପଞ୍ଜାବ): ଦୁଇ ଦୁଇ ଥର ରାଷ୍ଟ୍ରୀୟ ପୁରସ୍କାର ଜିତିଥିବା ବିବେକ ଯୋଶୀ... ଏ ହେଉଛନ୍ତି ସେହି ମଣିଷ ଯିଏ ନିଜ ସହ ଅନ୍ୟମାନଙ୍କ ଅଧିକାର ପାଇଁ ସ୍ବର ଉଠାଇଛନ୍ତି । ବିମାନ ବନ୍ଦରରେ ଦିବ୍ୟାଙ୍ଗ ଏବଂ ବରିଷ୍ଠ ନାଗରିକଙ୍କ ସୁବିଧା ପାଇଁ କରିଥିଲେ ସଂଘର୍ଷ । ଭଲ କରି କଥା କହିପାରୁନଥିବା କି ଚାଲୁପାରୁନଥିବା ଦିବ୍ୟାଙ୍ଗ ବିବେକ ଏଲଏଲବି, ଏଲଏଲଏମ ଏବଂ ଏମବିଏ କରିଥିବା ବେଳେ ଏବେ ସେ ପିଏଚଡି କରୁଛନ୍ତି ।

ବିବେକ ଯୋଶୀ; ନିଜ ସହ ଅନ୍ୟଙ୍କ ପାଇଁ ଲଢୁଥିବା ମଣିଷ

ଦିବ୍ୟାଙ୍ଗମାନଙ୍କୁ ସଶକ୍ତ କରିବାକୁ ବିବେକ ଯୋଶୀଙ୍କ ପ୍ରୟାସ ପାଇଁ ତତ୍କାଳୀନ ରାଷ୍ଟ୍ରପତି ଡ.ଏପିଜେ ଅବଦୁଲ କଲାମ ଏବଂ ପ୍ରଣବ ମୁଖ୍ୟାର୍ଜୀ ସମ୍ମାନିତ କରିଛନ୍ତି । କେବଳ ସେତିକି ନୁହେଁ, ପୁଅର ଭଲ ଲାଳନପାଳନ କରିବା ସହ ସାଧାରଣ ଲୋକଙ୍କ ମଧ୍ୟରେ ଦିବ୍ୟାଙ୍ଗମାନଙ୍କ ପାଇଁ ସ୍ବର ଉଠାଇବାକୁ ସକ୍ଷମ କରିଥିବାରୁ ବିବେକ ଯୋଶୀଙ୍କ ମା' କୌଶଲ୍ୟା ଦେବୀଙ୍କୁ ମଧ୍ୟ ରାଷ୍ଟ୍ରପତି ରାମନାଥ କୋବିନ୍ଦ ସମ୍ମାନିତ କରିଛନ୍ତି ।

ମୁମ୍ବାଇ ବିମାନ ବନ୍ଦରରେ ଘଟିଥିବା ଗୋଟିଏ ଘଟଣା କେବଳ ବିବେକଙ୍କ ଜୀବନ ଧାରା ବଦଳାଇଥିଲା ତାହା ନୁହେଁ, ବରଂ ତାଙ୍କ ଭଳି ଅନେକଙ୍କ ପାଇଁ ଲଢିବାକୁ ଶକ୍ତି ମଧ୍ୟ ଦେଇଥିଲା । ଭଲ କରି କଥା କହିପାରୁନଥିବା ବିବେକ ବିମାନବନ୍ଦରରେ ନିଜ ଅଧିକାରୀ ପାଇଁ ପକ୍ଷ ରଖିବା ସମୟରେ ଅନେକ ପ୍ରକାର ସମସ୍ୟାର ସାମ୍ନା କରିଥିଲେ । କିନ୍ତୁ ପରେ ତାଙ୍କୁ ପରିଶ୍ରମର ଫଳ ମିଳିଥିଲା । ଏୟାର ଇଣ୍ଡିଆ ଯୋଶୀଙ୍କ କଥାକୁ ଦୃଷ୍ଟିରେ ରଖି ବିମାନର କର୍ମଚାରୀମାନେ ବିଶେଷ କରି ଦିବ୍ୟାଙ୍ଗ ଏବଂ ବରିଷ୍ଠ ନାଗରିକଙ୍କୁ ବ୍ୟବହାର କରିବା ସମୟରେ ସେସବୁ ପାଳନ କରିବାକୁ ଏକ ନିର୍ଦ୍ଦେଶ ଜାରି କରିଥିଲେ ।

ବିବେକଙ୍କ ଏହି ଯୁଦ୍ଧରେ ତାଙ୍କ ବାପା ସାଙ୍ଗରେ ଛିଡା ହୋଇଥଲେ । ସେ ବିମାନବନ୍ଦରରେ ହୋଇଥିବା ଯୁକ୍ତତର୍କ ସମୟରେ ନିଜର ସେହି ସଫଳତାର ମୂହୂର୍ତ୍ତ ବର୍ଣ୍ଣନା କରିଥିଲେ, ଯାହା ଅନ୍ୟ ଦିବ୍ୟାଙ୍ଗ ସମୁଦାୟ ଏବଂ ବରିଷ୍ଠ ନାଗରିକଙ୍କ ମଧ୍ୟ ବିଜୟ ଥିଲା ।

କୁହାଯାଏ ମଣିଷ ଜୀବନ ସେତେବେଳେ ସାର୍ଥକ ଏବଂ ଆକର୍ଷଣୀୟ ହୁଏ ଯେତେବେଳେ ଆମେ କେବଳ ନିଜ ପାଇଁ ନୁହେଁ ବରଂ ଅନ୍ୟମାନଙ୍କ ସହାୟତା କରିବାକୁ ଚେଷ୍ଟା କରୁ । ଆଉ ବିବେକ ଯୋଶୀ ଓ ତାଙ୍କ ପିତାଙ୍କ ଏଭଳି ଭାବନା ଅନ୍ୟମାନଙ୍କ ପାଇଁ ଉଦାହରଣ ନିଶ୍ଚୟ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.