ETV Bharat / bharat

ଇଟିଭି ଭାରତରେ ମର୍ଚାଣ୍ଟ ଚାମ୍ବର ଅଫ୍ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରିଜର ସଭାପତି ବିବେକ ଗୁପ୍ତା - MCCI ସଭାପତି ବିବେକ ଗୁପ୍ତା

ଇଟିଭି ଭାରତ ସହ ଏକ ସ୍ବତନ୍ତ୍ର ସାକ୍ଷାତକାରରେ ସାମିଲ ହୋଇଛନ୍ତି ମର୍ଚାଣ୍ଟ ଚାମ୍ବର ଅଫ୍ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରିଜର ସଭାପତି ବିବେକ ଗୁପ୍ତା ।

Vivek Gupta Interview  President, Merchant Chamber of Commerce and Industries
ଇଟିଭି ଭାରତରେ ମର୍ଚାଣ୍ଟ ଚାମ୍ବର ଅଫ୍ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରିଜର ସଭାପତି ବିବେକ ଗୁପ୍ତା
author img

By

Published : Jun 27, 2020, 6:15 AM IST

ହାଇଦ୍ରାବାଦ: ଇଟିଭି ଭାରତ ସହ ଏକ ସ୍ବତନ୍ତ୍ର ସାକ୍ଷାତକାରରେ ସାମିଲ ହୋଇଛନ୍ତି ମର୍ଚାଣ୍ଟ ଚାମ୍ବର ଅଫ୍ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରିଜର ସଭାପତି ବିବେକ ଗୁପ୍ତା । ଏହି ଅବସରରେ ଇଟିଭି ଭାରତର ଡେପୁଟି ଏଡିଟର ପାର୍ଥ ପ୍ରୀତମ ଘୋଷ ରୟଙ୍କୁ ଚୀନ ଉପକରଣ ବର୍ଜନ ନେଇ ଅନେକ ଗୁରୁତ୍ବପୂର୍ଣ୍ଣ କଥା କହିଛନ୍ତି ।

"ଭାବପ୍ରବଣତା ସ୍ବତନ୍ତ୍ର ସ୍ଥାନରେ ଯଥାର୍ଥତା ରହିଛି, ମାତ୍ର ବାଣିଜ୍ୟ କାରବାରରେ ଏହାର ଗୁରୁତ୍ବ କମ। ଆମର ସମ୍ବେଦନଶୀଳ, ଭାବପ୍ରବଣତା ଓ ଭାବନା ଆମ ଶହୀଦ ଯବାନଙ୍କ ସହିତ ରହିଛି । ଏହା ନିଃସନ୍ଦେହ । ମାତ୍ର ବାଣିଜ୍ୟିକ କାରବାରରେ ଆମଦାନୀର ବିକଳ୍ପ ସହଜ ନୁହେଁ ।" ଏହା କହିଛନ୍ତି ମର୍ଚାଣ୍ଟ ଚାମ୍ବର ଅଫ୍ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରିଜର ସଭାପତି ବିବେକ ଗୁପ୍ତା ।

କେବଳ ବିକଳ୍ପ ଜିନିଷ ନୁହେଁ, ବରଂ ମୂଲ୍ୟ ନିର୍ଧାରଣ ମଧ୍ୟ ବିରାଟ ସମସ୍ୟା । ଚୀନ ଠାରୁ ମୁହଁ ଫେରାଇବା ଅର୍ଥ ଅଧିକ ମୂଲ୍ୟରେ ବିକଳ୍ପ ଜିନିଷ ଗ୍ରହଣ କରିବା । ମାତ୍ର ଯଦି ଗ୍ରାହକ ଉଚ୍ଚଦାମରେ କ୍ରୟ ପାଇଁ ପ୍ରସ୍ତୁତ ଅଛନ୍ତି ତେବେ, କୌଣସି ଅସୁବିଧା ନାହିଁ । ତେବେ ଏହା କଣ ଏତେ ସହଜ ? ଲୋକମାନେ ଅଧିକ ଦାମରେ କିଣିବେ ତ ? ସମସ୍ତଙ୍କ ଜଣା ଚୀନ ଉତ୍ପାଦିତ ଜିନିଷ ଭରଷାଯୋଗ୍ୟ ନୁହେଁ । ଏହା କେବଳ କେତେ ବର୍ଷ କିମ୍ବା ଘଣ୍ଟା ପାଇଁ ଚାଲିପାରେ । କିନ୍ତୁ ଲୋକମାନେ ସେଥିରେ ସନ୍ତୁଷ୍ଟ । କମ ଦାମରେ ଭରଷା ନଥିବା ଜିନିଷ କିଣିବାକୁ ନିଜକୁ ପ୍ରସ୍ତୁତ କରିଥିଲେ । ତେବେ ଅଷ୍ଟ୍ରେଲିଆ, ଭିଏତନାମ ଓ କମ୍ବାଡିଆରୁ ଜିନିଷ ଆମଦାନୀ ହେଲେ ଏହା ଘଟିବ କି ?

ମର୍ଚାଣ୍ଟ ଚାମ୍ବର ଅଫ୍ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରିଜର ସଭାପତି ବିବେକ ଗୁପ୍ତାଙ୍କ ସହ ସ୍ବତନ୍ତ୍ର ସାକ୍ଷାତକାର

ଆମେ ଭାରତୀୟ ନୂତନ ଆବିଷ୍କାର କିମ୍ବା କୌଣସି ବିଷୟରେ ଅନୁସନ୍ଧାନ କରୁନାହେଁ । ଗୋଟିଏ ପେନସିଲ କିମ୍ବା ସାରପେନରକୁ ଅଧିକ ଗ୍ରହଣୀୟତା ସହ ସୁନ୍ଦର ଦିଶିବା ପାଇଁ, ଅଲଗା ଉପାୟରେ ଆମେ ତିଆରା କରିବାକୁ ଅସମର୍ଥ । ଅନ୍ୟ ଜିନିଷର ଅବିକଳ ନକଲ କରିବାର ମାନସିକତାର ଉର୍ଦ୍ଧ୍ବକୁ ଆମେ ଉଠି ପାରିନୁ ।

MCCI ସଭାପତି ବିବେକ ଗୁପ୍ତା କହିଛନ୍ତି, ଚୀନ ଉପକରଣ ଉପରେ ଆମେ ମାତ୍ରାଧିକ ନିର୍ଭର କରିବାର କାରଣ କଣ ? କେଉଁଠି ଆମର ତ୍ରୁଟି ରହିଛି ? ଯେଉଁ ସ୍ଥାନରେ ଚୀନ ପହଞ୍ଚିପାରିଛି, ସେଠାରେ ଆମେ କାହିଁକି ପହଞ୍ଚିପାରିନାହେଁ ?

ଚୀନ ନିକଟରେ ଉନ୍ନତ ଜ୍ଞାନ କୌଶଳର ଅତ୍ୟାଧୁନିକ ଉପକରଣ ରହିଛି। ଉନ୍ନତମାନର ଭିତ୍ତିଭୁମି ରହିଛି । ସବୁ ସମୟରେ ଭାରତ ଠାରୁ ଶ୍ରେଷ୍ଠ ସହଭାଗିତା ରହିଛି । ମାତ୍ର ଆମ ଦେଶରେ ଚେକ ପୋଷ୍ଟ ସିଷ୍ଟମ ରହିଛି । ଜଣେ ଭାରତୀୟ ଉଦ୍ୟୋଗପତି ଭାବେ ବିଜେତା ହେବାକୁ ଚାହୁଁଥିଲେ, ଏକାକି ଦୌଡିବାକୁ ହେବ । ଲକଡାଉନ ପରେ ବ୍ୟାଙ୍କମାନେ ଶତକଡା 8.5 ରୁ 9.25 ପ୍ରତିଶତ ଚାର୍ଜ ନେବେ ବୋଲି କୁହାଯାଇଥିଲା । ମାତ୍ର ବର୍ତ୍ତମାନ ବ୍ୟାଙ୍କ 9.25 ପ୍ରତିଶତ ଚାର୍ଜ କରୁଛନ୍ତି । 8.5 ପ୍ରତିଶତରେ କିଏ ଚାର୍ଜ କରୁଛନ୍ତି ?

ଚୀନ ଉପକରଣ ଆମଦାନୀ ନେଇ USISPF(ଭାରତ ଆମେରିକା ଷ୍ଟ୍ରାଟେଜିକ୍ ପାର୍ଟନରସିପ୍ ଫୋରମ୍) ବିଚାର କରିଥିଲା । ଚୀନ ଜିନିଷ ଆମଦାନୀ ଉପରେ ପ୍ରତିବନ୍ଧକ ଲାଗିଲେ, ଉତ୍ପାଦନ ଉପରେ ନିଶ୍ଚିୟ ପ୍ରଭାବ ପଡିବ । ଏନେଇ ଅର୍ଥ ବିଭାଗର ସଚିବଙ୍କୁ ଅନୌପଚାରିକ ଭାବେ ମତ ଦେଇଛନ୍ତି । ତେବେ ବର୍ତ୍ତମାନ ସମୟରେ ଏହାର କେତେ ପ୍ରାସଙ୍ଗିକତା ରହିଛି, ତାହା ଆଲୋଚନାର ବିଷୟ । ଗୋଟିଏ ଦେଶ ଅନ୍ୟ ଦେଶରେ ନିବେଶ କରୁଥିବାବେଳେ, ସଂପୂର୍ଣ୍ଣ ଭାବେ ନିର୍ଭରଯୋଗ୍ୟ ହେବା ଉଚିତ ନୁହେଁ । ଏହା ବାଣିଜ୍ୟ ନିୟମ ନୁହେଁ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.