ETV Bharat / bharat

ଭିନ୍ନକ୍ଷମ ଦମ୍ପତୀଙ୍କୁ ବିମୁଦ୍ରିକରଣ ଝଟକା, ବ୍ୟାଙ୍କରେ ସଞ୍ଚିତ 10 ବର୍ଷର ପାରିଶ୍ରମିକ ଅଚଳ

author img

By

Published : Jul 13, 2020, 3:05 PM IST

ଧୂପକାଠି ବିକ୍ରି କରି ରୋଜଗାର କରୁଥିବା ଏକ ଦୃଷ୍ଟିହୀନ ଦମ୍ପତି ପ୍ରାୟ ଚାରି ବର୍ଷ ପୂର୍ବେ ବିମୁଦ୍ରୀକରଣ ହୋଇଥିବା 1000 ଏବଂ 500 ଟଙ୍କିଆ 24,000 ହଜାର କଷ୍ଟ ଉପାର୍ଜିତ ନଗଦ ସଞ୍ଚୟ ଅଚଳ ହୋଇଯାଇଛି।

ଭିନ୍ନକ୍ଷମ ଦମ୍ପତୀଙ୍କୁ ବିମୁଦ୍ରିକରଣ ଝଟକା, ବ୍ୟାଙ୍କରେ ସଞ୍ଚିତ 10 ବର୍ଷର ପାରିଶ୍ରମିକ ଅଚଳ
ଭିନ୍ନକ୍ଷମ ଦମ୍ପତୀଙ୍କୁ ବିମୁଦ୍ରିକରଣ ଝଟକା, ବ୍ୟାଙ୍କରେ ସଞ୍ଚିତ 10 ବର୍ଷର ପାରିଶ୍ରମିକ ଅଚଳ

ଥିରୁଅନନ୍ତପୁରମ: ପେଟ ପାଇଁ ସବୁ ନାଟ। ଧନୀ ହେଉ କି ଦରିଦ୍ର ସମସ୍ତେ ଦିରରାତି ପରିଶ୍ରମି କରି ଉପାର୍ଜନ କରିଥାନ୍ତି। ତେବେ ଗରିବ ଲୋକଟି ତାର ଝାଳବୁହା ଧନକୁ ବହୁତ କଷ୍ଟରେ ସାଇତି ରଖିଥାଏ। ହେଲେ ଯେତେବେଳେ ବ୍ୟାଙ୍କରେ ରଖିଥିବା ଟଙ୍କା ସବୁ ଅଚଳ ହୋଇଯାଇଥିବା ଜାଣିବାକୁ ମିଳେ ସେତେବେଳେ ପାଦତଳୁ ମାଟି ଯେମିତି ଖସିଯିବା ପରି ମନେ ହୁଏ। ବର୍ତ୍ତମାନ ସେମିତି ଏକ ଘଟଣା ସାମ୍ମନାକୁ ଆସିଛି ତାମିଲନାଡୁରୁ।

ତେବେ ଜିଲ୍ଲାରେ ଧୂପକାଠି ବିକ୍ରି କରି ରୋଜଗାର କରୁଥିବା ଏକ ଦୃଷ୍ଟିହୀନ ଦମ୍ପତି ପ୍ରାୟ ଚାରି ବର୍ଷ ପୂର୍ବେ ବିମୁଦ୍ରୀକରଣ ହୋଇଥିବା 1000 ଏବଂ 500 ଟଙ୍କିଆ 24,000 ହଜାର କଷ୍ଟ ଉପାର୍ଜିତ ନଗଦ ସଞ୍ଚୟ ଅଚଳ ହୋଇଥିବା ଜାଣି ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି।

ଘଟଣାକୁ ନେଇ ସ୍ଥାନୀୟ ପୋଥିଆ ମୋପାନୁର ଗାଁର ଜଣେ ଯୁବକ (58) କହିଛନ୍ତି ଯେ, ଉଭୟ ଭିନ୍ନକ୍ଷମ ସ୍ବାମୀ ଓ ସ୍ତ୍ରୀ ଅଶିକ୍ଷିତ ହୋଇଥିବାରୁ ସେମାନଙ୍କୁ ବିମୁଦ୍ରିକରଣ ବିଷୟରେ ଜାଣି ପାରିନଥିଲେ। ତେବେ ବର୍ତ୍ତମାନ ଲକଡାଉନ ପାଇଁ 4 ମାସ କାମଧନ୍ଦା ବନ୍ଦ ଥିବାରୁ ଉକ୍ତ ଟଙ୍କା ଉଠାଇବା ପାଇଁ ସେ ଜଣାଇଥିବା ବେଳେ ବ୍ୟାଙ୍କକୁ ଟଙ୍କା ଉଠାଇବାକୁ ଯିବା ପରେ ଏ ଘଟଣା ସାମ୍ମନାକୁ ଆସିଥିଲା।

ସୂଚନା ଥାଉକି, ନିକଟସ୍ଥ ଆନ୍ଥିୟୁର ଏବଂ ଏହାର ଆଖପାଖ ଅଞ୍ଚଳରେ ଧୂପ ବାଡି ବିକ୍ରୟରୁ ଦଶ ବର୍ଷ ମଧ୍ୟରେ ଏତିକ ଟଙ୍କା ସଞ୍ଚୟ କରିଥିଲେ। ତାଙ୍କ ପରିବାରକୁ ସାହାଯ୍ୟ କରିବା ପାଇଁ ସେ ତାମିଲନାଡୁର ମୁଖ୍ୟମନ୍ତ୍ରୀ କେ ପଲାନିସ୍ୱାମୀଙ୍କୁ ଏକ ଚିଠି ଲେଖିଥିବା ଯୁବକ ଜଣକ କହିଛନ୍ତି। ପୋଲିସ ଏ ସମ୍ପର୍କରେ ତଦନ୍ତ କରିବ ବୋଲି କହିଛି।

ଗତ ବର୍ଷ ସମାନ ମାମଲାରେ ପଡୋଶୀ ତିରୁପୁର ଜିଲ୍ଲାର ଦୁଇଜଣ ବୃଦ୍ଧାଙ୍କ ସହ ଘଟିଥିଲା। ବିମୁଦ୍ରୀକରଣ ହୋଇଥିବା 1000 ଏବଂ 500 ଟଙ୍କାର 46,000 ହଜାର ଟଙ୍କା ଅଚଳ ହୋଇଥିବା ଜାଣିବାକୁ ପାଇଥିଲେ। କିନ୍ତୁ ସେଠାକାର କଲେକ୍ଟର କେ ବିଜୟକାର୍ତ୍ତିକେୟନ୍ ସେମାନଙ୍କୁ ସହାୟତାର ହାତ ବଢାଇବା ସହ ପେନସନ ବ୍ୟବସ୍ଥା କରିଥିଲେ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.