ETV Bharat / bharat

ନ୍ୟୁୟର୍କ ପାଲଟିଛି କୋରୋନା ମହାମାରୀର ପେଣ୍ଠସ୍ଥଳ

ନ୍ୟୁୟର୍କ ସହରରେ ଆକ୍ରାନ୍ତଙ୍କ ସଂଖ୍ୟା ୧ଲକ୍ଷ ୨୩ ହଜାରୁ ଊର୍ଦ୍ଧ୍ବରେ ପହଞ୍ଚିଲାଣି। ଏଠାରେ କୋରୋନା ଭୂତାଣୁ ସଂକ୍ରମଣରେ ୪ ହଜାର ଉର୍ଦ୍ଧ୍ବ ଲୋକଙ୍କ ମୃତ୍ୟୁ ମଧ୍ୟ ଘଟିସାରିଲାଣି । ତେବେ ମୃତ୍ୟୁ ସଂଖ୍ୟା ଏତେ ମାତ୍ରାରେ ବୃଦ୍ଧି ପାଉଛି ଯେ ମୃତଦେହକୁ କବର ଦେବା ପାଇଁ ଏବେ ସ୍ଥାନ ସଂକୁଚିତ ହେବାରେ ଲାଗିଛି । ଅଧିକ ପଢନ୍ତୁ...

author img

By

Published : Apr 11, 2020, 7:10 PM IST

Virus forces jump in NYC burials
ନ୍ୟୁୟର୍କ ପାଲଟିଛି କରୋନା ମାହାମାରୀର ପେଣ୍ଠସ୍ଥଳ

ୱାଶିଂଟନ୍: ସବୁଠୁ ବିତ୍ତଶାଳୀ ସହର ନ୍ୟୁୟର୍କ ପାଲଟିଛି କୋରୋନା ମାହାମାରୀର ପେଣ୍ଠସ୍ଥଳ। ସେଠାରେ ଏକ ଚିଡ଼ିଆଖାନାର ବାଘୁଣୀ ମଧ୍ୟ କୋରୋନା ସଂକ୍ରମିତ ହୋଇଛି। ଯାହା ସଂକ୍ରମଣ ତୀବ୍ରତାକୁ ପ୍ରମାଣିତ କରୁଛି। ଦେଶର ଅନ୍ୟ ସହର ମଧ୍ୟରେ ୱାଶିଂଟନ ଡିସି, ନ୍ୟୁଜର୍ସି ଓ ଟେକ୍ସାସରେ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। କେବଳ ନ୍ୟୁୟର୍କ ସହରରେ ଆକ୍ରାନ୍ତଙ୍କ ସଂଖ୍ୟା ୧ଲକ୍ଷ ୨୩ ହଜାରୁ ଊର୍ଦ୍ଧ୍ବରେ ପହଞ୍ଚିଲାଣି। ଏଠାରେ କରୋନା ଭୂତାଣୁ ସଂକ୍ରମଣରେ ୪ ହଜାର ଉର୍ଦ୍ଧ୍ବ ଲୋକଙ୍କ ମୃତ୍ୟୁ ମଧ୍ୟ ଘଟିସାରିଲାଣି । ତେବେ ମୃତ୍ୟୁ ସଂଖ୍ୟା ଏତେ ମାତ୍ରାରେ ବୃଦ୍ଧି ପାଉଛି ଯେ ମୃତଦେହକୁ କବର ଦେବା ପାଇଁ ଏବେ ସ୍ଥାନ ସଂକୁଚିତ ହେବାରେ ଲାଗିଛି ।

ନୂଆ ନୀତି ଅନୁସାରେ, ମେଡିକାଲ୍ ପରୀକ୍ଷକଙ୍କ କାର୍ଯ୍ୟାଳୟ ହାର୍ଟ ଦ୍ୱୀପରେ ମୃତ ଦେହକୁ ପୋତି ଦିଆଯିବା ପୂର୍ବରୁ 14 ଦିନ ପର୍ଯ୍ୟନ୍ତ ତାକୁ ସଂରକ୍ଷଣରେ ରଖାଯାଏ । ସାଧାରଣତଃ ଏହି ଦ୍ବିପରେ ସପ୍ତାହରେ ପ୍ରାୟ 25 ଟି ଶବ ବ୍ୟବଚ୍ଛେଦ କରାଯାଇଥାଏ, ଯେଉଁମାନଙ୍କ ପରିବାର ଅନ୍ତିମ ସଂସ୍କାର କରିପାରନ୍ତି ନାହିଁ କିମ୍ବା ଅନାଥ , ସେହିମାନଙ୍କ ମୃତଦେହକୁ ଏଠାରେ ବ୍ୟବଚ୍ଛେଦ ପାଇଁ ପଠାଯାଇଥାଏ ।

ନିକଟ ଅତୀତରେ ସମାଧି କାର୍ଯ୍ୟ ସପ୍ତାହରେ ଗୋଟିଏ ଦିନ ଥିବା ବେଳେ ଏବେ ଏହା ପାଞ୍ଚ ଦିନକୁ ବୃଦ୍ଧି କରାଯାଇଛି ବୋଲି ସଂଶୋଧନ ବିଭାଗର ମୁଖପାତ୍ର ଜେସନ କେର୍ଷ୍ଟେନ କହିଛନ୍ତି । ତେବେ ମୃତ୍ୟୁ ସଂଖ୍ୟା ଏତେ ମାତ୍ରାରେ ବଢି ଚାଲିଛି ଯେ, ନ୍ୟୁୟର୍କବାସୀଙ୍କ ଯୋଉଟା ଅନ୍ତିମ ବିଶ୍ରାମସ୍ଥଳ, ସେଠାରେ କବର ଖୋଳୁଥିବା ଶ୍ରମିକମାନଙ୍କୁ ଏରିଆଲ୍ ଭିଡିଓ ଦ୍ବାରା କାବୁ କରାଯାଇଛି । ଏହି ମହାମାରୀ ଆକ୍ରାନ୍ତରେ ପ୍ରତିଦିନ ସହରର ଶହ ଶହ ଲୋକ ମୃତ୍ୟୁ ବରଣ କରୁଛନ୍ତି । ସେଥିପାଇଁ ଓଭରୱେଲମେଡ୍ ଡାକ୍ତରଖାନାଗୁଡ଼ିକ ମୃତଦେହଗୁଡିକୁ ବାଧ୍ୟ ହୋଇ ବାହାରେ ପାର୍କିଂ ହୋଇଥିବା ଫ୍ରିଜ୍ ଟ୍ରକରେ ରଖୁଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.