ETV Bharat / bharat

ନିର୍ଭୟା ମାମଲା: ଫାଶୀରୁ ବର୍ତ୍ତିବାକୁ ପିନ୍‌ ଗିଳିଲା ବିନୟ - ନିର୍ଭାୟା ଦୋଷୀ ବିନୟ ଶର୍ମା

ଫାଶୀରୁ ବର୍ତ୍ତିବାକୁ ନିର୍ଭୟା ଦୋଷୀ ବିନୟର ପୁଣି ରଚିଲା ଖେଳ । ତିହାର ଜେଲ ଭିତରେ ପୁଣି ଥରେ ନିଜକୁ କ୍ଷତି ପହଞ୍ଚାଇବାକୁ ଚେଷ୍ଟା କରି ଆହତ ହେଲା ବିନୟ ଶର୍ମା । ଅଧିକ ପଢନ୍ତୁ...

virbhaya convict binaya sharma
ଫାଶୀରୁ ବର୍ତ୍ତିବାକୁ ପିନ୍‌କୁ ଗିଳିଲା ବିନୟ
author img

By

Published : Feb 23, 2020, 11:30 AM IST

ନୂଆଦିଲ୍ଲୀ: ତୃତୀୟ ଥର ପାଇଁ ନିର୍ଭୟା ଦୋଷୀଙ୍କ ପାଇଁ ଜାରି ହୋଇଛି ଡେଥ୍‌ ୱାରେଣ୍ଟ । ମାର୍ଚ୍ଚ 3ରେ ଫାଶୀ ଖୁଣ୍ଟରେ ଝୁଲିବେ 4 ଦୋଷୀ । ସମସ୍ତ ଆଇନ ଗତ ବିକଳ୍ପ ଶେଷ ହେବା ପରେ ମଧ୍ୟ ଫାଶୀରୁ ଖସିବାକୁ ଏବେ ବି ଉଦ୍ୟମ କରୁଛି ଅନ୍ୟତମ ଅପରାଧୀ ବିନୟ ଶର୍ମା। ତେଣୁ ବାରମ୍ବାର ନିଜକୁ କ୍ଷତି ପହଞ୍ଚାଇବାରେ ଲାଗିଛି । ତିହାର ଜେଲ ଭିତରେ ଷ୍ଟାପ୍ଲର ପିନ୍‌କୁ ଗିଳି ନିଜକୁ ପୁଣି କ୍ଷତି ପହଞ୍ଚାଇଛି ବିନୟ ।

ସେପଟେ, ଜେଲ କର୍ତ୍ତୃପକ୍ଷ ବିନୟକୁ ଅଟକାଇବା ସହ ଜେଲ ପରିସରରେ ଚିକିତ୍ସା କରାଇଛନ୍ତି । ଏହା ପୂର୍ବରୁ ଜେଲର ଚାରିକନ୍ଥରେ ନିଜକୁ ଆହତ କରିଥିବା କହିଛନ୍ତି ତିହାର ଜେଲ । ଆଜି ସେହି ସମାନ ତରିକା ଆପଣେଇବାକୁ ଯାଇ ପିନ୍‌ ଗିଳିଛି ବିନୟ। ଅନ୍ୟପଟେ, ଗତ ଶୁକ୍ରବାର ବିନୟ ଓ ଅକ୍ଷୟଙ୍କ ପରିବାର ବର୍ଗଙ୍କୁ ଶେଷ ସାକ୍ଷାତ ପାଇଁ ନୋଟିସ ଜାରି ହୋଇଛି । ପୂର୍ବରୁ ମୁକେଶ ଓ ପୱନଙ୍କ ପାଇଁ ଜାନୁଆରୀ 31ରେ ଜାରି ହୋଇଥିଲା ନୋଟିସ ।

ସେପଟେ, ତିହାର ଜେଲ କର୍ତ୍ତୃପକ୍ଷଙ୍କ ଅନୁଯାୟୀ, ଫାଶୀ ତାରିଖ ଯେତିକି ପାଖେଇ ଆସୁଛି ସେତିକି ବିନୟ ଦିନକୁ ଦିନ ହିଂସାତ୍ମକ ଆଚରଣ କରୁଛି । ସେପଟେ, ବିନୟର ମାନସିକ ସ୍ଥିତି ଓ ସ୍ବାସ୍ଥ୍ୟ ସୁସ୍ଥ ରହିଛି ବୋଲି ସୂଚନା।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.