ETV Bharat / bharat

ମଧ୍ୟପ୍ରଦେଶ ଉପନିର୍ବାଚନ: ଭାଇରାଲ ଭିଡିଓକୁ ନେଇ ତୁ ତୁ ମେ ମେ ଜାରି

author img

By

Published : Oct 26, 2020, 2:05 PM IST

ମଧ୍ୟପ୍ରଦେଶରେ ଉପନିର୍ବାଚନ ଚାଲିଥିବାବେଳେ କଂଗ୍ରେସ ନେତାଙ୍କ କାର୍ଟୁନ ଭାଇରାଲ ଭିଡିଓକୁ ନେଇ ବିଜେପି ଓ କଂଗ୍ରେସ ମଧ୍ୟରେ ତୁ ତୁ ମେ ମେ ଆରମ୍ଭ । ଅଧିକ ପଢନ୍ତୁ...

ମଧ୍ୟପ୍ରଦେଶ ଉପନିର୍ବାଚନ: ଭାଇରାଲ ଭିଡିଓକୁ ନେଇ ତୁତୁ ମେ ମେ ଜାରି

ଭୋପାଳ: ମଧ୍ୟପ୍ରଦେଶରେ ଉପନିର୍ବାଚନ ପାଇଁ ପ୍ରଚାର ଜୋରସୋର ଆରମ୍ଭ ହୋଇଥିବାବେଳେ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଦିଗବିଜୟ ସିଂ, କମଲନାଥଙ୍କୁ ସାପ ଓ ସାପୁଆ କେଳା ଭାବେ କାଟୁର୍ନ ସଜାଯାଇଥିବା ଦେଖିବାକୁ ମିଳିଛି । ଯାହାକୁ ନେଇ ବିଜେପି ଓ କଂଗ୍ରେସ ପରସ୍ପର ଉପରକୁ ଦୋଷ ଲଦାଲଦି ହେଉଛନ୍ତି ।

ମଧ୍ୟପ୍ରଦେଶ ଉପନିର୍ବାଚନ

ଭାଇରାଲ ଭିଡିଓରେ କମଲନାଥ ସାପୁଆ କେଳା ହୋଇଥିବାବେଳେ ଦିଗବିଜୟ ସିଂହଙ୍କୁ ପେଡିରେ ଥିବା ସାପ ଭାବେ ଚିତ୍ରିତ କରାଯାଇଛି । କମଲାନାଥ ତାଙ୍କୁ ଖେଳାଉଥିବା ଦେଖିବାକୁ ମିଳିଛି । ଏହାସହ କଂଗ୍ରେସ ନେତା ଜିତୁ ପଟ୍ଟୱାରୀ କମଲନାଥଙ୍କ ସହଯୋଗୀ ଭାବେ ଛିଡା ହୋଇଥିବା ଭିଡିଓରେ ଦେଖାଯାଇଛି ।

ଏପରି ଭିଡିଓ ପାଇଁ କଂଗ୍ରେସ ପକ୍ଷରୁ ବିଜେପିକୁ ଦାୟୀ କରାଯିବା ସହ ହୀନ ମାନସିକତା ବୋଲି ଦର୍ଶାଯାଇଛି । ବିଜେପି ଉପନିର୍ବାଚନରେ ଜିତିବା ପାଇଁ ଏପରି କରିଛି ବୋଲି କଂଗ୍ରେସ ପକ୍ଷରୁ କୁହାଯାଇଛି। ଅନ୍ୟପଟେ ଭିଡିଓ ନେଇ ବିଜେପି ନେତା କଂଗ୍ରେସକୁ ଦାୟୀ କରିଛନ୍ତି । ଏହା ତାଙ୍କରି ଦଳର କୌଣସି କର୍ମୀ କରିଥାଇପାରନ୍ତି ବୋଲି ବିଜେପି ନେତା ଜମା ଖାନ କହିଛନ୍ତି ।

ସୂଚନାଥାଉକି, ମଧ୍ୟପ୍ରଦେଶରେ 28ଟି ବିଧାନସଭା ଆସନ ପାଇଁ ଉପନିର୍ବାଚନ ହେଉଛି । ନଭେମ୍ବର 3 ତାରିଖରେ ଏହି ଆସନରେ ଭୋଟ ଗ୍ରହଣ ହେବାକୁ ଥିବାବେଳେ ନଭେମ୍ବର 10 ତାରିଖରେ ଭୋଟ ଗଣତି ହେବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.