ETV Bharat / bharat

ଟିଏସଆରଟିସି କର୍ମଚାରୀଙ୍କ ଶୋଭାଯାତ୍ରା, ପୋଲିସ ନାକେଦମ - ଟିଏସଆରଟିସି କର୍ମଚାରୀ

ଦିନକୁ ଦିନ ଉଗ୍ର ରୂପ ନେଉଛି ଟିଏସଆରଟିସି କର୍ମଚାରୀଙ୍କ ଆନ୍ଦୋଳନ । ଦୀର୍ଘ 36 ଦିନ ଧରି ଟିଏସଆରଟିସି କର୍ମଚାରୀ ଆନ୍ଦୋଳନ ଜାରି ରଖିଥିବା ବେଳେ ଆଜି ଏକ ବୃହତ ଶୋଭାଯାତ୍ରାରେ ବାହାରିଥିଲେ । ଫଳରେ ପୋଲିସ ପକ୍ଷରୁ ହୁସେନ ସାଗର ଏବଂ ଏହାର ଆଖପାଖ ଅଞ୍ଚଳରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା । ସେପଟେ ଏହି ଶୋଭାଯାତ୍ରା ଫଳରେ ହୁସେନ ସାଗର ଅଞ୍ଚଳରେ ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହୋଇଥିବା ଜଣାପଡ଼ିଛି ।

ଫଟୋ ସୌଜନ୍ୟ: IANS
author img

By

Published : Nov 9, 2019, 7:17 PM IST

ହାଇଦ୍ରାବାଦ: ଦୀର୍ଘ ଏକମାସରୁ ଊର୍ଦ୍ଧ୍ବ ସମୟ ଧରି ଆନ୍ଦୋଳନ ଜାରି ରଖିଥିବା ତେଲେଙ୍ଗାନା ରାଜ୍ୟ ସଡ଼କ ପରିବହନ(ଟିଏସଆରଟିସି)ର କର୍ମଚାରୀମାନେ ଆଜି ଏକ ଶୋଭାଯାତ୍ରାରେ ବାହାରିଥିଲେ । ପୋଲିସର କଡ଼ା ନିୟମ କରିଥିବା ସତ୍ତ୍ବେ ଏହାକୁ ବେଖାତିର କରି ଶୋଭାଯାତ୍ରାରେ ବାହାରିଥିଲେ ଏହି କର୍ମଚାରୀମାନେ । ଚଲୋ ଟ୍ୟାଙ୍କ ବଣ୍ଡ ନାରା ଦେଇ ଶୋଭାଯାତ୍ରାରେ ଯାଇ ଏମାନେ ହୁସେନ ସାଗର ଅଞ୍ଚଳରେ ପହଞ୍ଚିଥିଲେ ।

ଶତାଧିକ ସଂଖ୍ୟାରେ ଏହି ଆନ୍ଦୋଳନକାରୀମାନେ ବ୍ୟାରିକେଡ଼ ଭାଙ୍ଗି ଟ୍ୟାଙ୍କ ବଣ୍ଡ ଅଞ୍ଚଳରେ ପ୍ରବେଶ କରିବାକୁ ଉଦ୍ୟମ କରିଥିଲେ । ତେବେ ସେମାନଙ୍କୁ ନିୟନ୍ତ୍ରଣ କରିବା ପାଇଁ ପୋଲିସ ଲୁହବୁହା ଗ୍ୟାସ ବ୍ୟବହାର କରିଥିଲା । ତେବେ ଏହି ଲୁହବୁହା ଗ୍ୟାସ ପ୍ରୟୋଗ କରିଥିଲେ ହେଁ ଏହି ଆନ୍ଦୋଳନକାରୀଙ୍କୁ ପୋଲିସ ନିୟନ୍ତ୍ରଣ କରିପାରିନଥିବା ଜଣାପଡ଼ିଛି । ଫଳରେ ପୋଲିସ ସେମାନଙ୍କୁ ଉପରେ ଲାଠିଚାର୍ଜ କରିଥିବା ଜଣାପଡ଼ିଛି । ଲାଠିଚାର୍ଜ ଫଳରେ କିଛି ଆନ୍ଦୋଳନକାରୀମାନେ ଆହତ ହୋଇଥିବା ସୂଚନା ରହିଛି । ଏହି ଆନ୍ଦୋଳନକାରୀଙ୍କୁ ବିଭିନ୍ନ ରାଜନୈତିକ ଦଳମାନେ ସମର୍ଥନ ଜଣାଇଛନ୍ତି ।

ସେପଟେ ଏହି ଆନ୍ଦୋଳନ ସମ୍ପର୍କରେ ସୂଚନା ପାଇ ସୁରକ୍ଷା ଦୃଷ୍ଟିରୁ ଶନିବାର ସକାଳୁ ଟ୍ୟାଙ୍କ ବଣ୍ଡ ଏବଂ ଏହାର ଚତୁଃପାର୍ଶ୍ବକୁ ପୋଲିସ ବ୍ୟାରିକେଡ଼ କରିଥିଲା । ଟ୍ୟାଙ୍କ ବଣ୍ଡ, ଲୋୟର ଟ୍ୟାଙ୍କ ବଣ୍ଡ, ତେଲୁଗୁ ତାଲି ଫ୍ଲାୟ ଓଭର, ଇନ୍ଦିରା ପାର୍କ, ସେକ୍ରେଟାରିଏଟ ରୋଡ଼, ନେକଲେସ ରୋଡ଼, ଖୈରତାବାଦ ଫ୍ଲାଏଓଭର ଏବଂ ଏହି ଅଞ୍ଚଳ ସଂଲଗ୍ନ ଅନ୍ୟ ରାସ୍ତା ଗୁଡ଼ିକୁ ମଧ୍ୟ ପୋଲିସ ସୁରକ୍ଷା ପାଇଁ ବ୍ୟାରିକେଡ଼ିଂ କରିଦେଇଥିଲା ।

ମାତ୍ର ଆନ୍ଦୋଳନକାରୀଙ୍କ ବିଶାଳ ଶୋଭାଯାତ୍ରା ଏସବୁକୁ ଭାଙ୍ଗି ଟ୍ୟାଙ୍କ ବଣ୍ଡ ଅଞ୍ଚଳରେ ପ୍ରବେଶ କରିଥିଲେ । ଶତାଧିକ ଆନ୍ଦୋଳନକାରୀଙ୍କୁ ନିୟନ୍ତ୍ରଣ କରିବାରେ ପୋଲିସ ନାକେଦମ ହୋଇ ପଡ଼ିଥିଲା । ଫଳରେ ନିୟନ୍ତ୍ରଣ ପାଇଁ ପୋଲିସ ପ୍ରଥମେ ଲୁହବୁହା ଗ୍ୟାସ ପ୍ରୟୋଗ କରିଥିଲା । ପରେ ଲାଠିଚାର୍ଜ ମଧ୍ୟ କରିଥିବା ଜଣାପଡ଼ିଛି । ଏହା ସହିତ ଏକାଧିକ ଆନ୍ଦୋଳନକାରୀଙ୍କୁ ଗିରଫ କରିଛି ପୋଲିସ ।

ସେପଟେ ସୁରକ୍ଷାକୁ ଦୃଷ୍ଟିରେ ରଖି ଏହି ଅଞ୍ଚଳରେ ଥିବା ହୁସେନ ସାଗର ଲେକ, ଏନଟିଆର ଗାର୍ଡେନ, ଲୁମ୍ବିନି ପାର୍କ, ଇନ୍ଦିରା ପାର୍କ, ସଞ୍ଜିବନୀ ପାର୍କକୁ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରଖାଯାଇଥିବା ଜଣାପଡ଼ିଛି ।

ସୂଚନା ଯୋଗ୍ୟ ବିଭିନ୍ନ ଦାବି କରି ଲଗାତାର 36 ଦିନ ଧରି 48 ହଜାର ଆଇଏସଆରଟିସି କର୍ମୀ ଆନ୍ଦୋଳନରେ ବସିଛନ୍ତି । ଏହା ମଧ୍ୟରେ 10 ଊର୍ଦ୍ଧ୍ବ କର୍ମୀଙ୍କ ମୃତ୍ୟୁ ହୋଇଥିବା ବେଳେ 3 ଜଣ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି । ସେପଟେ ସରକାର ରାଜ୍ୟର ଅର୍ଦ୍ଧାଧିକ ରୁଟକୁ ବେସରକାରୀ କରିଦେଇଥିବା ଜଣାପଡ଼ିଛି ।

Intro:Body:

prabhu

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.