ETV Bharat / bharat

ତାଲାବନ୍ଦ: ଭୋକିଲା ମାଙ୍କଡଙ୍କ ସାହାରା ସାଜିଲେ ବିନୋଦ - ଭୋକିଲା ମାଙ୍କଡ

ଖାଦ୍ୟ ଅନ୍ବେଷଣରେ ଡହଳବିକଳ ନୀରିହ ମାଙ୍କଡ । ଆଉ ଏମାନଙ୍କ ଦୁଃଖ ବୁଝି ଖାଇବା ବାଣ୍ଟିଛନ୍ତି ବିନୋଦ । ଏ ଦୃଶ୍ୟ ଯେତିକି ମନୋରମ ସେତିକି ହୃହୟସ୍ପର୍ଶୀ ।

hungry monkeys living at the Budhi Mata temple
ତାଲାବନ୍ଦ: ଭୋକିଲା ମାଙ୍କଡଙ୍କ ସାହାରା ସାଜିଲେ ବିନୋଦ
author img

By

Published : Mar 28, 2020, 7:22 PM IST

ଲକ୍ଷ୍ନୌ: ଦେଶବ୍ୟାପି ଲକଡାଉନ । ଦୋକାନ ବଜାର, ହୋଟେଲ ସବୁ ବନ୍ଦ । କୋରୋନା ଭାଇରସଠୁ ଅଧିକ ଯନ୍ତ୍ରଣା ଦେଲାଣି ପେଟର ଭୋକ । ଏପରି ସ୍ଥିତିରେ ମଣିଷଙ୍କ ଠାରୁ ଅଧିକ ଦହଗଞ୍ଜ ହେଲେଣି ସମ୍ବେଦନହୀନ ପଶୁପକ୍ଷୀ । ଖାଦ୍ୟ ଅନ୍ବେଷଣରେ ଡହଳବିକଳ ହୋଇ ବୁଲୁଛନ୍ତି । ଏଭଳି କିଛି ଦୃଶ୍ୟ ଗୋରଖପୁର ମହାନଗର ନିକଟରେ ଥିବା ସଟେ କୁସମ୍ହି ଜଙ୍ଗଲ ସ୍ଥିତ ବୁଢିଆ ମାଇ ମନ୍ଦିରରେ ଦେଖିବାକୁ ମିଳିଥିଲା

ତାଲ ବନ୍ଦ ଯୋଗୁଁ ଆଦିଶକ୍ତି ବୁଢିଆ ମାଇଙ୍କ ମନ୍ଦିର ବନ୍ଦ ରହିଛି । ଫଳରେ ଦର୍ଶାନାର୍ଥୀ ଆସୁନଥିବାରୁ ଆଖାପାଖର ମାଙ୍କଡମାନେ ବି ଭୋକିଲା ରହୁଛନ୍ତି । ଆଉ ଏମାନଙ୍କ ଦୁଃଖ ବୁଝି ଖାଇବା ବାଲଟି ଧରି ମନ୍ଦିରରେ ପହଞ୍ଚିଛନ୍ତି ସ୍ଥାନୀୟ ଯୁବକ ବିନୋଦ । ବିନୋଦଙ୍କ ହାତରେ ଚଣା ବାଲଟିଟିଏ ଦେଖି ସମସ୍ତେ ତାଙ୍କୁ ଖାଇବା ପାଇଁ ଘେରିଯାଇଥିଲେ । ଆଉ ସବୁ ଖାଇ ନିଜ ଭୋକ ମେଣ୍ଟାଇଛନ୍ତି ।

hungry monkeys living at the Budhi Mata temple
ତାଲାବନ୍ଦ: ଭୋକିଲା ମାଙ୍କଡଙ୍କ ସାହାରା ସାଜିଲେ ବିନୋଦ

ପ୍ରକାଶ ଯେ, ବୁଦ୍ଧ ମାତା ମନ୍ଦିର 12 ମାସ ପର୍ଯ୍ୟନ୍ତ ଖୋଲା ରହିଥାଏ । ଏଥିଯୋଗୁଁ ପାଖ ଜଙ୍ଗଲରେ ରହିଥିବା ମାଙ୍କଡମାନେ ମନ୍ଦିରକୁ ଆସୁଥିବା ଦର୍ଶନାର୍ଥୀ ଉପରେ ନିର୍ଭର କରନ୍ତି। ଆଉ ଏଠାକୁ ଆସୁଥିବା ପ୍ରତ୍ୟେକ ଭକ୍ତ ମାଙ୍କଡମାନଙ୍କ ଖାଇବା ପାଇଁ କିଛି ନା କିଛି ଖାଦ୍ୟ ଆଣନ୍ତି | ଯାହା ଦ୍ୱାରା ମାଙ୍କଡମାନେ ସେମାନଙ୍କର ଭୋକ ମେଣ୍ଟାଇଥାନ୍ତି । ହେଲେ କର୍ଫ୍ୟୁ ପରଠୁ ଏମାନଙ୍କୁ ଖାଇବାକୁ କିଛି ବି ମିଳୁନଥିଲା । ବହୁ ଅପେକ୍ଷା ପରେ ମାଙ୍କଡର ସାଥୀ ସାଜି ବିନୋଦ କୁମାର ଏଠାରେ ପହଞ୍ଚି ଖାଇବା ବାଣ୍ଟିଥିଲେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.