ETV Bharat / bharat

କାନପୁର ଏନକାଉଣ୍ଟର ମାମଲା: ଥାନା ଅଧିକାରୀ ନିଲମ୍ବିତ, ନେପାଳ ସୀମାରେ ଆଲର୍ଟ

author img

By

Published : Jul 4, 2020, 6:14 PM IST

କାନପୁର ଏନକାଉଣ୍ଟରରେ ପୋଲିସ ଏକ ବଡ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଏହି ମାମଲରେ ଚୌବେପୁର ଥାନା ଅଧିକାରୀ ବିନୟ ତିୱାରୀଙ୍କୁ ନିଲମ୍ବିତ କରାଯାଇଛି ।

କାନପୁର ଏନକାଉଣ୍ଟର ମାମଲା
କାନପୁର ଏନକାଉଣ୍ଟର ମାମଲା

ଲକ୍ଷ୍ନୌ: କାନପୁର ଏନକାଉଣ୍ଟରରେ ପୋଲିସ ଏକ ବଡ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଏହି ମାମଲରେ ଚୌବେପୁର ଥାନା ଅଧିକାରୀ ବିନୟ ତିୱାରୀଙ୍କୁ ନିଲମ୍ବିତ କରାଯାଇଛି । କାନପୁରର ଆଇଜି ମୋହିତ ଅଗ୍ରୱାଲ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ପ୍ରକାଶଥାଉକି, ପୋଲିସର ତଦନ୍ତରେ ଏପର୍ଯ୍ୟନ୍ତ 3 ଜଣ ପୋଲିସଙ୍କ ହାତ ଥିବା ସାମ୍ନାକୁ ଆସିଛି ।

ଗ୍ୟାଙ୍ଗଷ୍ଟାର ବିକାଶ ଦୁବେକୁ ଚଢାଉ ସମ୍ପର୍କରେ ଆଗୁଆ ସୂଚନା ଦିଆଯାଇଥିବା କୁହାଯାଉଛି । ତେବେ ପୋଲିସ ସନ୍ଦେହ କରୁଛି ଯେ ବିନୟ ତିୱାରୀ ଚଢାଉ ବିଷୟରେ ଗ୍ୟାଙ୍ଗଷ୍ଟର ବିକାଶ ଦୁବେଙ୍କୁ ସୂଚନା ଦେଇଛନ୍ତି ।

ସୂଚନାନୁସାରେ, ଶୁକ୍ରବାର ସନ୍ଧ୍ୟାରେ ବିନୟ ତିୱାରୀଙ୍କୁ ଏସଟିଏଫ ପଚରାଉଚରା କରିଥିଲା । ଅନୁସନ୍ଧାନରୁ ଜଣାପଡିଛି ଯେ ବିନୟ ତିୱାରୀ କିଛି ଦିନ ପୂର୍ବରୁ ବିକାଶ ଦୁବେ ବିରୋଧରେ ମାମଲା ରୁଜୁ କରିବାକୁ ମନା କରିଦେଇଥିଲେ। ପୋଲିସ ବର୍ତ୍ତମାନ ବିନୟ ତିୱାରୀଙ୍କ ବିରୋଧରେ ଏଫଆଇଆର ଦାଖଲ କରିବାକୁ ପ୍ରସ୍ତୁତ ହେଉଛି।

ଅନ୍ୟପକ୍ଷରେ କାନପୁର ପ୍ରଶାସନ ବିଠୁରରେ ବିକାଶ ଦୁବେଙ୍କ ବାସଭବନକୁ ଭାଙ୍ଗି ଦେଇଛି। ଏହା ବ୍ୟତୀତ ବିକାଶ ଦୁବେଙ୍କ ସମସ୍ତ ସମ୍ପତ୍ତି ବିଷୟରେ ଜାଣିବା ପାଇଁ ପ୍ରଶାସନ ପ୍ରସ୍ତୁତି ଚଳାଇଛି। ପ୍ରଶାସନ ଏହାର ସମସ୍ତ ସମ୍ପତ୍ତି ଯାଞ୍ଚ କରିବ। ଏଥିସହ ସମସ୍ତ ବ୍ୟାଙ୍କ ଆକାଉଣ୍ଟ ମଧ୍ୟ ଜବତ କରାଯିବ। ଏହାସହ ନେପାଳ ସୀମାକୁ ସତର୍କ କରାଯାଇଛି । ଘଟଣାସ୍ଥଳରୁ ନେପାଳ ସୀମା 120 କିଲୋମିଟର ରହିଛି । ଏମଧ୍ୟରେ 4ଟି ପୋଲିସ ଷ୍ଟେସନ ଅଛି, ସବୁ ସ୍ଥାନରେ ବିକାଶର ଫଟୋ ଦିଆଯାଇଛି । ଏସଏସବି ଅଧିକାରୀଙ୍କ ସହ ଆଲୋଚନା ହୋଇଛି। ଜିଲ୍ଲା ସୀମାରେ ମଧ୍ୟ ଏକ ସତର୍କ ସୂଚନା ରହିଛି ଓ ତଦନ୍ତ ମଧ୍ୟ ଜାରି ରହିଛି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.