ETV Bharat / bharat

ହାଥରସ ଗଣଦୁଷ୍କର୍ମ ମାମଲା: ପରିବାରର ବିନା ଉପସ୍ଥିତିରେ ଅନ୍ତିମ ସଂସ୍କାର ଅଭିଯୋଗ - dalit girl last rites

ହାଥରସର ଦଳିତ ଝିଅ ସହ ହୋଇଥିବା ଅମାନବିକତା ଘଟଣାଠାରୁ ଅଧିକ ଭୟାବହ କିଛି ନୁହେଁ । ପରିବାର ପାଇଁ ଏହା ଏକ ଅତ୍ୟନ୍ତ କଷ୍ଟଦାୟକ ସମୟ । ମାତ୍ର ଏଭଳି ସମୟରେ ଉତ୍ତରପ୍ରଦେଶ କରିଥିବା କାର୍ଯ୍ୟ ସେମାନଙ୍କ କ୍ଷତକୁ ଅଧିକ ବଢେଇଦେଇଛି ।

ହାଥରସ ଗଣଦୁଷ୍କର୍ମ ମାମଲା
ହାଥରସ ଗଣଦୁଷ୍କର୍ମ ମାମଲା
author img

By

Published : Sep 30, 2020, 12:22 PM IST

ଲକ୍ଷ୍ନୌ: ହାଥରସର ଦଳିତ ଝିଅ ସହ ହୋଇଥିବା ଅମାନବିକତା ଘଟଣାଠାରୁ ଅଧିକ ଭୟାବହ କିଛି ନୁହେଁ । ପରିବାର ପାଇଁ ଏହା ଅତ୍ୟନ୍ତ କଷ୍ଟଦାୟକ ସମୟ । ମାତ୍ର ଏଭଳି ସମୟରେ ଉତ୍ତରପ୍ରଦେଶ କରିଥିବା କାର୍ଯ୍ୟ ସେମାନଙ୍କ କ୍ଷତକୁ ଅଧିକ ବଢେଇଦେଇଛି । ପୀଡିତାଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି ଯେ, ପୋଲିସ ନିଜ ଇଚ୍ଛାରେ ଅନ୍ତିମ ସଂସ୍କାର କରିଛି । ପରିବାର ଲୋକଙ୍କୁ ଘରେ ବନ୍ଦ କରି ପୀଡିତାଙ୍କ ଅନ୍ତିମ ସଂସ୍କାର କରାଯାଇଛି ।

ପୀଡିତାଙ୍କ ଶେଷ ଦର୍ଶନ ପାଇଁ 15 ମିନିଟ ମାଗିଥିଲେ ବି ପୋଲିସ ଶେଷ ଦର୍ଶନ କରିବାକୁ ଦେଇନଥିଲା । କିନ୍ତୁ ପୋଲିସ ଏହି ଘଟଣାକୁ ଗ୍ରହଣ କରିନଥିଲା । ଦିଲ୍ଲୀର ସଫଦରଜଙ୍ଗ ହସ୍ପିଟାଲରେ ମୃତ୍ୟୁ ପରେ ପୋଲିସ ମୃତଦେହ ନେଇ ହାଥରସରେ ପହଞ୍ଚିଥିଲା। ସେତେବେଳେ ରାତି ପ୍ରାୟ 12ଟା45ମିନିଟ ହୋଇଥିଲା । ଆମ୍ବୁଲାନ୍ସ ପହଞ୍ଚିବା ମାତ୍ରେ ଲୋକେ ବିରୋଧ କରିବା ଆରମ୍ଭ କରିଥିଲେ। ରାଗିଯାଇ ଗ୍ରାମବାସୀ ରାସ୍ତାରେ ବସିଥିଲେ ।

ପୀଡିତାଙ୍କ ଶେଷ ରୀତିନୀତି ପାଇଁ ଏସପି-ଜିଲ୍ଲାପାଳ ଝିଅର ଅସହାୟ ପିତାଙ୍କୁ ବୁଝାଇ ଚାଲିଯାଇଥିଲେ। ପରିବାର ସଦସ୍ୟମାନେ କେବଳ ନିଜ ଝିଅର ଅନ୍ତିମ ସଂସ୍କାର ରୀତିନୀତି ଅନୁଯାୟୀ କରିବାକୁ ଇଚ୍ଛା କରିଥିଲେ। ପରିବାର ଲୋକ ମୃତଦେହକୁ ନିଜ ଘରକୁ ନେବାକୁ ଚାହୁଁଥିଲେ, କିନ୍ତୁ ପୋଲିସ ଏହା କରିବାକୁ ଦେଇନଥିଲା ।

ପ୍ରାୟ 200 ଜଣ ପୋଲିସ କର୍ମଚାରୀ ମୃତଦେହକୁ ରାତି 2ଟା20ମିନିଟ ସମୟରେ ଆମ୍ବୁଲାନ୍ସରୁ କଢାଗଲା ଓ ପରିବାରକୁ ନ ଦେଇ ନିଜେ ଅନ୍ତିମସଂସ୍କାର କରିଥିଲେ । ପ୍ରାୟ 25 ମିନିଟ୍ ପରେ ପୋଲିସ ନିଜେ ନିଆଁ ଲଗାଇ ଦେଇଥିଲା। ପୋଲିସର ଏହି ମନୋଭାବକୁ ନେଇ ଗ୍ରାମବାସୀଙ୍କ ଅସନ୍ତୋଷ ପ୍ରକାଶ କରିଥିଲେ। ଅନ୍ୟପକ୍ଷେ ହାଥରସ ଜିଲ୍ଲାପାଳ କିନ୍ତୁ ଏହାକୁ ଖଣ୍ଡନ କରିଥିଲେ । ପୀଡିତାଙ୍କ ଅନ୍ତିମସଂସ୍କାର ଭାଇ ଓ ପିତାଙ୍କ ଉପସ୍ଥିତିରେ ହୋଇଥିବା କହିଥିଲେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.