ETV Bharat / bharat

କମୁଛି ତେହରୀ ହ୍ରଦର ଜଳସ୍ତର, ଭୟରେ ଗ୍ରାମବାସୀ - ତେହରୀ ହ୍ରଦ

ତେହରୀ ହ୍ରଦର ଜଳସ୍ତର କମିବା କାରଣରୁ ଭୟରେ ରହିଛନ୍ତି ସ୍ଥାନୀୟ ଗ୍ରାମବାସୀ । ସେମାନଙ୍କୁ ସ୍ଥାନାନ୍ତର କରିବାକୁ ଗ୍ରାମବାସୀମାନେ ଜିଲ୍ଲା ପ୍ରଶାସନକୁ ଅନୁରୋଧ କରିଛନ୍ତି । ଅଧିକ ପଢନ୍ତୁ...

କମୁଛି ତେହରୀ ହ୍ରଦର ଜଳସ୍ତର, ଭୟରେ ଗ୍ରାମବାସୀ
author img

By

Published : Nov 24, 2019, 2:30 AM IST

ଡେରାଡୁନ: ଉତ୍ତରାଖଣ୍ଡର ପ୍ରସିଦ୍ଧ ହ୍ରଦ ତେହରୀ ହ୍ରଦର ଜଳସ୍ତର ଧିରେ ଧିରେ କମିବାରେ ଲାଗିଛି । ଫଳରେ ଏହା ଦେଖି ସ୍ଥାନୀୟ ବାସିନ୍ଦାଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଛି । ସ୍ଥାନୀୟ ଅଞ୍ଚଳରେ ଭୂକମ୍ପର ସମ୍ଭାବନା ରହୁଥିବା ନେଇ ଗ୍ରାମବାସୀ ମାନେ ଅଭିଯୋଗ କରିଛନ୍ତି ।

ସେମାନେ ରାଜ୍ୟ ସରକାରଙ୍କୁ ବାରମ୍ବାର ଏନେଇ ସୂଚନା ମଧ୍ୟ ଦେବା ସହିତ ଅଭିଯୋଗ କରି ଆସୁଛନ୍ତି । ସେମାନଙ୍କୁ ହ୍ରଦ ନିକଟରୁ ଅନ୍ୟତ୍ର ସ୍ଥାନାନ୍ତର କରିବାକୁ ବାରମ୍ବାର ଅନୁରୋଧ କରୁଥିଲେ ମଧ୍ୟ ସରକାର ସେମାନଙ୍କର ଅନୁରୋଧକୁ ଅଣଦେଖା କରୁଥିବା ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି ।

ଗ୍ରାମବାସୀମାନେ କହିଛନ୍ତି କି, ବର୍ଷା ସମୟରେ ରାତି ଉଜାଗର ରହୁଛନ୍ତି । ଅତ୍ୟଧିକ ବର୍ଷା ହେଲେ କୌଣସି ପ୍ରକାର ବିପତ୍ତି ମାଡ଼ି ଆସିବା ଭୟରେ ସେମାନେ ଏଭଳି କରୁଥିବା ଗ୍ରାମବାସୀ କହିଛନ୍ତି । ସେମାନେ ଦୀର୍ଘ 3 ବର୍ଷ ଧରି ସେମାନେ ବିସ୍ଥାପନ ପାଇଁ ଅନୁରୋଧ କରି ଆସୁଛନ୍ତି । ମାତ୍ର ସରକାର ଏନେଇ ଅଣଦେଖା କରୁଥିବା ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି ।

ଏନେଇ ଜିଲ୍ଲା ଅଧିକାରୀ କହିଛନ୍ତି କି, ହ୍ରଦ ନିକଟରେ କୌଣସି ପ୍ରକାର ବିପଦକୁ ନେଇ ପ୍ରଶାସନ ସତର୍କ ରହିଛି । ସମସ୍ତ ଉପ ଜିଲ୍ଲା ଅଧିକାରୀମାନଙ୍କୁ ଆଲର୍ଟ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହା ସତ୍ତ୍ବେ ଯଦି ଗ୍ରାମବାସୀମାନେ କୌଣସି ଅଭିଯୋଗ କରନ୍ତି, ତାହା ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଉକ୍ତ ଜିଲ୍ଲା ଅଧିକାରୀ ଜଣକ ସୂଚନା ଦେଇଛନ୍ତି ।

Intro:Body:

editorial

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.