ETV Bharat / bharat

କାନ୍ଥରେ ଝଟକୁଛି ଗଲୱାନ କାହାଣୀ, ଚିତ୍ରକଳାରେ ଶହୀଦ ଯବାନଙ୍କୁ ସଲାମ

author img

By

Published : Jun 28, 2020, 4:02 PM IST

ମାତୃଭୂମିର ସୁରକ୍ଷା ପାଇଁ ଯବାନ ଉତ୍ସଗ କରିଥାଏ ତା ଜୀବନ। ଆଉ ଏହି ବଳିଦାନ ପାଇଁ ବୀରପୁତ୍ରକୁ ସମ୍ନାନ ଦିଆଯିବା ସହ ଶହୀଦର ଆଖ୍ୟା ମିଳେ। କାରଣ ଘଞ୍ଚ ଜଙ୍ଗଲ, ପ୍ରତିକୂଳ ପରିସ୍ଥିତିରେ ମଧ୍ୟ ସେ ଦିବାରାତ୍ରି ଉଜାଗର ରହି ସୁରକ୍ଷା ଦେବା ସହ ଶତ୍ରୁ ସହ ଲଢି ହସି ହସି ଚାଲିଯାଏ। ବହୁତ ଥର ଶତ୍ରୁ ରାଷ୍ଟ୍ର ସହ ଯୁଦ୍ଧରେ ଅନେକ ଯବାନ ଶହୀଦ ହୋଇଛନ୍ତି।

କାନ୍ଥରେ ଝଟକୁଛି ଗଲୱାନ କାହାଣୀ, ଚିତ୍ରକଳାରେ ଶହୀଦ ଯବାନଙ୍କୁ ସଲାମ
କାନ୍ଥରେ ଝଟକୁଛି ଗଲୱାନ କାହାଣୀ, ଚିତ୍ରକଳାରେ ଶହୀଦ ଯବାନଙ୍କୁ ସଲାମ

ଡେରାଡୁନ୍: ମାତୃଭୂମିର ସୁରକ୍ଷା ପାଇଁ ଯବାନ ଉତ୍ସଗ କରିଥାଏ ତା ଜୀବନ। ଆଉ ଏହି ବଳିଦାନ ପାଇଁ ବୀରପୁତ୍ରକୁ ସମ୍ନାନ ଦିଆଯିବା ସହ ଶହୀଦର ଆଖ୍ୟା ମିଳେ। କାରଣ ଘଞ୍ଚ ଜଙ୍ଗଲ, ପ୍ରତିକୂଳ ପରିସ୍ଥିତିରେ ମଧ୍ୟ ସେ ଦିବାରାତ୍ରି ଉଜାଗର ରହି ସୁରକ୍ଷା ଦେବା ସହ ଶତ୍ରୁ ସହ ଲଢି ହସି ହସି ଚାଲିଯାଏ। ବହୁତ ଥର ଶତ୍ରୁ ରାଷ୍ଟ୍ର ସହ ଯୁଦ୍ଧରେ ଅନେକ ଯବାନ ଶହୀଦ ହୋଇଛନ୍ତି।

ତେବେ ଏହି ଯବାନଙ୍କ ରଣକୁ କେହି କେବେ ବି ଶୁଝି ପାରିବନି। ତେଣୁ ଯବାନଙ୍କ ବଳିଦାନକୁ ଯେ ସ୍ମରଣ କରେ ତାକୁ ଦେଶପ୍ରେମୀ କୁହାଯାଏ। ଯାହାର ଏକ ଜ୍ବଳନ୍ତ ଉଦାହରଣ ଦେଖିବାକୁ ମିଳିଛି ଉତ୍ତରପ୍ରଦେଶର ଉତ୍ତରାଖଣ୍ଡ ଜିଲ୍ଲାର ଏକ ସୀମାବର୍ତ୍ତୀ ଗାଁରେ। ଏଠାକାର ବାସିନ୍ଦାମାନେ କାନ୍ଥରେ ନିଆରା କଳାକୃତି କରି ଗଲୱାନ ଘାଟିରେ ଶହୀଦ ସୈନକୁ ଉତ୍ସଗ କରିଛନ୍ତି। ଯେଉଁଥିରେ ଚୀନର ଡ୍ରାଗନ୍ ଏବଂ ଯୁଦ୍ଧ କରୁଥିବା ଭାରତୀୟ ସୌନିକମାନଙ୍କ ଉପରେ ପ୍ରଭୁ ରାମଙ୍କ ଚିତ୍ର ରହିଛି।

ଗ୍ରାମସଭା ନିର୍ମାଣ କାନ୍ଥରେ ଗ୍ରାମବାସୀମାନେ “ଆମେ ବିଜୟ ହେବୁ, ଆମେ ମାରିବୁ ” ସ୍ଲୋଗାନକୁ ଚୀନ୍‌କୁ ଡ୍ରାଗନ୍‌ର ପ୍ରତୀକ ଭାବରେ ଚିତ୍ରଣ କରିଥିଲେ। ଏହି ଚିତ୍ରଗୁଡ଼ିକ ହର୍ସିଲ ଗ୍ରାମ ସଭା ଦ୍ୱାରା ହର୍ସିଲ ଇକୋ-ଟୁରିଜିମ୍ କମିଟି ଦ୍ବାରା କରାଯାଇଛି। ତେବେ ଉତ୍ତରପ୍ରଦେଶର ଏହି ଜିଲ୍ଲା ଚୀନ୍ ସୀମା ସହ ଲାଗିଛି।

ସୂଚନା ଥାଉକି, ଜୁନ 15 ଓ 16ରେ ଗଲୱାନ ଘାଟିରେ ଚୀନ ସେନା ସହ ସଙ୍ଘର୍ଷରେ 20 ଭାରତୀୟ ଯବାନ ଶହୀଦ ହୋଇଛନ୍ତି। ସେନାଙ୍କ ବଳିଦାନକୁ ମନେ ରଖିବା ପାଇଁ ଉତ୍ତରାଖଣ୍ଡର ସୁକି, ମୁଖବା, ହର୍ସିଲ, ବାଗୋରୀ, ଧରାଲୀ, ଜାଲା, ଜସପୁର ଏବଂ ପୁରଲିର ଗ୍ରାମବାସୀ ଏକତ୍ରିତ ହୋଇ ଶହୀଦ ସୌନିକମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।

ଏହା ପୂର୍ବରୁ ଭାରତ ଓ ପୂର୍ବ ଲଦାଖ ଗଲୱାନ ସୀମାରେ ଭାରତୀ ଚୀନ ସେନାର ସଙ୍ଘର୍ଷ ପରେ ତାଇୱାନର ଏକ ପ୍ରମୁଖ ଖବର କାଗଜରେ ରାମ ଓ ଡ୍ରାଗନକୁ ନେଇ ଚିତ୍ର ପ୍ରକାଶ ପାଇଥିଲା। ଯାହାକି ସେହି ସମୟରେ ଚର୍ଚ୍ଚା ସାଉଁଟିଥିଲା।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.