ETV Bharat / bharat

ଏନକାଉଣ୍ଟରରେ ଗ୍ୟାଙ୍ଗଷ୍ଟର ବିକାଶ ଦୁବେ ମୃତ - encounter after STF overturns

ଫେରାର ଉଦ୍ୟମ ବେଳେ ଏନକାଉଣ୍ଟରରେ ଗ୍ୟାଙ୍ଗଷ୍ଟାର ବିକାଶ ଦୁବେ ମୃତ

author img

By

Published : Jul 10, 2020, 7:56 AM IST

Updated : Jul 10, 2020, 9:42 AM IST

07:50 July 10

ଖସି ପଳାଇବାକୁ ଚେଷ୍ଟା କରୁଥିବାବେଳେ ପୋଲିସର ଏନକାଉଣ୍ଟର । ଗତକାଲି ମଧ୍ୟପ୍ରଦେଶରୁ ଗିରଫ ହୋଇଥିଲା ବିକାଶ ଦୁବେ ।

ଏନକାଉଣ୍ଟରରେ ଗ୍ୟାଙ୍ଗଷ୍ଟାର ବିକାଶ ଦୁବେ ମୃତ

ନୂଆଦିଲ୍ଲୀ: କାନପୁର ମାଷ୍ଟରମାଇଣ୍ଡ ବିକାଶ ଦୁବେକୁ ପୋଲିସର ଏନକାଉଣ୍ଟର। ମଧ୍ୟପ୍ରଦେଶରୁ କାନପୁର ନିଆଯିବା ସମୟରେ ଗାଡି ଓଲଟିବା ପରେ ବିକାଶ ଫେରାର ଉଦ୍ୟମ କରିଥିଲା। ଘଟଣାସ୍ଥଳରେ ପୋଲିସର ଏନକାଉଣ୍ଟରରେ ସେ ନିହତ ହୋଇଥିବା ବିଶ୍ବସ୍ତ ସୂତ୍ରରୁ ପ୍ରକାଶ । 

ସୂଚନା ଅନୁସାରେ, ଆଜି ସକାଳେ ବିକାଶ ଦୁବେଙ୍କୁ କାନପୁରକୁ ଆଣିଥିବା ଏସଟିଏଫ୍ କନଭେନର ଦୁର୍ଘଟଣାଗ୍ରସ୍ତ ହୋଇଥିଲା।  ତେବେ କାରଟି ଦୁର୍ଘଟଣାଗ୍ରସ୍ତ ହେବା ପରେ ବିକାଶ ଦୁବେ ପୋଲିସଙ୍କ ବନ୍ଧୁକ ଛଡ଼ାଇ ଖସି ପଳାଇ ଯିବାକୁ ପ୍ରୟାସ କରୁଥିବା ବେଳେ ତାକୁ ଏନକାଉଣ୍ଟର କରାଯାଇଛି।

ଘଟଣାସ୍ଥଳରୁ ସାତରୁ ଆଠ କିଲୋମିଟର ଦୂରରେ ବିକାଶ ଦୁବେ ଏବଂ ପୋଲିସ ମଧ୍ୟରେ ଏକ ଏନକାଉଣ୍ଟର ହୋଇଥିଲା। ଏହି ଏନକାଉଣ୍ଟରରେ ବିକାଶ ଦୁବେର ମୃତ୍ୟୁ ହୋଇଥିବା ଖବର ରହିଛି। ତେବେ ଏପର୍ଯ୍ୟନ୍ତ କୌଣସି ସରକାରୀ ସ୍ପଷ୍ଟୀକରଣ ସାମ୍ନାକୁ ଆସିନାହିଁ।

ଖବର ଅନୁସାରେ, କାନପୁରକୁ ଗତ କିଛିଦିନ ଧରି ଦୋହଲାଇ ରଖିଦେଇଥିବା ଏହି ଗ୍ୟାଙ୍ଗଷ୍ଟର ସୁଟରକୁ ପୂର୍ବରୁ ମଧ୍ୟପ୍ରଦେଶର ଉଜୈନ ଜିଲ୍ଲାର ଏକ ସ୍ଥାନୀୟ କୋର୍ଟରେ ହାଜର କରାଯାଇଥିଲା ଏହା ପରେ ଏସଟିଏଫ ଅଧିକାରୀମାନେ ତାକୁ କାନପୁର ଅଭିମୁଖେ ଛାଡିଥିଲେ।  ଆଜି ସକାଳ ପ୍ରାୟ  10 ଟାରେ କୋର୍ଟରେ ଉପସ୍ଥିତ ହୋଇଥାନ୍ତା ଦୁବେ। ବିକାଶଙ୍କ ସହ ତାଙ୍କ ପତ୍ନୀ ରିଚାଙ୍କୁ ମଧ୍ୟ ପଚରାଉଚରା କରାଯାଇଥାନ୍ତା।

ବିକାଶ ଦୁବେଙ୍କ ସହ ଉତ୍ତରପ୍ରଦେଶ ପୋଲିସ ବିଳମ୍ବିତ ରାତି 3.12 ରେ ଝାନସିରେ ପହଞ୍ଚିଥିଲା। ଯେଉଁ ପଥରେ ବିକାଶ ଅଣାଯାଉଥିଲା ସେହି ରାସ୍ତାରେ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା। କନଭେନରେ 20 କିଲୋମିଟର ପଛକୁ, କୌଣସି ଗାଡି ଚଳାଇବାକୁ ଅନୁମତି ନଥିଲା ।

ଉତ୍ତରପ୍ରଦେଶ ଏସଟିଏଫ ବିକାଶ ଦୁବେଙ୍କ ପତ୍ନୀ ରିଚା ଦୁବେ ଏବଂ ପୁଅକୁ ଲକ୍ଷ୍ନୌର କୃଷ୍ଣନଗରରୁ ଗିରଫ କରିଛି। ସ୍ୱାମୀ ବିକାଶ ଦୁବେଙ୍କ ଅପରାଧରେ ରିଚା ସମ୍ପୃକ୍ତ ଥିବା ଅଭିଯୋଗ ହୋଇଛି। ଅପରାଧିକ ଘଟଣାରେ ସେ ତାଙ୍କ ସ୍ୱାମୀଙ୍କୁ ସମର୍ଥନ କରୁଥିଲେ। ଏହା ମଧ୍ୟ ଅଭିଯୋଗ ହୋଇଛି ଯେ ସେ ଗତ ସପ୍ତାହରେ କାନପୁରର ବିକାରୁ ଗ୍ରାମରେ ଆଠ ଜଣ ପୋଲିସ ହତ୍ୟାରେ ମଧ୍ୟ ସମ୍ପୃକ୍ତ ଥିଲେ। ଘଟଣା ପରେ ସେ ତୁରନ୍ତ ନିଖୋଜ ହୋଇଯାଇଥିଲେ।

ତେବେ କାନପୁରର ଏହି ଏନକାଉଣ୍ଟର ଗତ ସପ୍ତାହରେ ଉତ୍ତରପ୍ରଦେଶର ବିକ୍ରୁ ଗାଁର ଚୈବେପୁର ଅଞ୍ଚଳରେ ଘଟିଥିଲା । ଯେଉଁଥିରେ 8 ଜଣ ପୋଲିସ କର୍ମଚାରୀଙ୍କ ଉପରକୁ ଆଖିବୁଜା ଗୁଳିଚଳାଇବା ପରେ ସେମାନେ ଘଟଣାସ୍ଥଳରେ ଶହୀଦ ହୋଇଥିଲେ । ସେବେ ଠାରୁ ଦୁବେକୁ ଫେରାର ରହିଥିବାବେଳେ ତାକୁ ଧରିବାକୁ 5 ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରାଯାଇଥିଲା ।

Last Updated : Jul 10, 2020, 9:42 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.