ETV Bharat / bharat

ବିକାଶ ଦୁବେ ଏନକାଉଣ୍ଟର: 20 ଜୁଲାଇରେ ସୁପ୍ରିମକୋର୍ଟରେ ଶୁଣାଣି - supreme court to hear pleas on july-20

କାନପୁର ଏନକାଉଣ୍ଟର ଘଟଣାକୁ ନେଇ ଉତ୍ତରପ୍ରଦେଶ ସରକାରଙ୍କ ପକ୍ଷରୁ ସୁପ୍ରିମକୋର୍ଟରେ ଦାଖଲ ହେବ ଷ୍ଟାଟସ ରିପୋର୍ଟ ।

author img

By

Published : Jul 14, 2020, 5:05 PM IST

ନୂଆଦିଲ୍ଲୀ: କାନପୁର ଏନକାଉଣ୍ଟର ଘଟଣାରେ କୁଖ୍ୟାତ ଗ୍ୟାଙ୍ଗଷ୍ଟର ବିକାଶ ଦୁବେର ନିହତ ହୋଇସାରିଛି । ଯାହାକୁ ନେଇ ଉତ୍ତରପ୍ରଦେଶ ସରକାରଙ୍କ ପକ୍ଷରୁ ସୁପ୍ରିମକୋର୍ଟରେ ଦାଖଲ ହେବ ଷ୍ଟାଟସ ରିପୋର୍ଟ ।

ଏଥିରେ ୟୁପି ସରକାର ସୁପ୍ରିମକୋର୍ଟକୁ କହିଛନ୍ତି ଯେ, ସେ ଗ୍ୟାଙ୍ଗଷ୍ଟର ବିକାଶ ଦୁବେ ଏବଂ ତାର ଅନ୍ୟ ସହଯୋଗୀଙ୍କ ସହ ହୋଇଥିବା ଏନକାଉଣ୍ଟର ସମ୍ବନ୍ଧରେ ନିଆଯାଇଥିବା ପଦକ୍ଷେପ ଉପରେ ରିପୋର୍ଟ ଦାୟର କରିବେ । ଅନ୍ୟପଟେ ସୁପ୍ରିମକୋର୍ଟ କହିଛନ୍ତି ଯେ, ଏହି ମାମଲାର ଯାଞ୍ଚ କରିବାକୁ ପୂର୍ବ ନ୍ୟାୟଧିଶଙ୍କ ଅଧ୍ୟକ୍ଷତାରେ ଗଠିତ ପ୍ୟାନେଲର ନିୟୁକ୍ତି ଉପରେ ବିଚାର କରାଯିବ । ମୁଖ୍ୟ ନ୍ୟାୟଧିଶ ଏସ.ଏ. ବୋବଡେଙ୍କ ଅଧ୍ୟକ୍ଷତାରେ ଗଠିତ ତିନି ଜଣିଆ ଖଣ୍ଡପୀଠ ଏବେ ଏହି ମାମଲାରେ ଆସନ୍ତା ଜୁଲାଇ 20ରେ ଶୁଣାଣି କରିବେ ।

କୋର୍ଟରେ ଦାଖଲ ହୋଇଥିବା ଏହି ଯାଚିକାରେ ସିବିଆଇ ଦ୍ବାରା ଦୁବେ ଏବଂ ତାର 5 ଜଣ ସହଯୋଗୀକୁ ଖସିପଳାଇବାକୁ ଉଦ୍ୟମ କରୁଥିବାବେଳେ ହୋଇଥିବା ଏନକାଉଣ୍ଟର ଯାଞ୍ଚ କରି ଏହାର ଶୁଣାଣି କରିବାକୁ ସୁପ୍ରିମକୋର୍ଟରେ ଦାବି ହୋଇଛି । ଗତ 3 ଜୁଲାଇରେ ଗ୍ୟାଙ୍ଗଷ୍ଟର ବିକାଶ ଦୁବେକୁ ଗିରଫ ପାଇଁ ଯାଇଥିବାବେଳେ ପୋଲିସ କର୍ମୀଙ୍କ ଉପରେ ଗୁଳିଚାଳନା କରାଯାଇଥିଲା । ଯେଉଁଥିରେ 8 ଜଣ ପୋଲିସ ସହିଦ ହୋଇଥିଲେ । ଏହି ମାମଲାରେ କାର୍ଯ୍ୟନୁଷ୍ଠାନ ସ୍ବରୂପ 10 ଜୁଲାଇ ସକାଳେ ବିକାଶ ଦୁବେକୁ ଉଜ୍ଜେନରୁ କାନପୁର ଗିରଫ କରି ନେଉଥିବା ସମୟରେ ଗାଡି ଦୁର୍ଘଟଣା ହୋଇଥିଲା । ଯେଉଁଥିରେ ବିକାଶ ଦୁବେ ଖସିଯିବାକୁ ଉଦ୍ୟମ କରୁଥିବାବେଳେ ପୋଲିସ ଗୁଳିରେ ମୃତ୍ୟୁ ହୋଇଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.