ETV Bharat / bharat

କାରଗିଲ ଯୁଦ୍ଧର କାହାଣୀ, ଶୁଣନ୍ତୁ କର୍ଣ୍ଣେଲ ଶରତ ମହାପାତ୍ରଙ୍କ ମୁହଁରୁ....

କାରଗିଲ ବିଜୟକୁ ପୂରିଛି 20 ବର୍ଷ । କିନ୍ତୁ ସେହି ଭୟାବହ ଯୁଦ୍ଧର ଶହୀଦ ଜବାନଙ୍କ ସ୍ମୃତି ଆଜି ବି ଉଜ୍ଜିବିତ । ତେବେ ସେହି ଯୁଦ୍ଧରେ ପ୍ରତ୍ୟକ୍ଷ ଭାବେ ଅଂଶଗ୍ରହଣ କରିଥିବା କର୍ଣ୍ଣେଲ ଶରତ ମହାପାତ୍ର ଇଟିଭି ସହ ବାଣ୍ଟିଛନ୍ତି ସେହି ଯୁଦ୍ଧ ବେଳର ଅନୂଭୁତି ।

author img

By

Published : Jul 25, 2019, 11:12 PM IST

ଡିଜାଇନ ଫଟୋ

ଭୁବନେଶ୍ବର: କାରଗିଲ ବିଜୟ ଦିବସରେ 20ବର୍ଷ ପୂର୍ତ୍ତି ଅବସରରେ ଶହୀଦମାନଙ୍କୁ ମନେ ପକାଇଛନ୍ତି ଦେଶବାସୀ । ତେବେ କେତେ କଷ୍ଟ ଥିଲା କାରଗିଲ ଯୁଦ୍ଧ ? ଶତ୍ରୁଙ୍କୁ କିଭଳି ଭାବରେ ସାମନା କରୁଥିଲେ ସେ ନେଇ କାରଗିଲଲ ଯୁଦ୍ଧରେ ଅଂଶ ଗ୍ରହଣ କରିଥିବା ଓଡ଼ିଆ ପୁଅ କର୍ଣ୍ଣେଲ ଶରତ ମହାପାତ୍ରଙ୍କ ସହ ଇଟିଭି ଭାରତର ସ୍ବତନ୍ତ୍ର ସାକ୍ଷାତକାର....

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ୱର

ଓଡ଼ିଆ ପୁଅ କର୍ଣ୍ଣେଲ ଶରତ ମହାପାତ୍ର ବର୍ଣ୍ଣନା କରିଛନ୍ତି ନିଜ ଅଙ୍ଗେ ନିଭାଇଥିବା ଘଟଣା । 1999 ମସିହା ମେ ମାସର ପ୍ରଥମ ସପ୍ତାହ । ଭାରତୀୟ ସେନା ବାହିନୀକୁ କାରଗିଲ ଅଞ୍ଚଳରେ ମେଷପାଳକ ଖବର ଦେଲେ ଯେ, ପାକିସ୍ତାନୀ ଅନୁପ୍ରବେଶକାରୀ ଭାରତ ଭିତରେ ପ୍ରବେଶ କରିଛନ୍ତି। କାରଗିଲ ହିଲ୍‌କୁ ନେଇ ଦୀର୍ଘ 188 କିଲୋମିଟର ଅଞ୍ଚଳ। ଜାମ୍ମୁ ଓ କାଶ୍ମୀରିର କାରଗିଲ ଅଞ୍ଚଳକୁ ଭାରତଠାରୁ ଅଲଗା କରିବା ପାଇଁ ପାକିସ୍ତାନର ଥିଲା ଏକ ଷଡଯନ୍ତ୍ର । ନିଜ ସେନାବାହିନୀ ସହ ଅନୁପ୍ରବେଶ କରି ଭାରତର ଅନେକ ଉଚ୍ଚ ଉଚ୍ଚ ଗିରି ଶୃଙ୍ଘକୁ କବଜା କରି ନେଇଥିଲା ପାକିସ୍ତାନ। ସେହି ସମୟରେ ଯେତେବେଳେ ଭାରତ ଜାଣିଲା ପାକିସ୍ତାନ ପ୍ରବେଶ କରିବା ସହ ଶୃଙ୍ଗ ଗୁଡିକକୁ ଦାଖଲ କରିଛି ତେବେ ସେହି ସମୟରେ ପାଖାପାଖି -60ରୁ -70 ଡିଗ୍ରୀ ସେଲସିୟସରେ ଯବାନମାନେ ବରଫାବୃତ୍ତ ପାହାଡରେ ରହି ଶତ୍ରୁ ସହ ସଂଗ୍ରାମ କରୁଥିଲେ । ଆଉ ଶେଷରେ ଭାରତ ବିଜୟ ହୋଇଥିଲା । ସେହି ସମୟରେ ଏହି କାରଗିଲ ଯୁଦ୍ଧକୁ ପ୍ରଥମେ ଟିଭି ମାଧ୍ୟମରେ ସାରା ଦେଶକୁ ଦେଖାଇବା ପାଇଁ ଅନୁମତି ମିଳିଥିଲା । ଆଉ ବିଜୟ ପରେ 'ଜୟ ଯବାନ ଜୟ କିଷାନ' ନାରା ଦିଆଯାଇଥିଲା ।

ଏହି ବିଜୟ ଏତେ ସହଜ ନଥିଲା । ଯୁଦ୍ଧ ସମୟରେ ପାକିସ୍ତାନର ସେନା ପାହାଡ଼ ଶିଖରରେ ରହିଥିବା ବେଳେ ଭାରତର ସେନା ପାହାଡ ତଳେ ରହୁଥିଲେ। କିନ୍ତୁ ପାକିସ୍ତାନ ସେନା ନିଜର ସୁରକ୍ଷା ପାଇଁ ବିଭିନ୍ନ ପ୍ରକାରର ପ୍ରସ୍ତୁତ କରିଥିଲା । ହେଲେ ଭାରତୀୟ ସେନା ବିନା ପ୍ରସ୍ତୁତିରେ ପାହାଡ ତଳେ ରହୁଥିଲେ । ପ୍ରବଳ ଥଣ୍ଡା ପଡୁଥିବାରୁ ସେନାମାନେ ଗୋଳା ବାରୁଦ ସବୁକୁ ପିଠିରେ ଲଦି ପାହାଡ଼ ଉପରକୁ ଚଢୁଥିଲେ। ସେହି ସମୟରେ ପାହାଡ ଉପରୁ ପାକିସ୍ତାନ ସେନା ମଧ୍ୟ ଗୁଳିଚାଳନା କରିଥିଲେ । ଫଳରେ ଅନେକ ଗୁରୁତର ଆହତ ହୋଇଥିଲେ। ସେହି ସମୟରେ କଷ୍ଟ ଆଜି ବି ମନେ ପଡେ ବୋଲି କର୍ନେଲ ଶରତ ମହାପାତ୍ର କହିଛନ୍ତି ।

ଓଡ଼ିଶାର ଗର୍ବ ଗୌରବ ମେଜର ପଦ୍ମ ପାଣି ଆଚାର୍ଯ୍ୟ ପ୍ରଥମ କରି ଏକମାତ୍ର ମହାବୀର ଚକ୍ର ରାଷ୍ଟ୍ରପତିଙ୍କ ଦ୍ବାରା ସମ୍ମାନୀତ ହୋଇଥିଲେ। କାରଗିଲ ଯୁଦ୍ଧ ସମୟରେ ଶତୃ ସହ ଲଢେଇ କରି ଦେଶବାସୀଙ୍କ ହୃଦୟକୁ ଜିତିଥିବା ପଦ୍ମପାଣି ଆଚାର୍ଯ୍ୟ ଓଡିଶା ପାଇଁ ଗର୍ବ ଓ ଗୌରବ। ଶତୃଙ୍କୁ ବିନାଶ କରିବା ପାଇଁ କାରଗିଲରେ ଥିବା ଟାଇଗର ହିଲ ପାଖରେ ନିଜକୁ ବଳିଦାନ ଦେଇଥିଲେ। ଏମିତି ଅନେକ ଶହୀଦ ହୋଇଛନ୍ତି ଆଉ ସେହି ସହିଦ ମାନଙ୍କ ପାଇଁ ଦେଶ ଆଜି ଗର୍ବିତ। ଯେଉଁମାନେ ଦେଶ ପାଇଁ ଶହୀଦ ହୋଇଛନ୍ତି ସେହି ମାନଙ୍କ ସ୍ମୃତି ରଖିବା ପାଇଁ କୌଣସି ଥାନାରେ ପ୍ରତିମୂର୍ତ୍ତିଟିଏ କରାଯାଇନାହିଁ କି କିଛି ରାସ୍ତା ମଧ୍ୟ ତାଙ୍କ ନାମରେ ନିର୍ମାଣ କରାଯାଇ ନାହିଁ । ଏଥିପ୍ରତି ସରକାର ବିଶେଷ ଧ୍ୟାନ ଦେବା ଆବଶ୍ୟକ ବୋଲି କାରଗିଲ ଯୁଦ୍ଧକ୍ଷେତ୍ରରେ ରହି ଶତ୍ରୁଙ୍କ ସହ ଲଢ଼ିଥିବା ଓଡ଼ିଶାର ଜଣେ ବୀର ଯବାନ କର୍ଣ୍ଣେଲ ଶରତ ମହାପାତ୍ର କହିଛନ୍ତି ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

Intro:କାର୍ଗିଲ ଯୁଦ୍ଧ ସମୟରେ ଶତ୍ରୁସହ ଲଢ଼ିବା ଥିଲା କଷ୍ଟସାଧ୍ୟ: ବିର ଯବାନ ଶରତ ମହାପାତ୍ର।

କାର୍ଗିଲି ବିଜୟ ଦିବସରେ 20 ବର୍ଷ ପୂର୍ତ୍ତି ଅବସରରେ ସହିଦମାନଙ୍କୁ ମନେ ପକାଇଛନ୍ତି ଦେଶବାସୀ। ଜୁଲାଇ 26 ତାରିଖ ରେ କାର୍ଗିଲ ସହିଦ ଦିବସ ଅବସରରେ ସମସ୍ତ ସହିଦଙ୍କୁ ଶ୍ରଦ୍ଧାଅଞ୍ଜଳି ଦେଇଛନ୍ତି କାରାଗିଲ ଯୁଦ୍ଧରେ ଅଂଶ ଗ୍ରହଣ କରିଥିବା ଓଡ଼ିଆ ପୁଅ କର୍ନେଲ ଶରତ ମହାପାତ୍ର । ତେବେ କେତେ କଷ୍ଟ ଥିଲା କାର୍ଗିଲ ଯୁଦ୍ଧ, ନିଜର ଅଥମବିଶ୍ୱାସ କଣ ରହିଥିଲା, ଶତ୍ରୁଙ୍କ ସହ କିଭଳି ଭାବରେ ସମ୍ମାନା କରୁଥିଲେ ସେ ନେଇ କର୍ନେଲ ଶରତ ମହାପାତ୍ର ଙ୍କ ସ୍ୱତନ୍ତ୍ର ସାଖ୍ୟାତକାର।

Body:

କାର୍ଗିଲି ବିଜୟ ଦିବସରେ 20 ବର୍ଷ ପୂର୍ତ୍ତି ଅବସରରେ ସହିଦମାନଙ୍କୁ ମନେ ପକାଇଛନ୍ତି କାର୍ଗିଲି ରେ ଲଢ଼ିଥିବା ବିର ଯବାନ। କିଭଳି ଭାବରେ ଭାରତର ବିର ଯବାନ ମନେ କଷ୍ଟ ଅନୁଭବ ନକରି ଭାରତ କୁ ବିଜୟ ଟୀକା ଦେଇଥିଲେ। ଭାରତ ଇତିହାସରେ ଏକ ନୂଆ ଇତିହାସ ଯୋଡି ହୋଇଥିଲା। କାରାଗିଲ ଯୁଦ୍ଧ ସମୟରେ ଯେଉଇଁ ଅପରେସସନ କରାଯାଇଥିଲା ତାହାକୁ ବିଜୟ ନାମ ରେ ନାମକରଣ କରାଯାଇସିଥିଲା। ଏହି ବିଜୟରେ ଯେଉଇଁ ମନେ ସହିଦ ହୋଇଥିଲେ ସେହିମାନଙ୍କ ଉଦ୍ୟସରେ କାର୍ଗିଲ ଦିବସ ପାଳନ କରାଯାଉଛି।

1999 ମସିହା ମେ ମାସ ର ପ୍ରଥମ ସପ୍ତାହରେ ଭାରତୀୟ ସେନା ବାହିନୀକୁ କାରାଗିଲ ଅଂଚଳରେ ମେଷ ପାଳକମାନେ ଖବର ଦେଲେ ଯେ ପାକିସ୍ଥାନୀ ଅନୁପ୍ରବେସକାରୀ ଭାରତ ଭିତରେ ପ୍ରବେଶ କରିଛନ୍ତି ବୋଲି। କାରାଗିଲ ହିଲ କୁ ନେଇ ଦୀର୍ଘ 188 କିଲୋମିଟର ଅଂଚଳ। ଜାମୁ କାଶ୍ମୀରି ର କାର୍ଗିଲ ଅଂଚଳକୁ ଭାରତାଠାରୁ ଅଲଗା କରିବା ପାଇଁ ପାକିସ୍ଥାନ ର ଥିଲା ଏକ ଷଡଯନ୍ତ୍ର। ପାକିସ୍ଥାନ ନିଜର ସେନାବାହିନୀ ମାନଙ୍କୟ ପାକିସ୍ତାନର ଅନୁପ୍ରବେଶ କରି ଭାବରେ ସଜେଇ ଭାରତର ଅନେକ ଉଚ୍ଚ ଉଚ୍ଚ ଗିରି ଶୃଙ୍ଘ କୁ କବଜା କରିନେଇଥିଲା ପାକିସ୍ତାନ। ସେହି ସମୟରେ ଯେତେବେଳେ ଭାରତ ଜାଣିଲା ପାକିସ୍ତାନ ପ୍ରବେଶ କରି ବା ସହ ଶୃଙ୍ଗ ଗୁଡିକକୁ ଦାଖଲ କରିଛି ତେବେ ସେହି ସମୟରେ ମାଇନସ 60 ରେ ଯବାନ ମନେ ବରଫଆବୃତ୍ତ ପାହାଡରେ ରହି ଶତ୍ରୁ ସହ ସଂଗ୍ରାମ କରୁଥିଲେ। ଏହି ଯୁଦ୍ଧ ରେ ଶେଷରେ ଭାରତ ବିଜୟ ହୋଇଥିଲା। ସେହି ସମୟରେ ଏହି କାର୍ଗିଲ ଯୁଦ୍ଧ କୁ ପ୍ରଥମେ ଟିଭି ମାଧ୍ୟମରେ ସାରା ଦେଶକୁ ଦେଖେଇବା ପାଇଁ ଅନୁମତି ମିଳିଥିଲା।ବିଜୟ ପରେ ଜୟ ଯବାନ ଜୟ କିଷାନ ଏକ ନାରା ଦିଆଯାଇଥିଲା। ଏହା ଥିଲା ଭାରତୀୟ ଯବାନ ମାନଙ୍କ ପାଇଁ ଏକ ମୋଡ ହୋଇଯାଇଥିଲା। ଭାରତୀୟ ମନେ ଜାଣିଲେ ଯେ ଯୁଦ୍ଧ କ୍ଷତ୍ରରେ ଜଣେ ଯବାନ କିଭଳି ଭାବରେ ଶତ୍ରୁକୁ ସମାନା କରୁଛି।

ପରିବାର ବର୍ଗ ମନା କରିଥିଲେ ଯୁଦ୍ଧକୁ ନଯିବା ପାଇଁ କିନ୍ତୁ ଜଣେ ଯବାନ ହିସାବରେ ନିଜର କର୍ମ କରିଚାଲିଥିଲି। ସବୁ ସମୟରେ ସବୁ ମୁହୂର୍ତ୍ତରେ ଯବାନ ମନେ ପ୍ରସ୍ତୁତ ରହୁଥାନ୍ତି ଶତ୍ରୁ ଙ୍କ ଲଢ଼ିବା ପାଇଁ।।

ଯେତେବେଳେ କରଗିଲ ଯୁଦ୍ଧ ସମୟରେ ପାକିସ୍ଥାନ ର ସେନା ପାହାଡ଼ର ଶିଖରରେ ରହିଥିବା ବେଳେ ଭରତୟ ସେନା ପାହାଡ ତଳ ରହୁଥିଲେ। କିନ୍ତୁ ପାକିସ୍ଥାନ ସେନା ନିଜର ସୁରକ୍ୟ ପାଇଁ ବିଭିନ୍ନ ପ୍ରକାରର ପ୍ରସ୍ତୁତ କରିଥିବା ବେଳେ ଭାରତୀୟ ସେନା ବିନା ପ୍ରସ୍ତୁତି ରେ ପାହାଡ ତଳେ ରାହୁଥିଲେ । ଅତି ପ୍ରବଳ ଥଣ୍ଡା ପଡୁଥିବା ରୁ ସେନା ମନେ ଗୋଳା ବାରୁଦ ସବୁକୁ ପିଠିରେ ଲଦି ପାହାଡ଼ ଉପରକୁ ଚଢୁଥିଲେ। ସେହି ସମୟରେ ପାହାଡ ଉପରୁ ପାକିସ୍ଥାନ ସେନା ମଧ୍ୟ ଗୁଳିଚଳନା କରିଥିଲେ ଯାହା ଫଳରେ କି ଅନେକ ଗୁରୁତର ଆହତ ମଧ୍ୟ ହୋଇଥିଲେ। ସେହି ସମୟରେ କଷ୍ଟ ଆଜି ବି ମନେ ପଡେ ବୋଲି କର୍ନେଲା ଶରତ ମହାପାତ୍ର କହିଛନ୍ତି।

ଓଡ଼ିଶାର ଗର୍ବ ଗୌରବ ମେଜର ପଦ୍ମ ପାଣି ଆଚାର୍ଯ୍ୟ ପ୍ରଥମ କରି ଏକମାତ୍ର ମହାବୀର ଚକ୍ର ରାଷ୍ଟ୍ରପତିଙ୍କ ଦ୍ବାରା ସମମ୍ମାନୀତ ହୋଇଥିଲେ। କରଗିଲ ଯୁଦ୍ଧ ସମୟରେ ଶତ୍ରୁ ସହ ଲଢେଉ କରି ଦେଶବାସୀଙ୍କ ହୃଦୟକୁ ଜିତିଥିବା ପଦ୍ମପାଣି ଆଚାର୍ଯ୍ୟ ଓଡିଶା ପାଇଁ ଗର୍ବ ଓ ଗୌରବ। ଶତ୍ରୁଙ୍କୁ ହଟେଇବା ପାଇଁ କାର୍ଗିଲ ରେ ଥିବା ଟାଇଗର ହିଲ ପାଖ ରେ ନିଜକୁ ବଳିଦାନ ଦେଇଦେଇଥିଲେ। ଏମିତି କି ଅନେକ ସହିଦ ମଧ୍ୟ ହେଇଛନ୍ତି ଯୁଦ୍ଧ ସମୟରେ ସେହି ସହିଦ ମାନଙ୍କ ପାଇଁ ଦେଶ ବର୍ବିତ।

ଯେଉ ମନେ ଦେଶ ପାଇଁ ସହିଦ ହୋଇଛନ୍ତି ସେହି ମାନଙ୍କ ନାମକୁ ସ୍ମୃତି ରଖିବା ପାଇଁ କୌଣସି ଥାନାରେ ପ୍ରତିମୃତି ଟିଏ କରାଯାଇନାହିଁ। ଏଥିପ୍ରତି ସରକାର ବିଶେଷ ଧ୍ୟାନ ଦେବା ଆବଶ୍ୟକ ବୋଲି କାର୍ଗିରଲ ଯୁଦ୍ଧ କ୍ଷେତ୍ରରେ ରହି ଶତ୍ରୁଙ୍କ ସହ ଲଢ଼ିଥିବା ଓଡ଼ିଶାର ଜଣେ ବୀର ଯବାନ କର୍ନେଲ ଶରତ ମହାପାତ୍ର।

ଶରତ ମହାପାତ୍ର ଙ୍କ ସହ ୱାନ ଟୁ ୱାନ।

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.