ETV Bharat / bharat

ଆର୍ଥିକ ପ୍ୟାକେଜକୁ ବିଜୟ ମାଲ୍ୟାଙ୍କ ପ୍ରଶଂସା, କହିଲେ ‘ସରକାର ମୋ ଠୁ ବି ଟଙ୍କା ନିଅନ୍ତୁ’ - କୋରୋନା ସଙ୍କଟ

କୋରୋନା ସଙ୍କଟ ମଧ୍ୟରେ ଭାରତ ସରକାର ଏକ ବଡ ଅର୍ଥନୈତିକ ପ୍ୟାକେଜ୍ ଘୋଷଣା କରିଛନ୍ତି। ସମସ୍ତେ ଏହା ଉପରେ ନିଜର ମତାମତ ଦେଉଛନ୍ତି, ଏହି ସମୟରେ ଲଣ୍ଡନରୁ ମଧ୍ୟ ଏକ ପ୍ରତିକ୍ରିୟା ଆସିଛି ।

vijay mallya
ଅର୍ଥନୈତିକ ପ୍ୟାକେଜକୁ ବିଜୟ ମାଲ୍ୟାର ପ୍ରଶଂସା
author img

By

Published : May 14, 2020, 1:00 PM IST

ନୂଆଦିଲ୍ଲୀ: କୋରୋନା ସଙ୍କଟ ମଧ୍ୟରେ ଭାରତ ସରକାର ଏକ ବଡ ଅର୍ଥନୈତିକ ପ୍ୟାକେଜ୍ ଘୋଷଣା କରିଛନ୍ତି। ସମସ୍ତେ ଏହା ଉପରେ ନିଜର ମତାମତ ଦେଉଛନ୍ତି, ଏହି ସମୟରେ ଲଣ୍ଡନରୁ ମଧ୍ୟ ଏକ ପ୍ରତିକ୍ରିୟା ଆସିଛି । ମଦ ବ୍ୟବସାୟୀ ବିଜୟ ମାଲ୍ୟା ଏହି ଘୋଷଣା ପାଇଁ କେନ୍ଦ୍ର ସରକାରଙ୍କୁ ଅଭିନନ୍ଦନ ଜଣାଇବା ସହ ବର୍ତ୍ତମାନ ସରକାର ତାଙ୍କଠୁ ସମସ୍ତ ଟଙ୍କା ଫେରସ୍ତ ନେବା ଉଚିତ ବୋଲି କହିଛନ୍ତି।

ବିଜୟ ମାଲ୍ୟାଙ୍କ ତରଫରୁ ଟ୍ବିଟ୍ କରି କହିଛନ୍ତି ଯେ କୋରୋନା ସଙ୍କଟ ମଧ୍ୟରେ ମୁଁ ଆର୍ଥିକ ପ୍ୟାକେଜ୍ ପାଇଁ ସରକାରଙ୍କୁ ଅଭିନନ୍ଦନ ଜଣାଉଛି। ସେମାନେ ଯେତିକି ଟଙ୍କା ଚାହିଁବେ ମୁଦ୍ରଣ କରିପାରିବେ, କିନ୍ତୁ ସେମାନେ ମୋ ଭଳି ଏକ ଛୋଟ ସହଯୋଗୀଙ୍କୁ ଅଣଦେଖା କରିବା ଉଚିତ୍, ଯିଏ ଷ୍ଟେଟ ବ୍ୟାଙ୍କର ସମସ୍ତ ଟଙ୍କା ଫେରସ୍ତ କରିବାକୁ ଚାହୁଁଛନ୍ତି । ସେ କହିଛନ୍ତି ମୋ ଠାରୁ ସମସ୍ତ ଟଙ୍କା ବିନା ସର୍ତ୍ତରେ ନେଇଯାଆନ୍ତୁ ଆଉ ଏହି ମାମଲା ଏଠି ଶେଷ କରନ୍ତୁ ।

ସୂଚନାଯୋଗ୍ୟ, ମଦ ବ୍ୟବସାୟୀ ବିଜୟ ମାଲ୍ୟାଙ୍କୁ ଭାରତରେ ପଳାତକ ଘୋଷିତ କରାଯାଇଛି । ତାଙ୍କ ଉପରେ ପ୍ରାୟ 9000 କୋଟି ଟଙ୍କା ଠକେଇ ଅଭିଯୋଗ ହୋଇଛି। ବିଜୟ ମାଲ୍ୟା ଦୀର୍ଘ ଦିନ ଧରି ଲଣ୍ଡନରେ ଅଛନ୍ତି । ବିଜୟ ମାଲ୍ୟାଙ୍କୁ ଭାରତକୁ ପଠାଇବା ପାଇଁ ଲଣ୍ଡନ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି, ଯାହାଙ୍କ ବିରୋଧରେ ସେ ସୁପ୍ରିମକୋର୍ଟରେ ଆବେଦନ କରିଛନ୍ତି। ଏହାପୂର୍ବରୁ ବିଜୟ ମାଲ୍ୟାଙ୍କୁ ମଧ୍ୟ ଥରେ ଗିରଫ କରାଯାଇଥିଲା କିନ୍ତୁ ବର୍ତ୍ତମାନ ସେ ଜାମିନରେ ଅଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.