ETV Bharat / bharat

ମଦ ସମ୍ରାଟଙ୍କୁ ଲଣ୍ଡନ ହାଇକୋର୍ଟରୁ ମିଳିଲା ଆଶ୍ବସ୍ତି - ଲଣ୍ଡନ ହାଇକୋର୍ଟରୁ ମଦ ସମ୍ରାଟଙ୍କୁ ମିଳିଲା ଆଶ୍ବସ୍ତି

ଲଣ୍ଡନ ହାଇକୋର୍ଟରୁ ମଦ ସମ୍ରାଟ ବିଜୟ ମାଲ୍ୟାଙ୍କୁ ମିଳିଲା ଆଶ୍ବସ୍ତି । ଦେବାଳିଆ ଘୋଷଣା ଲାଗି ଏସବିଆଇ ଆବେଦନର ଶୁଣାଣି ସ୍ଥଗିତ କରିଛି ଲଣ୍ଡନ ହାଇକୋର୍ଟ । ଅଧିକ ପଢନ୍ତୁ...

ଲଣ୍ଡନ ହାଇକୋର୍ଟରୁ ମଦ ସମ୍ରାଟଙ୍କୁ ମିଳିଲା ଆଶ୍ବସ୍ତି

author img

By

Published : Apr 10, 2020, 4:05 PM IST

ଲଣ୍ଡନ: ଲଣ୍ଡନ ହାଇକୋର୍ଟରୁ ପଳାତକ ମଦ ସମ୍ରାଟ ବିଜୟ ମାଲ୍ୟାଙ୍କୁ ମିଳିଲା ଆଶ୍ବସ୍ତି । ତାଙ୍କୁ ଦେବାଳିଆ ଘୋଷଣା ଲାଗି ରିଜର୍ଭ ବ୍ୟାଙ୍କ ଅଧିନରେ ଥିବା ଭାରତୀୟ ଷ୍ଟେଟ ବ୍ୟାଙ୍କ ନେତୃତ୍ତ୍ବରେ ବ୍ୟାଙ୍କ ସମୂହ କରିଥିବା ନିବେଦନର ଶୁଣାଣିକୁ ସ୍ଥଗିତ ରଖିଛି । ଯେ ପର୍ଯ୍ୟନ୍ତ ଭାରତୀୟ ଉଚ୍ଚତମ ନ୍ୟାୟାଳୟରେ ମାଲ୍ୟାଙ୍କ ଆବେଦନର ଶୁଣାଣି ନ ସରିଛି ସେ ପର୍ଯ୍ୟନ୍ତ ବ୍ୟାଙ୍କ ମାନଙ୍କର ଶୁଣାଣି ହେବ ନାହିଁ ବୋଲି ଲଣ୍ଡନସ୍ଥିତ ନ୍ୟାୟାଧୀଶ ଜଷ୍ଟିସ ମାଇକ ବ୍ରିଗ୍ସ କହିଛନ୍ତି ।

ଜଷ୍ଟିସ ମାଇକ ବ୍ରିଗ୍ସ ଏନେଇ ଗୁରୁବାର ଶୁଣାଣି କରି କହିଛନ୍ତି ଯେ, ବର୍ତ୍ତମାନ ସମୟରେ ବ୍ୟାଙ୍କମାନଙ୍କୁ ଏପରି କାର୍ଯ୍ୟାନୁଷ୍ଠାନ ଲାଗି ଅନୁମତି ଦେବାକ କୌଣସି ଆବଶ୍ୟକତା ନାହିଁ । ତେବେ କୋର୍ଟଙ୍କ ଏପରି ନିଷ୍ପତ୍ତିରେ ବ୍ୟାଙ୍କଗୁଡିକ ସମ୍ପୂର୍ଣ୍ଣ ସୁରକ୍ଷିତ ବୋଲି କହିଛନ୍ତି । ପିଟିସନର ଶୁଣାଣି ସଂଶୋଧନ ଓ ସମ୍ପୂର୍ଣ୍ଣ ଋଣ ପରିଷୋଧ ପର୍ଯ୍ୟନ୍ତ ସ୍ଥଗିତ ରହିବା ଦରକାର ବୋଲି କହିଛନ୍ତି ବ୍ରିଗ୍ସ ।

ସୂଚନାନୁଯାୟୀ, ଗତବର୍ଷ ଡିସେମ୍ବର ମାସରେ କୋର୍ଟ ମାଲ୍ୟାଙ୍କ କିଙ୍ଗଫିସର ଏୟାରଲାଇନ୍ସକୁ ଦିଆଯାଇଥିବା ଋଣ ସମ୍ପର୍କିତ ମାମଲାର ଶୁଣାଣି କରିଥିଲେ । ଉଭୟ ପକ୍ଷଙ୍କ ଯୁକ୍ତି ପରେ କୋର୍ଟ ତାଙ୍କ ରାୟ ସଂରକ୍ଷିତ ରଖିଛନ୍ତି । ଏଥିରେ ବ୍ୟାଙ୍କମାନେ ସେମାନଙ୍କର ବକେୟା 1.145 ବିଲିୟନ ପାଉଣ୍ଡ ଆଦାୟ କରିବା ପାଇଁ ମାଲ୍ୟାଙ୍କୁ ଦେବାଳିଆ ଘୋଷଣା ନିମନ୍ତେ ଲଣ୍ଡନ ହାଇକୋର୍ଟଙ୍କ ଦ୍ବାରସ୍ତ ହୋଇଛନ୍ତି ।

ସେପଟେ ଲଣ୍ଡନ ହାଇକୋର୍ଟଙ୍କ ନିଷ୍ପତ୍ତି ପରେ ଭାରତୀୟ କୋର୍ଟ ମାଲ୍ୟାଙ୍କ ମାମଲାର ତ୍ବରିତ ସାମାଧାନ କରି ପାରନ୍ତି ବୋଲି ଆଶା ବ୍ୟକ୍ତ କରାଯାଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.