ETV Bharat / bharat

ବିରଳ ପ୍ରଜାତିର ସାପ ଉଦ୍ଧାର, ମୂଲ୍ୟ କୋଟିଏରୁ ଊର୍ଦ୍ଧ୍ବ

author img

By

Published : Nov 12, 2019, 10:30 PM IST

ମଧ୍ୟ ପ୍ରଦେଶରୁ ଏକ ବିରଳ ପ୍ରଜାତିର ସାପକୁ ଜବତ କରିଛି ପୋଲିସ । ଅନ୍ତର୍ଜାତୀୟ ବଜାରରେ ଏହାର ମୂଲ୍ୟ କୋଟିଏରୁ ଊର୍ଦ୍ଧ୍ବ ଟଙ୍କା ହେବ ବୋଲି ସୂଚନା ମିଳିଛି । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଇଟିଭି ଭାରତ ବ୍ୟୁରୋ

ଭୋପାଳ: ମଧ୍ୟପ୍ରଦେଶର ବିଦିଶା ପୁଲିସ ମଙ୍ଗଳବାର ଏକ ଦୁର୍ଲଭ ତଥା ବିରଳ ପ୍ରଜାତିର ଦୁଇ ମୁଣ୍ଡିଆ ସାପକୁ ଉଦ୍ଧାର କରିଛି । ଅନ୍ତର୍ଜାତୀୟ ବଜାରରେ ଏହାର ମୂଲ୍ୟ ପ୍ରାୟ କୋଟିଏ ଟଙ୍କାରୁ ଅଧିକ ହେବ ବୋଲି ଜଣାପଡ଼ିଛି । ଏହା ସହିତ ଜଣକୁ ଗିରଫ କରିଛି ପୋଲିସ।

ପୋଲିସ ପକ୍ଷରୁ ମିଳିଥିବା ସୂଚନା ମୁତାବକ ଜଣେ ସାପ ତସ୍କର ଏହି ସାପକୁ ନେଇ ରାଞ୍ଚି ଅଭିମୁଖେ ଯାଉଥିଲା । ଏ ନେଇ ପୋଲିସକୁ ବିଶ୍ବସ୍ତ ସୂତ୍ରରୁ ଖବର ମିଳିଥିଲା । ଫଳରେ ବିଦିଶା ପୋଲିସ ପକ୍ଷରୁ ଚଢାଉ କରାଯାଇ ଏହି ସାପକୁ ଜବତ କରାଯିବା ସହିତ ଜଣକୁ ଗିରଫ କରାଯାଇଛି ।

ପୋଲିସ ଆହୁରି ମଧ୍ୟ କହିଛି ଯେ, ଏହି ଦୁର୍ଲଭ ପ୍ରଜାତିର ସାପର ନାଁ ହେଉଛି ରେଡ଼ ସ୍ୟାଣ୍ଡ ବୋଆ ଚକଲୋନ । ଏହାର ଅନ୍ତର୍ଜାତୀୟ ବଜାର ମୂଲ୍ୟ କୋଟି କୋଟି ଟଙ୍କା ହେବ । ତେବେ ବିଭିନ୍ନ ପ୍ରକାରର ଔଷଧ ପ୍ରସ୍ତୁତ କରିବାରେ ଏହି ସାପକୁ ବ୍ୟବହାର କରାଯାଇଥାଏ । ତେବେ ଅନ୍ତର୍ଜାତୀୟ ବଜାରରେ ଏହି ସାପକୁ କିଲୋ ଭାବରେ ବିକ୍ରି କରାଯାଇଥାଏ ବୋଲି ପୋଲିସ ସୂଚନା ଦେଇଛନ୍ତି ।

Intro:Body:

national issue

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.