ETV Bharat / bharat

ବିଜେପି ବିଧାୟିକାଙ୍କୁ ଅଜଣା ଚିଠି, ଶାହଙ୍କୁ ହତ୍ୟା ଧମକ

ମଧ୍ୟପ୍ରଦେଶରେ ବିଦିଶା ଜିଲ୍ଲାର ଗଞ୍ଜାବାସୌଦା ବିଧାୟିକ ଲୀନା ଜୈନଙ୍କୁ ଡାକ ମାଧ୍ୟମରେ କୌଣସି ଜଣେ ଅଜ୍ଞାତ ବ୍ୟକ୍ତି ଏକ ଚିଠି ପଠାଇଛନ୍ତି । ଏହି ଚିଠିରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ବିଧାୟକା ଲୀନା ଜୈନ, ରେଲୱେ ଷ୍ଟେସନ ଓ ସରକାରୀ ଡାକ୍ତରଖାନାକୁ ବମ୍‌ରେ ଉଡାଇବାକୁ ଧମକ ଦିଆଯାଇଛି ।

author img

By

Published : Jul 2, 2019, 2:29 PM IST

Updated : Jul 2, 2019, 2:42 PM IST

ଡିଜାଇନ ଫଟୋ

ନୂଆଦିଲ୍ଲୀ: ଗୃହମନ୍ତ୍ରୀ ଅମିତ ଶାହଙ୍କୁ ହତ୍ୟା ଧମକ । ବମ୍‌ରେ ଉଡାଇଦେବାକୁ ଆସିଛି ଚିଠି । ମଧ୍ୟପ୍ରଦେଶରେ ବିଦିଶା ଜିଲ୍ଲାର ଗଞ୍ଜାବାସୌଦା ବିଧାୟିକ ଲୀନା ଜୈନଙ୍କୁ ଡାକ ମାଧ୍ୟମରେ କୌଣସି ଜଣେ ଅଜ୍ଞାତ ବ୍ୟକ୍ତି ଏହି ଚିଠି ପଠାଇଛନ୍ତି । ଏହି ଚିଠିରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ବିଧାୟକା ଲୀନା ଜୈନ, ରେଲୱେ ଷ୍ଟେସନ ଓ ସରକାରୀ ଡାକ୍ତରଖାନାକୁ ବମ୍‌ରେ ଉଡାଇବାକୁ ଏହି ଚିଠିରେ ଧମକ ଦିଆଯାଇଛି । ବିଧାୟକ ଏହା ବାବଦରେ ସୂଚନା ଦେବା ପରେ ପୋଲିସ ପକ୍ଷରୁ ହାଇଆଲର୍ଟ ଜାରି କରାଯାଇଛି ।

vidisha-bjp-mla
ଫଟୋ ସୌଜନ୍ୟ:ଏନଆଇ

ଏହି ଧମକ ସୂଚନା ପରେ ଡାକ୍ତରଖାନା ଓ ରେଲୱେ ଷ୍ଟେସନରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରି ଦିଆଯାଇଛି । ବିଧାୟକା ଲୀନା ଜୈନଙ୍କ କହିବା ଅନୁଯାୟୀ, ସୋମବାର ଦ୍ବିପ୍ରହର ସମୟରେ ତାଙ୍କୁ ଡାକ ମାଧ୍ୟମରେ ଏକ ଚିଠି ମିଳିଲା । ଚିଠିରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା, ଗଞ୍ଜାବାସୌଦା ସରକାରୀ ଡାକ୍ତରଖାନା ଓ ରେଲୱେ ଷ୍ଟେସନ ସମେତ ଲୀନାଙ୍କୁ ବମ ଲଗାଇ ଉଡାଇଦେବାକୁ ଧମକ ଦିଆଯାଇଥିଲା । ଚିଠି ପଠାଇଥିବା ଲୋକଙ୍କ ନାମ ସ୍ଥାନରେ 'ବମ୍ ବନାନେ ୱାଲା' ଲେଖା ହୋଇଥିଲା । ବିଧାୟକଙ୍କ କହିବା ଅନୁଯାୟୀ ସେ ସଙ୍ଗେସଙ୍ଗେ ଏ ନେଇ ପୋଲିସକୁ ସୂଚନା ଦେଇଥିଲେ ।

vidisha-bjp-mla
ଫଟୋ ସୌଜନ୍ୟ:ଏନଆଇ

ବିଧାୟକଙ୍କ ସୂଚନା ପରେ ସରକାରୀ ଡାକ୍ତରଖାନା ମୁଖ୍ୟ ଚିକିତ୍ସାଅଧିକାରୀ ଡା.ରବିନ୍ଦ୍ର ଚିଡାର ସୂଚନା ଦେଇଛନ୍ତି ଯେ ଡାକ୍ତରଖାନାରେ ବମ୍‌ ଥିବା ଅଜ୍ଞାତ ବ୍ୟକ୍ତି ଫୋନ୍‌ କରି କହିଛନ୍ତି । ଯାଞ୍ଚ ପରେ ଡାକ୍ତରଖାନାରୁ ବମ୍‌ର ସନ୍ଧାନ ମିଳି ନଥିବା ସୂଚନା ରହିଛି । ଏହି ଘଟଣା ପରେ ସମସ୍ତ ସ୍ଥାନରେ ହାଇଆଲର୍ଟ ଜାରି କରାଯାଇଛି ।

Intro:Body:

sgfff

Conclusion:
Last Updated : Jul 2, 2019, 2:42 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.