ଭୋପାଳ: କୋରୋନା ସଂକ୍ରମଣ ଦ୍ରୁତ ଗତିରେ ବ୍ୟାପୁଥିବାବେଳେ ଭୂତାଣୁ ନିୟନ୍ତ୍ରଣ କରିବା ପାଇଁ ସରକାର କ୍ରମାଗତ ପଦକ୍ଷେପ ଗ୍ରହଣ କରୁଛନ୍ତି। ସେପଟେ ମୋଦି ସରକାରଙ୍କ ଜଣେ ମନ୍ତ୍ରୀ ନିଜ ପାମ୍ପଡ ବ୍ରାଣ୍ଡର ପ୍ରଚାର କରିଛନ୍ତି । କେବଳ ଏତିକି ନୁହେଁ କେନ୍ଦ୍ରମନ୍ତ୍ରୀ ପାମ୍ପଡରେ COVID-19 ବିରୋଧରେ ଆଣ୍ଟିବଡି ବିକଶିତ କରିବା ଉପାଦାନ ରହିଥିବା ଦାବି କରିଛନ୍ତି । ସେହି କେନ୍ଦ୍ରମନ୍ତ୍ରୀ ଜଣକ ହେଉଛନ୍ତି ଅର୍ଜୁନ ରାମ ମେଘୱାଲ । କେନ୍ଦ୍ରମନ୍ତ୍ରୀ ଏହି ପାମ୍ପଡକୁ ନିଜ ବୋହୂ ନାମରେ ବ୍ରାଣ୍ଡିଂ କରି ପ୍ରଚାର କରିବା ପରେ ଏହା ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।
ଭାଇରାଲ ଭିଡିଓରେ ଅର୍ଜୁନ ରାମ ମେଘୱାଲ ହାତରେ 'ଭାବିଜୀ ପାମ୍ପଡ' ପ୍ୟାକେଟ ଧରିବା ସହ ଏଥିରେ କୋରୋନା ମୁକାବିଲା କରୁଥିବା ଆଣ୍ଟିବଡି ରହିଥିବା ଦାବି କରିଛନ୍ତି । ଏହା ସହିତ ମେଘୱାଲ ପାମ୍ପଡ ଇଣ୍ଡଷ୍ଟ୍ରିକୁ ଆତ୍ମନିର୍ଭର ଭାରତ ଅଭିଯାନର ଏକ ଅଂଶ ଭାବରେ ବର୍ଣ୍ଣନା କରିଛନ୍ତି | ତେବେ ମେଘୱାଲଙ୍କ ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ କଂଗ୍ରେସ ନେତାମାନେ ମେଘୱାଲଙ୍କୁ ସମାଲୋଚନା କରିଛନ୍ତି । ଏଥିରେ ଜଣେ କେନ୍ଦ୍ରମନ୍ତ୍ରୀଙ୍କ ଦ୍ବାରା ଏକ ପାମ୍ପଡ ବ୍ରାଣ୍ଡର ମାର୍କେଟିଂ କରିବା ଉପରେ ମଧ୍ୟ ସେମାନେ ପ୍ରଶ୍ନ କରିଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ