ETV Bharat / bharat

ପ୍ରଧାନ ବିଚାରପତିଙ୍କ ବୟାନକୁ ନେଇ ଏମିତି କହିଲେ ଉପରାଷ୍ଟ୍ରପତି...

author img

By

Published : Dec 9, 2019, 12:46 AM IST

ହାଇଦ୍ରାବାଦ ଏନକାଉଣ୍ଟର ପରେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତିଙ୍କ ବୟାନକୁ ନେଇ ପ୍ରତିକ୍ରିୟା ଦେଇଛନ୍ତି ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ । ପଢନ୍ତୁ ସେ କଣ କହିଛନ୍ତି...

vice president venkaiah naidu
ପ୍ରଧାନ ବିଚାରପତିଙ୍କ ବୟାନକୁ ନେଇ ଏମିତ କହିଲେ ଉପରାଷ୍ଟ୍ରପତି...

ନୂଆଦିଲ୍ଲୀ: ହାଇଦ୍ରାବାଦ ଏନକାଉଣ୍ଟର ପରେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତିଙ୍କ ବୟାନକୁ ନେଇ ପ୍ରତିକ୍ରିୟା ଦେଇଛନ୍ତି ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ । ତରବରିଆ ହୋଇ କୌଣସି ନ୍ୟାୟ ଦେବା ଉଚିତ ନୁହେଁ ବୋଲି ବୋବଡେ କହିଥିବାବେଳେ ଏହାର ପ୍ରତିକ୍ରିୟାରେ ଭେଙ୍କୟା କହିଛନ୍ତି ଯେ, ‘ନ୍ୟାୟରେ ବିଳମ୍ବ ହେବା ମଧ୍ୟ ଉଚିତ ନୁହେଁ ।’

ଉପରାଷ୍ଟ୍ରପତି କହିଛନ୍ତି ଯେ,‘‘ମୁଁ ଭାରତର ପ୍ରଧାନ ବିଚାରପତିଙ୍କ ଏକ ପ୍ରତିକ୍ରିୟା ଶୁଣିଲି । ଯେଉଁଥିରେ ସେ କହିଥିଲେ ‘ତୁମେ ତୁରନ୍ତ ନ୍ୟାୟ ଦେଇ ପାରିବ ନାହିଁ ।’ ଠିକ୍‌ ସେହିପରି ଆପଣ ନ୍ୟାୟ ଦେବାରେ ଡେରି ମଧ୍ୟ କରିପାରିବେ ନାହିଁ । ଏହା ଆମ ସମସ୍ତଙ୍କ ପାଇଁ ଚିନ୍ତାର ବିଷୟ । ସମସ୍ତଙ୍କୁ ଏ କଥା ଉପରେ ଗୁରୁତ୍ବ ଦେବା ଦରକାର ଯେ, ନିଜ କର୍ତ୍ତବ୍ୟ ନିଜେ ଭଲ ଭାବେ ପାଳନ କରିବା ଉଚିତ୍‌ ।’’

ଉପରାଷ୍ଟ୍ରପତି ଏହି କଥା ବିରେନ୍ଦ୍ର ଭାଟିଆ ମେମୋରିଆଲ ଲେକଚର ସମାରୋହରେ କହିଛନ୍ତି ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.