ETV Bharat / bharat

ଆତ୍ମନିର୍ଭର ଭାରତ ଅଭିଯାନରେ ସାମିଲ ହେବାକୁ ଉପରାଷ୍ଟ୍ରପତିଙ୍କ ଅପିଲ

author img

By

Published : Jul 5, 2020, 3:16 PM IST

ସ୍ଥାନୀୟ ଭାରତକୁ ବୈଶ୍ବିକ ଭାରତରେ ପରିଣତ କରିବା ଲାଗି ଆତ୍ମନିର୍ଭର ଭାରତ ଅଭିଯାନରେ ସାମିଲ ହେବାକୁ ଅପିଲ କରିଛନ୍ତି ଉପରାଷ୍ଟ୍ରପତି ଏମ ଭେଙ୍କେୟା ନାଇଡୁ ।

ଉପରାଷ୍ଟ୍ରପତି ଏମ ଭେଙ୍କେୟା ନାଇଡୁ
ଉପରାଷ୍ଟ୍ରପତି ଏମ ଭେଙ୍କେୟା ନାଇଡୁ

ନୂଆଦିଲ୍ଲୀ: ସ୍ଥାନୀୟ ଭାରତକୁ ବୈଶ୍ବିକ ଭାରତରେ ପରିଣତ କରିବା ଲାଗି ଆତ୍ମନିର୍ଭର ଭାରତ ଅଭିଯାନରେ ସାମିଲ ହେବାକୁ ଅପିଲ କରିଛନ୍ତି ଉପରାଷ୍ଟ୍ରପତି ଏମ ଭେଙ୍କେୟା ନାଇଡୁ । ଭିଡିଓ କନଫ୍ରେନ୍‌ସିଂ ଜରିଆରେ ଏଲିମେଣ୍ଟସ୍‌ ମୋବାଇଲ ଆପ୍‌ର ଭର୍ଚୁଆଲ ଲଞ୍ଚରେ ଯୋଗ ଦେଇ ଏଭଳି କହିଛନ୍ତି ନାଇଡୁ ।

ସେ କହିଛନ୍ତି, ଆତ୍ମନିର୍ଭର ଭାରତ ଅଭିଯାନର ମୁଖ୍ୟ ଉଦ୍ଦେଶ୍ୟ ଆଧୁନିକ ଜ୍ଞାନକୌଶଳର ଉପଯୋଗ କରି ଭିତ୍ତିଭୂମି ଦୃଢ କରିବା ଏବଂ ଦେଶର ଆର୍ଥିକ କ୍ଷମତାକୁ ଏକ ନୂଆ ଗତି ପ୍ରଦାନ କରିବା । ଏହି ଅଭିଯାନ ଉଦ୍ୟୋଗତାର ବୃଦ୍ଧି, ନୂତନତ୍ୱ ପ୍ରତିପାଦନ ଏବଂ ଗ୍ରାମାଞ୍ଚଳ-ସହରାଞ୍ଚଳର ବିକାଶ ପାଇଁ ଏକ ଲଞ୍ଚ ପ୍ୟାଡ ଅଟେ । ନୂଆ ଭାରତ ପାଇଁ ଯୁବ ଚିନ୍ତକ ଆବଶ୍ୟକ, ଯେଉଁମାନେ ପରୀକ୍ଷା ଏବଂ ଅନୁସନ୍ଧାନ କରିବାକୁ ସର୍ବଦା ଇଚ୍ଛୁକ ଥିବେ । ଏହାଦ୍ବାରା ସମଗ୍ର ଦେଶରେ ବିକାଶ ହେବ ବୋଲି ଉପରାଷ୍ଟ୍ରପତି କହିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.