ETV Bharat / bharat

ଅନ୍ତରାଷ୍ଟ୍ରୀୟ ମାତୃଭାଷା ଦିବସ: 22 ଭାଷାରେ ଶୁଭେଚ୍ଛା ଜଣାଇଲେ ଉପରାଷ୍ଟ୍ରପତି

author img

By

Published : Feb 20, 2020, 8:02 PM IST

ଅନ୍ତରାଷ୍ଟ୍ରୀୟ ମାତୃଭାଷା ଦିବସ ଅବସରରେ 22ଟି ଭାରତୀୟ ଆଞ୍ଚଳିକ ଭାଷାରେ ଶୁଭେଚ୍ଛା ଜଣାଇଛନ୍ତି ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ । ମାତୃଭାଷାକୁ ପ୍ରୋତ୍ସାହନ ଦେବା ସହ ଅନ୍ୟ ଭାଷାକୁ ଶିଖିବା ପାଇଁ ନାଗରିକଙ୍କୁ ଅପିଲ କରିଛନ୍ତି ଭେଙ୍କେୟା । ଅଧିକ ପଢନ୍ତୁ...

ଅନ୍ତରାଷ୍ଟ୍ରୀୟ ମାତୃଭାଷା ଦିବସରେ ଉପରାଷ୍ଟ୍ରପତିଙ୍କ ଉଦବୋଧନ

ନୂଆଦିଲ୍ଲୀ: ମାତୃଭାଷର ସୁରକ୍ଷାକୁ ଗୁରୁତ୍ବ ଦେଇ ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ 22ଟି ଭାରତୀୟ ଆଞ୍ଚଳିକ ଭାଷାରେ ଶୁଭେଚ୍ଛା ଦେଇ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛନ୍ତି । ଅନ୍ତରାଷ୍ଟ୍ରୀୟ ମାତୃଭାଷା ଦିବସ ଅବସରରେ ଉପରାଷ୍ଟ୍ରପତି ଦିଲ୍ଲୀର ଏକ କାର୍ଯ୍ୟକ୍ରମରେ 22ଟି ଭାରତୀୟ ଭାଷାରେ ଶୁଭେଚ୍ଛା ଜଣାଇଛନ୍ତି । ମାତୃଭାଷାକୁ ପ୍ରୋତ୍ସାହନ ଦେବା ସହ ଅନ୍ୟ ଭାଷାକୁ ଶିଖିବା ପାଇଁ ନାଗରିକଙ୍କୁ ଅପିଲ କରିଛନ୍ତି ଭେଙ୍କେୟା ।

ଭାରତୀୟ ଆଞ୍ଚଳିକ ମାତୃଭାଷାକୁ ପ୍ରୋତ୍ସାହନ ଦେବା ପାଇଁ ଜାତୀୟ ଜନ ଆନ୍ଦୋଳନର ଆହ୍ବାନ ଦେଇଛନ୍ତି ଉପରାଷ୍ଟ୍ରପତି । ସେ କହିଛନ୍ତି ଯେ ଯଦି ଆମେ ମାତୃଭାଷାର ରକ୍ଷା କରିପାରିବା, ସେତେବେଳେ ସାଂସ୍କୃତିକ ବିବିଧତାକୁ ମଧ୍ୟ ରକ୍ଷା କରିପାରିବା । ସରକାରୀ ଚାକିରୀରେ ଭର୍ତ୍ତି ପାଇଁ ଭାରତୀୟ ଭଷାର ଜ୍ଞାନ ରଖିବାକୁ ବାଧ୍ୟତାମୂଳକ କରାଯିବାର ଆବଶ୍ୟକତା ରହିଛି ।

ଅନ୍ୟପକ୍ଷେ ନ୍ୟାୟିକ କ୍ଷେତ୍ରରେ ରାୟ ପ୍ରକାଶର କପିକୁ 6ଟି ଭାଷାରେ ପ୍ରଦାନ କରିବାର ନିଷ୍ପତ୍ତି ପାଇଁ ସୁପ୍ରିମକୋର୍ଟ ଓ ଅନ୍ୟ କୋର୍ଟଙ୍କ ପଦକ୍ଷେପକୁ ପ୍ରଂଶସା କରିଛନ୍ତି ଉପରାଷ୍ଟ୍ରପତି ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.