ନୂଆଦିଲ୍ଲୀ: ଦୀର୍ଘ ବର୍ଷର ପ୍ରତୀକ୍ଷା ପରେ ଅଯୋଧ୍ୟାରେ ହୋଇଛି ରାମ ମନ୍ଦିର ନିର୍ମାଣ ପାଇଁ ଭୂମିପୂଜା । ଏହି ପବିତ୍ର ଦିବସ ଅବସରରେ ରାମ ମନ୍ଦିରର ନିର୍ମାଣ ଏବଂ ମହାମାରୀ କୋରୋନା ବିରୋଧରେ ଜାରି ରହିଥିବା ଯୁଦ୍ଧ ପାଇଁ ସହାୟତାର ହାତ ବଢାଇଛନ୍ତି ଉପରାଷ୍ଟ୍ରପତିଙ୍କ ପରିବାର ।
ଉପରାଷ୍ଟ୍ରପତି ଏମ ଭେଙ୍କେୟା ନାଇଡୁଙ୍କ ପରିବାର ରାମ ମନ୍ଦିରର ନିର୍ମାଣ ଏବଂ ମହାମାରୀ କୋରୋନା ପାଇଁ 10 ଲକ୍ଷ ଟଙ୍କାର ଅର୍ଥ ଦାନ ଦେଇଛନ୍ତି । ଉପରାଷ୍ଟ୍ରପତିଙ୍କ ପତ୍ନୀ ଏହି ମହାନ ପଦକ୍ଷେପ ନେଇଛନ୍ତି । ଏଥିରେ ତାଙ୍କ ପୁଅ ହର୍ଷ, ବୋହୂ ରାଧା, ଝିଅ ଦୀପା ଭେଙ୍କଟ ଓ ଜ୍ବାଇଁ ଭେଙ୍କଟ ଇମାନିଙ୍କ ସହଯୋଗ ରହିଥିବା ଜଣାପଡିଛି ।
ଉପରାଷ୍ଟ୍ରପତିଙ୍କ ପତ୍ନୀ 5 ଲକ୍ଷର ଏକ ଚେକ୍କୁ ପିଏମ କେୟାର ଫଣ୍ଡ୍କୁ ଦାନ ଦେଇଥିବା ବେଳେ 5 ଲକ୍ଷ ଟଙ୍କାର ଆଉ ଏକ ଚେକ୍ ରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟକୁ ଦେଇଥିବା ଜଣାପଡିଛି ।
ପୂର୍ବରୁ ଉପରାଷ୍ଟ୍ରପତି ଏମ ଭେଙ୍କେୟା ନାଇଡୁ ନିଜର 1 ମାସର ଦରମା ପିଏମ କେୟାରକୁ ଦେଇଥିବା ବେଳେ ପ୍ରତ୍ୟେକ ମାସ ନିଜ ଦରମାର 30 ପ୍ରତିଶତ ଅର୍ଥ କୋରୋନା ପାଇଁ ଦାନ କରିବାକୁ ଘୋଷଣା କରିଥିଲେ ।