ETV Bharat / bharat

କୋରୋନା କବ୍ରିସ୍ତାନ ପାଇଁ ବିବାଦ, ଅଭିଯୋଗ ଆଣିଲା ଭିଏଚପି

କୋରୋନାରେ ମୃତ୍ୟୁବରଣ କରିଥିବା ବ୍ୟକ୍ତିଙ୍କ ପାଇଁ ପୃଥକ ଶ୍ମଶାନ ନିର୍ମାଣ ପ୍ରସଙ୍ଗରେ ଦିଲ୍ଲୀରେ ବିବାଦ ଉପୁଜିଛି। ରାଜଧାନୀରେ ଏକ ବଡ ପାର୍କ ଦଖଲ କରିବା ପାଇଁ ଏହା ଏକ ଷଡଯନ୍ତ୍ର ବୋଲି କହିଛି ବିଶ୍ବ ହିନ୍ଦୁ ପରିଷଦ (ଭିଏଚପି)।

author img

By

Published : Apr 16, 2020, 1:32 PM IST

VHP on separate corona graveyards for muslim
ବିଶ୍ବ ହିନ୍ଦୁ ପରିଷଦ

ନୂଆଦିଲ୍ଲୀ: କୋରୋନାରେ ମୃତ୍ୟୁବରଣ କରିଥିବା ମୃତକଙ୍କ ପାଇଁ ପୃଥକ ଶ୍ମଶାନ ନିର୍ମାଣ ପ୍ରସଙ୍ଗରେ ଦିଲ୍ଲୀରେ ବିବାଦ ଉପୁଜିଛି। ରାଜଧାନୀରେ ଏକ ବଡ ପାର୍କ ଦଖଲ କରିବା ପାଇଁ ଏହା ଏକ ଷଡଯନ୍ତ୍ର ବୋଲି କହିଛି ବିଶ୍ବ ହିନ୍ଦୁ ପରିଷଦ (ଭିଏଚପି)।

ଭିଏଚପିର ଜାତୀୟ ମୁଖପାତ୍ର ବିନୋଦ ବଂସଲ କହିଛନ୍ତି ଯେ, ଭିଏଚପି ଏହାକୁ କୌଣସି ମୂଲ୍ୟରେ ଗ୍ରହଣ କରିବ ନାହିଁ। ସେ କହିଛନ୍ତି ଯେ, ଯେଉଁମାନେ କୋରୋନାରେ ମୃତ୍ୟୁ ବରଣ କରିଛନ୍ତି ସେମାନଙ୍କୁ ପୋତି ଦିଆଯିବା ଆବଶ୍ୟକ ନୁହେଁ। କୋରୋନା ଜୀବାଣୁ ଜଳିବା ଦ୍ବାରା ମଧ୍ୟ ମରିଯାଏ। ଅନ୍ୟଥା ପାର୍କକୁ ଆସୁଥିବା ଲୋକେ ମଧ୍ୟ ଏହାର ଶିକାର ହୋଇପାରନ୍ତି ।

ପ୍ରକାଶଥାଉକି, ଦିଲ୍ଲୀ ୱାକଫ୍ ବୋର୍ଡ ରିଙ୍ଗ ରୋଡରେ ଥିବା ଇନ୍ଦ୍ରପ୍ରଥା ମିଲେନିୟମ୍ ପାର୍କ ନିକଟରେ କୋରୋନାରୁ ମୃତ୍ୟୁବରଣ କରିଥିବା ବ୍ୟକ୍ତିଙ୍କ ପାଇଁ ଏକ ପୃଥକ ଶ୍ମଶାନ ନିର୍ମାଣ ପାଇଁ ପ୍ରସ୍ତୁତି ଚଳାଇଛି। ୱାକଫ ବୋର୍ଡ ଦାବି କରିଛି ଯେ, ଅନ୍ୟ ଶ୍ମଶାନରେ ସମାଧି ଦିଆଯାଉ ନାହିଁ, ତେଣୁ ଏକ ପୃଥକ କୋଭିଡ -19 ଶ୍ମଶାନ ନିର୍ମାଣର ଆବଶ୍ୟକତା ରହିଛି।

ଦିଲ୍ଲୀ ୱାକଫ ବୋର୍ଡର ସିଇଓଙ୍କ ଚିଠି ସାମ୍ନାକୁ ଆସିବା ପରେ ବିଶ୍ବ ହିନ୍ଦୁ ପରିଷଦ ନେତା ବିନୋଦ ବଂଶଲ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ସେ ଟ୍ବିଟ୍ କରି କହିଛନ୍ତି, ‘ୱାକଫ୍ ବୋର୍ଡ କେଉଁଠି କେବେ ବି ବୋର୍ଡ ଲଗାଇ ସେ ସ୍ଥାନକୁ ଶ୍ମଶାନ ଭାବେ ଘୋଷଣା କରିଦିଏ । ରାଜଧାନୀରେ ଏକ ସୁନ୍ଦର ପାର୍କର ଅନଧିକୃତ ଦଖଲ ପାଇଁ ଷଡଯନ୍ତ୍ରକୁ ଗ୍ରହଣ କରାଯିବ ନାହିଁ। ଏହାର ନିକଟବର୍ତ୍ତୀ ଗ୍ରାମ ନାଗଲି ରାଜପୁରର ହଜାର ହଜାର ଆଦିବାସୀ ତଥା ବିଦେଶୀ ପର୍ଯ୍ୟଟକଙ୍କ ଜୀବନ ପ୍ରତି ବିପଦ ଆସିବ ନାହିଁ କି ? ଏହା କି ପ୍ରକାର ମାନସିକତା ? ’।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.