ନୂଆଦିଲ୍ଲୀ: ଥମିବାର ନାଁ ନେଉନି ଦିଲ୍ଲୀ ବାୟୁ ପ୍ରଦୂଷଣ । ଦିନ ଦିନ ହ୍ରାସ ପାଇବା ପରିବର୍ତ୍ତେ ବଢିବାରେ ଲାଗିଛି । ହାଡଭଙ୍ଗା ଶୀତ ସହ ପ୍ରଦୂଷଣ ଦିଲ୍ଲୀବାସୀଙ୍କୁ ଅଣନିଶ୍ବାସୀ କରିଦେଲାଣି । ଦିଲ୍ଲୀର ଆନନ୍ଦ ବିହାର,ରୋହିନୀ ଏବଂ ମୁଣ୍ଡକାରେ ପ୍ରଦୂଷଣ ସ୍ତର ଦୁର୍ବଳସ୍ଥିତିରେ ରହିଛି।
ଏକ୍ୟୁଆଇ ଅନୁସାରେ ଆନନ୍ଦ ବିହାରରେ 371, ରୋହିନୀରେ 391 ଏବଂ ମୁଣ୍ଡକାରେ 227 ରହିଛି ପ୍ରଦୂଷଣ ମାତ୍ରା । ଏ ନେଇ ସୂଚନା ଦେଇଛନ୍ତି ପ୍ରଦୂଷଣ ନିୟନ୍ତ୍ରଣ କମିଟି । ପ୍ରଦୂଷଣ ଲୋକଙ୍କ ସାଧାରଣ ଜୀବନଯାତ୍ରାକୁ ପ୍ରଭାବିତ କରିଛି। ରାଜଧାନୀରେ ବାୟୁ ପ୍ରଦୂଷଣ ଅଧିକ ହେବା ଦିନରୁ ଲୋକେ ବିନା ମାସ୍କରେ ଘରୁ ପଦାକୁ ଯାଉ ନାହାଁନ୍ତି ।