ଆହ୍ଲାବାଦ୍: ଆଜି ପବିତ୍ର ଅକ୍ଷୟ ତୃତୀୟା। ଏହା ଚାଷୀ ଭାଇମାନଙ୍କ ଆନନ୍ଦ ଓ ପବିତ୍ର ପର୍ବ। ଏହା ଏକ ଅମୃତମୟ ଯାତ୍ରା। ଓଡିଆ ମାନେ ପାଳନ କରୁଥିବା ବାର ମାସର ତେର ଯାତ୍ରା ଭିତରୁ ଏହା ଏକ ପ୍ରସିଦ୍ଧ ଯାତ୍ରା, ଅନୁକୂଳ ଯାତ୍ରା।
![Very few devotees take holy dip in Triveni Sangam](https://etvbharatimages.akamaized.net/etvbharat/prod-images/ewfumudvcaao5b2_2604newsroom_1587869194_791.jpg)
ଆଜିର ଦିନରେ ଚାଷୀ ଭାଇମାନେ ଚାଷ କାର୍ଯ୍ୟ କରିବା ପାଇଁ ଅନୁକୂଳ ଆରମ୍ଭ କରିଥାନ୍ତି। କେବଳ ଓଡିଶା ନୁହେଁ ଏଥିପାଇଁ ସାରା ଦେଶର ଚାଷୀକୂଳ ଚଳଚଞ୍ଚଳ ହୋଇଉଠନ୍ତି। ଏନେଇ ଆହ୍ଲାବାଦର ପ୍ରୟାଗରାଜରେ ମଧ୍ୟ ସକାଳୁ ସକାଳୁ ଅଳ୍ପ କିଛି ଶ୍ରଦ୍ଧାଳୁ ମାନଙ୍କ ଭିଡ ଦେଖିବାକୁ ମିଳିଥିଲା। ସମସ୍ତେ ଆଜିର ଏହି ପବିତ୍ର ଅକ୍ଷୟ ତୃତୀୟାରେ ତ୍ରିବେଣୀ ସଙ୍ଗମର ଜଳରାଶିରେ ସ୍ନାନ କରି ଭଗବାନଙ୍କ ଆର୍ଶୀବାଦ ନେଇଛନ୍ତି।
![Very few devotees take holy dip in Triveni Sangam](https://etvbharatimages.akamaized.net/etvbharat/prod-images/ewfumueuyae1iuz_2604newsroom_1587869194_685.jpg)
ତେବେ ପ୍ରତିବର୍ଷ ପ୍ରୟାଗରାଜରେ ନାହିଁ ନଥିବା ଭିଡ ହେଉଥିବା ବେଳେ ଚଳିତ ବର୍ଷ ତାହା ଦେଖିବାକୁ ମିଳିଥିଲା। କୋରୋନା ଭାଇରସ ଲକଡାଉନ ପାଇଁ କାଁ ଭାଁ କିଛି ଲୋକଙ୍କ ଉପସ୍ଥିତି ଦେଖାଯାଇଥିଲା।
ତେବେ ବର୍ଷ ଆରମ୍ଭରୁ କୋରୋନା ମହାମାରୀରେ ସବୁ କିଛି ଠପ୍ ହୋଇଥିବା ବେଳେ ଏନେଇ ଘରେ ସମସ୍ତେ ବନ୍ଦ ରହିଛନ୍ତି। ଯାତ୍ରା, ପୁନିଅଁ ପରବ ସବୁ କିଛି ବାତିଲ କରାଯାଇଛି। ତେବେ ସମସ୍ତେ ଘରେ ସୁରକ୍ଷିତ ରହି ଏହି ଅଦୃଶ୍ୟ ମହାମାରୀ ସହ ଲଢି ତାକୁ ପରାସ୍ତ କଲେ ପ୍ରତିବର୍ଷ ଏହି ସମସ୍ତ ପର୍ବ ଧୁମଧାମରେ ପାଳନ କରିହେବ।