ବେଙ୍ଗାଲୁରୁ: କର୍ଣ୍ଣାଟକ ହୁବଲୀରେ ଉପରାଷ୍ଟ୍ରପତି ଏମ ଭେଙ୍କୟା ନାଇଡୁ । ବାବା ରାମଦେବଙ୍କ ଯୋଗ ଥେରାପି ଓ ମେଡିଟେସନ କ୍ୟାମ୍ପରେ ଯୋଗ ଦେଇଛନ୍ତି ଉପ ରାଷ୍ଟ୍ରପତି । ଯୋଗକୁ ନେଇ ଦେଇଛନ୍ତି ଉଦବୋଧନ । ହୁବଲୀର ରେଲୱେ ଗ୍ରାଉଣ୍ଡରେ ଆୟୋଜିତ ହୋଇଛି ଏହି କାର୍ଯ୍ୟକ୍ରମ ।
ପ୍ରାଚୀନ ଭାରତ ସବୁଠୁ ବଡ ଉପହାର ହେଉଛି ଯୋଗ । ସୁସ୍ଥ ଶରୀର ପାଇଁ ଯୋଗର ରହିଛି ବେଶ ଆବଶ୍ୟକତା । ଯୋଗ କ୍ଷେତ୍ରରେ ବାବା ରାମଦେବଙ୍କ କାର୍ଯ୍ୟ ଅତୁଳନୀୟ । ବିଶ୍ବରେ ଯୋଗ ପାଇଁ ରହିଛି ଏକ ଭିନ୍ନ ସମ୍ମାନ । ଯୋଗାସନର ଆରମ୍ଭ ନେଇ ପୂର୍ବଜଙ୍କୁ ହୃଦୟରୁ ଧନ୍ୟବାଦ ପ୍ରଦାନ କରିଛନ୍ତି ଉପରାଷ୍ଟ୍ରପତି । ଯୋଗକୁ ଆହୁରି ଲୋକପ୍ରିୟ କରିଥିବାରୁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଧନ୍ୟବାଦ ଦେଲେ ଭେଙ୍କୟା ନାଇଡୁ ।
ବର୍ତ୍ତମାନ ପିଜା ବର୍ଗର ଭଳି ଫାଷ୍ଟ ଫୁଡ ଛାଡି, ଡାଏଟ ଫୁଡ ଓ ରୁଟି ଖାଇ ସୁସ୍ଥ ଜୀବନଯାପନ କରିବା ଉଚିତ ବୋଲି ମତ ରଖିଲେ ଉପରାଷ୍ଟ୍ରପତି । କାର୍ଯ୍ୟକ୍ରମରେ ବାବା ରାମଦେବ ବୃକ୍ଷାଶନ, ତ୍ରିଲୋକାସନ, ଉତ୍ତାରାସନ, ବଜ୍ରାସନ, ଧନୁସରାସନ ଏବଂ ମଣ୍ଡୁକାଶନ ଭଳି ବିଭିନ୍ନ ଯୋଗାସନ କରିଥିଲେ । ଏହାପରେ ଦେଶପାଣ୍ଡେ ସ୍କିଲିଂ ଉଦଘାଟନୀ ଉତ୍ସବରେ ଯୋଗଦେଇଥିଲେ ଭେଙ୍କାୟ ନାଇଡୁ ।