ETV Bharat / bharat

ଦିଲ୍ଲୀର କୋରୋନା ଯୋଦ୍ଧାଙ୍କ ବିୟୋଗରେ ଶୋକପ୍ରକାଶ କଲେ ଉପରାଷ୍ଟ୍ରପତି

author img

By

Published : Oct 11, 2020, 4:02 PM IST

କୋରୋନାରେ ପ୍ରାଣ ହରାଇଥିବା ଦିଲ୍ଲୀର ଆମ୍ବୁଲାନ୍ସ ଡ୍ରାଇଭର ଅରିଫ ଖାନଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ । ଏଥିସହ ଅରିଫଙ୍କ ଅମର ଆତ୍ମାର ସଦଗତି କାମନା କରି ଉପରାଷ୍ଟ୍ରପତି ନାଇଡୁ କହିଛନ୍ତି ଯେ ତାଙ୍କର ଦୟା ଏବଂ ନିସ୍ବାର୍ଥପର କାମ ଭାରତୀୟ ଦର୍ଶନର ମୂଳ ପ୍ରତୀକ ଅଟେ । ଅଧିକ ପଢନ୍ତୁ...

ଦିଲ୍ଲୀର କରୋନା ଯୋଦ୍ଧା ଅରିଫଙ୍କ ବିୟୋଗରେ ଶୋକପ୍ରକାଶ କଲେ ଉପରାଷ୍ଟ୍ରପତି

ନୂଆଦିଲ୍ଲୀ: କୋରୋନାରେ ପ୍ରାଣ ହରାଇଥିବା ଦିଲ୍ଲୀର ଆମ୍ବୁଲାନ୍ସ ଡ୍ରାଇଭର ଅରିଫ ଖାନଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ । ଏଥିସହ ଅରିଫଙ୍କ ଅମର ଆତ୍ମାର ସଦଗତି କାମନା କରି ଉପରାଷ୍ଟ୍ରପତି ନାଇଡୁ କହିଛନ୍ତି ଯେ ତାଙ୍କର ଦୟା ଏବଂ ନିସ୍ବାଃର୍ଥପର କାମ ଭାରତୀୟ ଦର୍ଶନର ମୂଳ ପ୍ରତୀକ ଅଟେ ।

ସୂଚନା ଅନୁଯାୟୀ ଅରିଫ ଶହୀଦ ଭଗତ ସିଂହ ସେବା ଦଳରେ କାମ କରୁଥିଲେ, ଯାହାକି ଦିଲ୍ଲୀ ଏନସିଆରରେ ମାଗଣା ସେବା ଯୋଗାଏ । ସେ ମାଗଣାରେ ଅନେକ କେରୋନା ରୋଗୀଙ୍କୁ ହସ୍ପିଟାଲ ନେବା ଆଣିବା କରିବା ସହ ମାର୍ଚ୍ଚ ମାସରୁ 200ଟି କୋରୋନା ମୃତଦେହ ଆଣିଛନ୍ତି ।

ତେବେ ଅରିଫ ଅକ୍ଟୋବରରୁ କୋରୋନାରେ ପୀଡିତ ହୋଇ ହିନ୍ଦୁ ରାଓ ହସ୍ପିଟାଲରେ ଚିକିତ୍ସାଧୀନ ଥିଲେ । ସେଠାରେ ତାଙ୍କର ମୃତ୍ୟୁ ହୋଇଛି । ଏଭଳି ଜଣେ ବଦାନ୍ୟ ବ୍ୟକ୍ତିଙ୍କ ପ୍ରାଣହାନୀରେ ଉପରାଷ୍ଟ୍ରପତି ଭେଙ୍କେନା ନାଇଡୁ ଗଭୀର ଶୋକ ପ୍ରକାଶ କରିଛନ୍ତି ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.