ETV Bharat / bharat

ଉପରାଷ୍ଟ୍ରପତି ଭାବେ ତିନି ବର୍ଷ କାର୍ଯ୍ୟକାଳ ପୂରଣ କଲେ ଭେଙ୍କେୟା ନାଇଡୁ - Venkaiah Naidu completes 3 years as Vice President

ଦେଶର କ୍ଷମତାସୀନ ନ୍ୟାସନାଲ ଡେମୋକ୍ରାଟିକ୍ ୟୁନିଅନ୍ (ଏନଡିଏ) ଭେଙ୍କୟା ନାଇଡୁଙ୍କୁ 17 ଜୁଲାଇ 2017 ରେ ଭାରତର ଉପରାଷ୍ଟ୍ରପତି ଭାବରେ ଘୋଷଣା କରିଥିଲେ । ସେ 5 ଅଗଷ୍ଟ 2017 ରେ ଅନୁଷ୍ଠିତ ନିର୍ବାଚନରେ ​​ଗୋପାଳକୃଷ୍ଣ ଗାନ୍ଧୀଙ୍କୁ ପରାସ୍ତ କରି ଭାରତର 13 ତମ ଉପରାଷ୍ଟ୍ରପତି ଭାବରେ ନିର୍ବାଚିତ ହୋଇଥିଲେ। 11 ଅଗଷ୍ଟ 2017 ରେ ନାଇଡୁ ଉପରାଷ୍ଟ୍ରପତି ଭାବରେ ଶପଥ ଗ୍ରହଣ କରିଥିଲେ।

ଉପରାଷ୍ଟ୍ରପତି ଭାବେ ତିନି ବର୍ଷ କାର୍ଯ୍ୟକାଳ ପୂରଣ କଲେ ଭେଙ୍କିୟା ନାଇଡୁ

author img

By

Published : Aug 12, 2020, 3:09 PM IST

ନୂଆଦିଲ୍ଲୀ: ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ ତାଙ୍କ କାର୍ଯ୍ୟକାଳର ତିନି ବର୍ଷ ପୂରଣ କରିଛନ୍ତି । ଉପରାଷ୍ଟ୍ରପତି ଭାବରେ 3 ବର୍ଷ ପୂରଣ ହୋଇଥିବାରୁ ରାଷ୍ଟ୍ରପତି ରାମ ନାଥ କୋବିନ୍ଦ ଭେଙ୍କେୟା ନାଇଡୁଙ୍କୁ ଅଭିନନ୍ଦନ ଜଣାଇଥିଲେ। ଉପରାଷ୍ଟ୍ରପତି ତଥା ରାଜ୍ୟସଭା ଅଧ୍ୟକ୍ଷ ଭାବରେ ଭେଙ୍କେୟା ନାଇଡୁଙ୍କ କାର୍ଯ୍ୟକୁ ସେ ପ୍ରଶଂସା କରିଥିଲେ।

କାର୍ଯ୍ୟକାଳର ତିନି ବର୍ଷ ପୂରଣ ଅବସରରେ ନାଇଡୁ ମଧ୍ୟ ନିଜର ସଫଳତାକୁ ରାଜ୍ୟସଭାରେ ବଖାଣିଥିଲେ । ଗତ 10 ବର୍ଷ ତୁଳନାରେ 2019 ରେ ରାଜ୍ୟସଭାର ଉତ୍ପାଦନ ହାର ସର୍ବୋତ୍ତମ ହୋଇଛି। ଗତ ତିନୋଟି ଅଧିବେଶନ ଉତ୍ପାଦନରେ ସର୍ବାଧିକ ରହିଥିଲା । ଏହି ସମୟ ମଧ୍ୟରେ ପ୍ରାୟ 60 ପ୍ରତିଶତ ବିଚାରାଧୀନ ବିଲ୍ ପାରିତ ହୋଇଛି। ଏଥି ସହିତ କମିଟି ବୈଠକର ଉପସ୍ଥାନ ମଧ୍ୟ ପ୍ରଥମ ଥର ପାଇଁ 50 ପ୍ରତିଶତ ଅତିକ୍ରମ କରିଛି।

ନ୍ୟାସନାଲ ଡେମୋକ୍ରାଟିକ୍ ୟୁନିଅନ୍ ଅଫ୍ ଇଣ୍ଡିଆ (ଏନଡିଏ) ଦ୍ବାରା 17 ଜୁଲାଇ 2017 ରେ ଭେଙ୍କେୟା ନାଇଡୁ ଭାରତର ଉପରାଷ୍ଟ୍ରପତି ଭାବରେ ଘୋଷିତ ହୋଇଥିଲେ। ସେ 5 ଅଗଷ୍ଟ 2017 ରେ ଅନୁଷ୍ଠିତ ନିର୍ବାଚନରେ ​​ଗୋପାଳକୃଷ୍ଣ ଗାନ୍ଧୀଙ୍କୁ ପରାସ୍ତ କରି ଭାରତର 13 ତମ ଉପରାଷ୍ଟ୍ରପତି ଭାବରେ ନିର୍ବାଚିତ ହୋଇଥିଲେ। 11 ଅଗଷ୍ଟ 2017 ରେ ନାଇଡୁ ଉପରାଷ୍ଟ୍ରପତି ଭାବରେ ଶପଥ ଗ୍ରହଣ କରିଥିଲେ। ଏହାପୂର୍ବରୁ ନାଇଡୁ 2002 ରୁ 2004 ପର୍ଯ୍ୟନ୍ତ ଭାରତୀୟ ଜନତା ଦଳର ଜାତୀୟ ସଭାପତି ରହିଆସିଛନ୍ତି।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.